କନକ ବ୍ୟୁରୋ; ମହାରାଷ୍ଟ୍ରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଯାଇଛି । ନନ୍ଦୁରବାର ଜିଲ୍ଲାର ଚନ୍ଦଶାଳୀ ଘାଟିରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ବସ୍ଟି ଅଷ୍ଟମ୍ବା ଦେବୀ ମନ୍ଦିରରୁ ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ନିୟନ୍ତ୍ରଣ ହରାଇ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା ।
ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା; ବୈଷ୍ଣୋଦେବୀ ଦର୍ଶନ ପାଇଁ ଯାଇଥିବା ବେଳେ ଦୁର୍ଘଟଣାରେ ହରାଇଲେ ପ୍ରାଣ
ବସରେ ଉଭୟ ମହାରାଷ୍ଟ୍ର ଓ ଗୁଜରାଟର ତୀର୍ଥଯାତ୍ରୀ ଥିଲେ। ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପୁଲିସ୍ ଓ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଆହତ ଓ ଗୁରୁତରଙ୍କୁ ମହାରାଷ୍ଟ୍ରର ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/19/pilgrimage-2025-10-19-07-53-05.jpg)