କନକ ବ୍ୟୁରୋ : ଦୁର୍ଘଟଣା ପରେ ଜଳିଗଲା ସିଏନଜି କାର । ଅଳ୍ପକେ ବର୍ତ୍ତିଲେ ଯୁବକ । ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ସହର ତକତପୁର ରାଣୀବନ୍ଧ ଛକ ନିକଟରେ ଘଟିଛି ଏଭଳି ଘଟଣା। ଗୁରୁତର ଅବସ୍ଥାରେ ଚାଳକଙ୍କୁ କାରରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଯୁବକ ଜଣକ ଗୁରତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗୁରୁତର ଯୁବକ ଜଣକ ହେଲେ ବାରିପଦା ସହର ତକତପୁର ଅଞ୍ଚଳର ଶୁଭମ ବେହେରା । ସୂଚନା ମୁତାବକ ଯୁବକ ଜଣକ ଗତକାଲି ରାତିରେ ନିଜର ସିଏନଜି କାରରେ ଘରକୁ ଫେରୁଥିଲେ । ଦୁର୍ଭାଗ୍ୟବଶତଃ କାରର ଟାୟାର ଫାଟିଯିବାରୁ କାରଟି ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା । ମାତ୍ର କିଛି ସମୟ ମଧ୍ୟରେ କାରଟି ହୁତୁହୁତୁ ହୋଇ ଜଳିଯାଇଥିଲା । ତେବେ ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଜଳନ୍ତା କାରରୁ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ବାରିପଦା ଡାକ୍ତରଖାନା ପରେ ତାଙ୍କୁ ଭୁବନେଶ୍ବରର ସ୍ଥାନାନ୍ତର କରାଯାଇଥିଲା
ଦୁର୍ଘଟଣା ପରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯୁବକ
ଯୁବକ ଜଣକ ଗୁରତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗୁରୁତର ଯୁବକ ଜଣକ ହେଲେ ବାରିପଦା ସହର ତକତପୁର ଅଞ୍ଚଳର ଶୁଭମ ବେହେରା ।
/kanak/media/media_files/2025/10/10/30-2025-10-10-12-31-14.jpg)