କନକବ୍ୟୁରୋ : ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ହେବ । ମତାଧିକାର ସାବ୍ୟସ୍ତ କରିବେ ଜନତା । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ନୂଆପଡ଼ା ନିର୍ବାଚନମଣ୍ଡଳୀର ମୋଟ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନେତା ବାଛିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୪ ହଜାର ୧୦୮ ଜଣ ପୁରୁଷ, ୧ ଲକ୍ଷ ୨୯ ହଜାର ୪୯୫ ମହିଳା, ୧୭୮୬ ଜଣ ବରିଷ୍ଠ ନାଗରିକ, ୯୪୨୯ଜଣ ନୂଆ ଭୋଟର ଓ ୩୯୮୮ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି । ଭୋଟଗ୍ରହଣ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି ।
ଅଧିକ ପଢନ୍ତୁ... ଆଜି ବିହାରରେ ଶେଷ ପର୍ଯ୍ୟାୟ ଭୋଟ୍ : ସୁରକ୍ଷା କଡ଼ାକଡ଼ି
ତନ୍ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତିସମ୍ବେଦନଶୀଳ ବୁଥ୍ ରୂପେ ଚିହ୍ନଟ ହୋଇଛି। ପୋଲିଂଦଳର ସଦସ୍ୟମାନେ ନୂଆପଡ଼ା ଗୋତମା ଏୟାରଷ୍ଟ୍ରିପ୍ରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅତିସମ୍ବେଦନଶୀଳ ବୁଥ୍କୁ ଯାଇଛନ୍ତି। ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ଏହି ୮ଟି ବୁଥ୍ ସୋସେଙ୍ଗ, ସୋସେଙ୍ଗ-୨, ଦେଓସିଲ, ସୁନାବେଡ଼ା, ସୁନାବେଡ଼ା-୧(ଏ), ଜାମଗାଁ, ଗାତିବେଡ଼ା-୧ ଓ ଗାତିବେଡ଼ା-୨ ବୁଥ୍କୁ ହେଲିକପ୍ଟରରେ ଆଜି ଦିନ ୧୨ଟାରେ ପୋଲିଂଦଳ ଯାଇଛନ୍ତି ।
ଅଧିକ ପଢନ୍ତୁ... ବିକାଶ ଆଳରେ ବିନାଶ ; ରାସ୍ତା ପାଇଁ ୯ ହଜାରରୁ ଅଧିକ ଗଛ କାଟିବାକୁ ଯୋଜନା
ଇଭିଏମ୍ରେ କିପରି ମତଦାନ କରାଇବେ ପୋଲିଂ ଅଧିକାରୀଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯାଇଛି। ୧୧ ତାରିଖ ଅପରାହ୍ଣ ୫ଟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିବ। ସମ୍ବେଦନଶୀଳ ବୁଥ୍ରେ ଅପରାହ୍ଣ ୪ଟା ଯାଏଁ ଭୋଟଗ୍ରହଣ ହେବ। ସମ୍ବେଦନଶୀଳ ବୁଥ୍ରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।
ଖରିଆରରୋଡ୍ରେ ୩ଟି ଓ ନୂଆପଡ଼ାରେ ୩ଟି ଗୋଲାପି ବୁଥ୍ କରାଯାଇଛି ।
ଆଜି ନୂଆପଡ଼ା ନ୍ୟାସନାଲ କଲେଜରେ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀ ମଧୂସୂଦନ ଦାଶ, ଏସ୍ପି ଅମ୍ରିତପାଲ ସିଂଙ୍କ ଉପସ୍ଥିତିରେ ପୋଲିଂଦଳଗୁଡ଼ିକ ନିଜ ନିଜ ବୁଥ୍ ଅଭିମୁଖେ ଯାଇଛନ୍ତି। ନୂଆପଡ଼ା ଉପନିର୍ବାଚନ ରଣାଙ୍ଗନରେ ବିଜେପିରୁ ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସର ଘାସିରାମ ମାଝୀଙ୍କ ସହ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଉପନିର୍ବାଚନକୁ ଦୃଷ୍ଟିରେ ରଖି ନୂଆପଡ଼ା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଗାଡ଼ିମୋଟର ଯାଞ୍ଚ ଜୋର୍ଦାର କରାଯାଇଛି । ଛତିଶଗଡ଼ ପଟୁ ନୂଆପଡ଼ା ଜିଲ୍ଲାକୁ ପ୍ରବେଶ କରୁଥିବା ପ୍ରତ୍ୟେକଟି ଯାନକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ମାଦକ ଦ୍ରବ୍ୟ କିମ୍ବା ଟଙ୍କା କାରବାର ଉପରେ କଡ଼ା ନଜର ରଖିଛନ୍ତି ସୁରକ୍ଷାକର୍ମୀ। ଉପନିର୍ବାଚନ ସମୟରେ କୌଣସି ହିଂସାତ୍ମକ କାର୍ଯ୍ୟକଳାପକୁ ଏଡ଼ାଇବାକୁ ସୁରକ୍ଷାବଳ ପ୍ରସ୍ତୁତ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/11/nuapada-election-2025-11-11-06-20-21.jpg)