କନକ ବ୍ୟୁରୋ : ନବରଙ୍ଗପୁରରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ନିର୍ମାଣ ହେଉଛି ବାଇପାସ୍‌ ରାସ୍ତା । କୋଟିକୋଟି ଟଙ୍କାରେ ନିର୍ମିତ ଏହି ରାସ୍ତା ପାଇଁ ପ୍ରାୟ ୯ ହଜାରରୁ ଅଧିକ ଗଛ କଟାଯିବ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗଛ ଗୁଡିକୁ ନ କାଟି ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି । ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ୧୬୮.୫୮କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ବାଇପାସ୍ ରାସ୍ତା । ୯ କିଲୋମିଟର ଲମ୍ବର ଏହି ରାସ୍ତା ପାଇଁ ସରକାରୀ ଓ ବେସରକାରୀ ଜମିରୁ ୯ ହଜାରରୁ ଅଧିକ ଗଛ କାଟିବାକୁ ଚିହ୍ନଟ କରାଯାଇଛି । ଯାହାକୁ ନାପସନ୍ଦ କରିଛନ୍ତି ପରିବେଶବିତ୍‌ । ଗଛ ନ କାଟି ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି ।

Advertisment

ଆହୁରି ପଢନ୍ତୁ... ସଞ୍ଜୁ ସାମ୍‌ସନ୍‌ଙ୍କ ଉପରେ ଚେନ୍ନାଇର ନଜର ! ସାମ୍‌ସନ୍‌ଙ୍କ ପାଇଁ ବଡ଼ ଖେଳାଳିଙ୍କୁ ଛାଡ଼ିପାରେ CSK

୨ଟି ବର୍ଗରେ ୪ ଲାଇନ୍‌ ଓ ୨ ଲାଇନ୍‌ ବିଶିଷ୍ଟ ହେବାକୁ ଥିବା ଏହି ରାସ୍ତା କାମ ୨୦୨୬ ଜାନୁୟାରୀ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଏଥିପାଇଁ ଯେତିକି ଗଛ କଟାଯିବ ତା ବଦଳରେ ଦ୍ବିଗୁଣ ଗଛ ଲଗାଯିବା ଏବଂ ବେସରକାରୀ ଜମିରେ ଥିବା ଗଛ ବାବଦକୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଏନଏଚ୍‌ ଏସଡିଓ । ଅନ୍ୟପଟେ ନିୟମ ମଧ୍ୟରେ ରହି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ । ଗଛ ଅଭାବରୁ ଜଳବାୟୁ ପରିବର୍ତ୍ତନର ସାଙ୍ଘାତିକ ପ୍ରଭାବ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏପରି ପରିସ୍ଥିତିରେ ବିକାଶ ଆଢୁଆଳରେ ଗଛ କାଟିପକାଇବା କେତେ ଠିକ୍‌ ତାହା ଏକ ପ୍ରଶ୍ନ ନିଶ୍ଚୟ ।