କନକବ୍ୟୁରୋ : ବିହାରରେ ଆଜି ଚୂଡ଼ାନ୍ତ ପର୍ଯ୍ୟା‌ୟରେ ୨୦ ଜିଲ୍ଲାର ୧୨୨ ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ହେବ ।  ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ‌ଭୋଟଗ୍ରହଣ ସୁନିଶ୍ଚିତ କରିବାପାଇଁ ନିର୍ବାଚନ କମିସନ୍‌ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ।  ଚୂଡ଼ାନ୍ତ ପର୍ଯ୍ୟ‌ାୟରେ ସୀମାଞ୍ଚଳ, ମଗଧ, ଶାହବାଦ, କୋସି ଏବଂ ମିଥିଳାଞ୍ଚଳରେ  ଭାରତ-ନେପାଳ ସୀମା ସଂଲଗ୍ନ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ଭୋଟଗ୍ରହଣ ହେବ , ମତଦାନ ପ୍ରକ୍ରିୟା ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ପର୍ଯ୍ୟନ୍ତ ଚାଲିବ ।  ତେବେ ସୁରକ୍ଷା କାରଣ ପାଇଁ ୭ଟି ନିର୍ବାଚନମଣ୍ଡଳୀ ତଥା ଚଇନପୁର, ‌ଗୋବିନ୍ଦପୁର, ରାଜୌଲି, ଜାମୁଇ, ସିକନ୍ଦରା, ଚକାଇ ଏବଂ ଝାଝାରେ ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ‌ ହେବ ।  

Advertisment

ଅଧିକ ପଢନ୍ତୁ ..  ଦିଲ୍ଲୀ ବିସ୍ଫୋରଣ; ପୁଲୱାମା ବିସ୍ଫୋରଣ ଦିନ ବିକ୍ରି ହୋଇଥିଲା i 20 କାର୍‌

ସେହିପରି ଗୟା, ଔରଙ୍ଗାବାଦ, ବାଙ୍କା ଏବଂ ରୋହତସ ଜିଲ୍ଲାରେ ମଧ୍ୟ ଭୋଟିଂ ସନ୍ଧ୍ୟା ୫ଟ‌ାରେ ଶେଷ ହେବ।  ଭୋଟିଂ ପ୍ରକ୍ରିୟା ସହଜ କରିବାପାଇଁ ୪୫୦୦୦ରୁ ଅଧିକ ବୁଥ୍‌ ପ୍ରତିଷ୍ଠା କରଯାଇଛି ଏବଂ ମତଦାନ ପ୍ରକ୍ରିୟାକୁ ଲଗାତାର ଯାଞ୍ଚ କରିବାପାଇଁ ସମସ୍ତ ବୁଥ୍‌ରୁ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି।  ୨୦ ଜିଲ୍ଲା ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା କରାଯାଇଛି।   ମହିଳା ସଶକ୍ତୀରଣକୁ ପ୍ରୋତ୍ସାହିତ କରିବାପାଇଁ ୫୯୫ ଟି ବୁଥ୍‌କୁ କେବଳ ମହିଳା ପରିଚାଳନା କରିବେ।  ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ୩୧୬ ମଡେଲ ବୁଥ୍‌ ପ୍ରତିଷ୍ଠା କରାଯାଇଛି।  ଶେଷ ପର୍ଯ୍ୟାୟରେ ୩.୭ କୋଟିରୁ ଅଧିକ ଭୋଟର ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।  ଶେଷ ପର୍ଯ୍ୟାୟରେ ଏନଡିଏ ୫୩ ପ୍ରାର୍ଥୀ ଦେଇଥିବାବେଳେ ଜେଡିୟୁ ୪୪ ଏବଂ ‌ଏଲ୍‌ଜେପି (ଆର୍‌) ୧୫ ଆସନରେ ପ୍ରାର୍ଥୀ ଦେଇଛି। ହିନ୍ଦୁସ୍ତାନୀ ଅୱମ ମୋର୍ଚ୍ଚା ୬ ପ୍ରାର୍ଥୀଙ୍କୁ ଟି‌କେଟ୍‌ ଦେଇଥିବାବେଳେ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୪ ଆସନରେ ନିର୍ବାଚନ ଲଢ଼ୁଛି । ଚୂଡ଼ାନ୍ତ ପର୍ଯ୍ୟାୟରେ ମହାମେଣ୍ଟର ଆର୍‌ଜେଡି ସର୍ବାଧିକ ୭୧ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୩୭ ପ୍ରାର୍ଥୀ ଦେଇଛି। ମୁକେଶ ଶାହାଣୀଙ୍କ ନେତୃତ୍ବାଧୀନ ବିକାଶ ଶୀଳ ଇନସାନ ପାର୍ଟି ୮ ଆସନରେ ନିର୍ବାଚନ ଲଢ଼ୁଛି ଏବଂ ସିପିଆଇଏମ୍‌ଏଲ୍‌ ୬ ଆସନରେ ନିର୍ବାଚନ ଲଢ଼ୁଛି । 

ଅଧିକ ପଢନ୍ତୁ ... ଦିଲ୍ଲୀରେ ବଡ଼ ବିସ୍ଫୋରଣ, ୮ ମୃତ; ରାଜଧାନୀ ସହ ମୁମ୍ୱାଇରେ ବି ହାଇଆଲର୍ଟ

ସେପଟେ ବିହାରରେ ଆଜି ଶେଷ ପର୍ଯ୍ୟାୟରେ ୧୨୨ ଆସନରେ ଭୋଟ୍‌ ଗ୍ରହଣ ହେବ ।  ଶେଷ ପର୍ଯ୍ୟାୟରେ ୧ ତୃତୀୟାଂଶ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି । ଅନ୍ୟପଖେ ପାଖାପାଖି ଅଧା ପ୍ରାର୍ଥୀ ହେଉଛନ୍ତି କୋଟିପତି ।  ଏଡିଆର୍‌ (ଏସୋସିଏସନ୍‌ ଫର ଡିମୋକ୍ରାଟିକ୍‌ ରିଫର୍ମ‌୍ସ) ତଥ୍ୟ ଅନୁଯାୟୀ ୪୧୫ ପ୍ରାର୍ଥୀ ତଥା ୩୨ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି ।  ଏମାନଙ୍କ ମଧ୍ୟରୁ ୩୪୧ ଜଣ ତଥା ୨୬ ପ୍ରତିଶତଙ୍କ ବିରୋଧରେ ଅତି ସାଂଘାତିକ ଅଭିଯୋଗ ତଥା ହତ୍ୟା ଉଦ୍ୟମ, ଦୁଷ୍କର୍ମ, ଯୌନ ଉତ୍ପୀଡ଼ନ, ଅପହରଣ ଏବଂ ମହିଳାଙ୍କ ବିରୋଧରେ  ଅପରାଧ ଅଭିଯୋଗ ରହିଛି।

ଆଜି ନିର୍ବାଚନ ହେବାକୁ ଥିବା ୧୨୨ ଆସନ ମଧ୍ୟରୁ ୭୩ଟି ଆସନକୁ ସମ୍ବେଦନଶୀଳ ବି‌ବେଚନା କରାଯାଉଛି। ତଥ୍ୟ ଅନୁଯାୟୀ ସବୁଠାରୁ ଧନୀ ଏବଂ ସବୁଠାରୁ ଗରିବ ପ୍ରାର୍ଥୀଙ୍କ ମଧ୍ୟରେ ଅନେକ ବିଭେଦ ରହିଛି।  ବିଏସ୍‌ପିର ସୁଶୀଲ ଚୌଧାରୀ ତାଙ୍କର ଶୂନ ସମ୍ପତ୍ତି ଥିବା ଘୋଷଣା କରିଥିବା ବେଳେ  ଅନ୍ୟଜଣେ ପ୍ରାର୍ଥୀ ସୁରେଶ ରାଜବଂଶୀ ତାଙ୍କର ସମ୍ପତ୍ତି ମୂଲ୍ୟ ମାତ୍ର ୧ ହଜାର ଟଙ୍କା ଘୋଷଣା କରିଛନ୍ତି ।  

ଅନ୍ୟପକ୍ଷେ ‌‌ଲୌରିଆ ଆସନର ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ମୁଖ୍ୟ ରଣ କୌଶଳ ପ୍ରତାପ ସିଂହଙ୍କ ସମ୍ପତ୍ତି ମୂଲ୍ୟ ୩୬୮ କୋଟି ହୋଇଥିବା ବଳେ ଆର୍‌ଏଲଜେପି (ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି)ର ନୀତୀଶ କୁମାରଙ୍କ ସମ୍ପତ୍ତି ମୂଲ୍ୟ ୨୫୦ କୋଟି ଟଙ୍କା ।  ଶିକ୍ଷା କ୍ଷେତ୍ରରେ ୬୨୭ ପ୍ରାର୍ଥୀ ତଥା ୪୮ ପ୍ରତିଶତ ହେଉଛନ୍ତି ଗ୍ରାଜୁଏଟ। ଅନ୍ୟପକ୍ଷେ ୫୨୮ ଜଣ ତଥା ୪୧ ପ୍ରତିଶତ କେବଳ ଦ୍ବାଦଶ ଯାଏଁ ପଢ଼ିଛନ୍ତି ।