କନକ ବ୍ୟୁରୋ: ଫଳମୂଳ ଓ ପନି ପରିବା ଆମ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ । ଡାକ୍ତର ମାନେ ବି ପ୍ରତିଦିନ ଫଳ ଏବଂ ଭରପୁର ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦେଇଥାଆନ୍ତି । କିନ୍ତୁ ଆମେ ପ୍ରତ୍ୟେକ ପନିପରିବା ବା ଫଳକୁ ଖାଇବା ସମୟରେ ତା ଦେହରୁ ବାହାରୁଥିବା ଚୋପାକୁ ଫୋପାଡି ଦେଇଥାଉ । କିନ୍ତୁ ଏଭଳି କିଛି ଫଳ ରହିଛି ଯାହାର ଚୋପା ପୋଷକ ତତ୍ତ୍ବରେ ଭରପୂର ହେବା ସହ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ । ବିଶେଷ କରି ଶୀତଦିନେ ସଞ୍ଜିବନୀ ସାଜେ ଗ୍ରୀନ୍ ମଟର ଚୋପା । ଏପରିକି ତା’ର ଚମତ୍କାରୀ ଫାଇଦା ଜାଣିଲେ ଆପଣ ବି ଆଉ ଫୋପାଡ଼ିବେନି ମଟର ଚୋପା ।
ଗ୍ରୀନ୍ ମଟରକୁ ଆମେ ମଟର ସୁପ, ପନିର ମଟର ତରକାରୀ, ଉପମା ପରି କେତେ ରେସିପି ବ୍ୟବହାର କରିଥାଉ । ସାଧାରଣତଃ ମଟରକୁ ବ୍ୟବହାର କରି ଆମେ ସେଥିରୁ ବାହାରୁ ଥିବା ଚୋପାକୁ ଫୋପାଡି ଦେଇଥାଉ । ଆୟୁର୍ବେଦ ଏବଂ ବୈଜ୍ଞାନିକ ଗବେଷଣା ଅନୁସାରେ ମଟର ଦାନା ପରି ଏହାର ଚୋପା ଶରୀର ପାଇଁ ବରଦାନ ଅଟେ । ତେବେ ଆସନ୍ତୁ ଏହାର ଫାଇଦା ସଂପର୍କରେ ଜାଣିବା ।
ଅଧିକ ପଢ଼ନ୍ତୁ--ଜୋର ଧରିଲା ପାଉଁଶ ରାଜନୀତି ; ବିଧାୟକ-ପୂର୍ବତନ ବିଧାୟକ ମୁହାଁମୁହିଁ
ମଟର ଚୋପାରେ କପର, ଭିଟାମିନ ସି, କ୍ୟାଲସିୟମ, ଫାଇବର ଭରପୂର ମାତ୍ରାରେ ରହିଥାଏ । ଏଥିରେ ଥିବା ପୋଟାସିୟମ ଶରୀରରେ ଥିବା ତରଳ ପଦାର୍ଥର ସନ୍ତୁଳନକୁ ବଜାୟ ରଖିବା ସହ ହୃଦୟକୁ ଭଲଭାବରେ କାମ କରିବାରେ ସାହାର୍ଯ୍ୟ କରିଥାଏ । ଖାସ୍ କରି ମଟର ଚୋପାରେ ଭିଟାମିନ୍ ସି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଭିଟାମିନ୍ କେ ସ୍ୱାଭାବିକ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ ଏବଂ ହାଡ଼କୁ ମଜବୁତ କରିଥାଏ । ଖାଲି ଏତିକି ନୁହେଁ କ୍ୟାରୋଟିନଏଡ୍ ନାମକ ପ୍ରାକୃତିକ ରାସାୟନିକ ପଦାର୍ଥ ରହିଥାଏ । ଯାହା ଆଖି ପାଇଁ ଲାଭଦାୟକ ବୋଲି ବିଶେଷଜ୍ଞ ମାନେ କୁହନ୍ତି । ଏହା ଆଖି କୋଷକୁ ସୁସ୍ଥ ରଖିବା ସହ ଆଲୋକ କ୍ଷତିରୁ ଆଖିକୁ ସୁରକ୍ଷା ଦେଇଥାଏ ।
ଅଧିକ ପଢ଼ନ୍ତୁ--ସପ୍ତାହକୁ ୨ଥର ପିଅନ୍ତୁ ପାଳଙ୍ଗ ଜୁସ୍ ; ମିଳିବ ଅନେକ ଚମତ୍କାରୀ ଫାଇଦା
ପେଟ ପାଇଁ ଭାରି ଲାଭଦାୟକ ଏହି ସବୁଜ ମଟର ଚୋପା । ଛଡ଼ା ଚୋପାରେ ଭରପୂର ମାତ୍ରାରେ ଫାଇବର ରହିଥାଏ । ଯାହା ଆମ ଶରୀରର ପେଟ ସମସ୍ୟା ଦୂର କରିବାରେ ସଞ୍ଜିବନୀ ସାଜେ । ମଟର ଚୋପାର ସେବନ ଫଳରେ ଶରୀରରେ ଉତ୍ପନ୍ନ କୋଷ୍ଠକାଠିନ୍ୟ, ଗ୍ୟାସ ପରି ଜଟିଳ ସମସ୍ୟାରୁ ଏହା ଆରାମ ଦେଇଥାଏ । ଏହା ଶରୀରରେ ପାଚନ କ୍ରିୟାକୁ ସରଳ କରିଥାଏ । ଖାଲି ଏତିକି ନୁହେଁ ଏହି ମଟର ଚୋପାକୁ ଡାଏଟ କରୁଥିବା ଲୋକମାନେ ଚଟଣି କରି ଖାଇପାରିବେ । ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ । ଯେଉଁମାନେ ଡାଏଟ କରୁଛନ୍ତି ସେମାନେ ମଟରର ଚୋପାକୁ ପ୍ରତିଦିନ ଖାଇବା ଫଳରେ ମୋଟା ହୋଇନଥାଆନ୍ତି ।
କିପରି ବ୍ୟବହାର କରିବେ ମଟର ଚୋପା?
ମଟରର ଚୋପାକୁ ପରିଷ୍କାର ଭାବରେ ଧୋଇ ଏଥିରେ ଆଳୁ ମିଶାଇ ଭଜା ପ୍ରସ୍ତୁତ କରିପାରିବେ । ସେହିପରି ଏହି ଚୋପାରୁ ଆପଣ ସ୍ବାଦିଷ୍ଟ ଚଟଣି ମଧ୍ୟ ତିଆରି କରିପାରିବେ । ମଟର ଚୋପାରେ କଞ୍ଚାଲଙ୍କା, ଧନିଆଗୁଣ୍ଡ, ଲେମ୍ବୁ, ରସୁଣ, ଚାଟ ମସଲାକୁ ବ୍ୟବହାର କରି ଚଟଣି ପ୍ରସ୍ତୁତ କରିପାରିବେ । ଏହି ଚଟଣିକୁ ଆପଣ ରୁଟି, ପରଟା, ଭାତ ଏବଂ ବିଭିନ୍ନ ସ୍ନାକ୍ସ ଖାଦ୍ୟ ସହ ଖାଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/05/green-mutter-2025-12-05-18-34-06.jpg)