କନକ ବ୍ୟୁରୋ  : ଶୀତ ପଡ଼ିଲାଣି । ବଜାରରେ ବିଭିନ୍ନ ପରିବାର ଭିଡ଼ ବି ଜମିଲାଣି । ବିଶେଷ କରି  ଏ ଦିନରେ ବିଭିନ୍ନ ଶାଗର ବଜାରରେ ମିଳେ । ଏସବୁ ଭିତରେ ଥାଏ ବଥୁଆ ଶାଗ । ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ଅନେକ ରୋଗର ନିରାକରଣ କରିବାରେ ବି ସେତିକି ସମର୍ଥ ।  ତେଣୁ ଏହାକୁ ଶୀତ ଦିନର ସୁପରଫୁଡ୍ ବୋଲି କୁହାଯାଏ ।  ଆମ ଜେଜେ ବାପା,ମାଙ୍କ ଅମଳରୁ ଏ ଶାଗ ଖାଇବାର ପ୍ରଚଳନ ରହିଛି ।  ସେ ସମୟରେ ସେମାନେ କିଛି ନ ଜାଣିବି  ବହୁତ କିଛି ଜାଣିଥିଲେ  ।  ବିଶେଷ କରି ଶୀତଦିନେ ମିଳୁଥିବା ଏହି ବଥୁଆ ଶାଗ ମହୌଷଧୀ ଭଳି କାମ କରେ । ହେଲେ ଏ ଶାଗ କିଛି ଲୋକଙ୍କ ପାଇଁ ବାରଣ ରହିଛି।  ତାର କାରଣ ବି ଅଛି ।…

Advertisment

କି କି ରୋଗପାଇଁ ମହୌଷଧୀ ବଥୁଆ ଶାଗ ?
ବଥୁଆ ଶାଗରେ ରହିଛି ପ୍ରଚୂର ପରିମାଣରେ ଭିଟାମିନ୍ A, C, Iron, Calcium  । ଅଲଗା ଶାଗ ହଜମ ହେବାକୁ ସମୟ ନେଉଥିବାବେଳେ  ବଥୁଆ ଶାଗ କିନ୍ତୁ ହଜମ ଶକ୍ତିକୁ ବଢ଼ାଇଥାଏ ।  ଯେଉଁମାନଙ୍କର ଗ୍ୟାସ୍, କିମ୍ବା ପେଟର କିଛି ସମସ୍ୟା ଥାଏ ସେମାନଙ୍କ ପାଇଁ , ଶାଗ କୌଣସି ଔଷଧଠାରୁ କମ୍ ନୁହେଁ  । 
ଏହାସହ ବଥୁଆ ଶାଗ ରକ୍ତ ପରିଷ୍କାର କରିବା ସହ ତ୍ବଚାରେ ଚମକ ଆଣେ । ବଥୁଆ ଶାଗର ଜୁସ୍ ପିଇଲେ  ଲିଭର ସୁସ୍ଥ ରହିବା ସହ ଶରୀରରୁ ବର୍ଜ୍ୟ ଉପାଦାନ ନିଷ୍କାସନ ହୋଇଯାଏ ।  

ଅଧିକ ପଢନ୍ତୁ.... ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

ଯଦି କାହାର ଆଣ୍ଠୁଗଣ୍ଠି ଯନ୍ତ୍ରଣା ଥାଏ , ଉଚ୍ଚ ରକ୍ତଚାପ ସମସ୍ୟା ଥାଏ , ସେମାନଙ୍କ ପାଇଁ ବଥୁଆ ଶାଗ ବେଶ୍ ଉପକାରୀ  । ବଥୁଆ ଶାଗକୁ ଖାଦ୍ୟରେ ସାମିଲ କଲେ ଏସବୁ ସମସ୍ୟାରୁ ମୁକ୍ତି ମିଳେ । ଖାଲି ସେତିକି ନୁହେଁ ବଥୁଆ ଶାଗ ଥଣ୍ଡାର ଦୂରେଇ ରଖିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ  । 
ଶୀତ ଦିନେ ବଥୁଆ ଶାଗର ରୁଟି ନହେଲେ ପରଟା ଭାରି ଉପାଦେୟ । ଏଥିରେ ଟିକେ ବଟର ନହେଲେ ଘିଅ ଲଗାଇ ପରଟା କରି ଖାଇଲେ ଶରୀରରୁ ତଣ୍ଡା କଟିଯାଏ  । 

ଅଧିକ ପଢନ୍ତୁ...  ସେ ପୁରୁଷ : ପଥର ନୁହେଁ ....

ଏ ଶାଗ ଶରୀର ପାଇଁ ମହୌଷଧୀ ଭଳି କରୁଥିଲେ ବି କିଛି ବର୍ଗର ଲେକାଙ୍କ ପାଇଁ  ଏହାକୁ ଖାଇବା ଉପରେ କଟକଣା ରହିଛି ।  ଯେଉଁମାନଙ୍କର କିଡନି ଷ୍ଟୋନ୍ ସମସ୍ୟା ଥିବ ସେମାନଙ୍କୁ ଏହା ଖାଇବା ଅନୁଚିତ  ।  କାରଣ ଏଥିରେ ଅକ୍ସଲେଟ୍ ନାମକ ଉପାଦାନ ଥାଏ ଯାହା ପଥୁରୀ ସମସ୍ୟାକୁ ଆହୁରି ବଢ଼ାଇଦିଏ । ଗର୍ଭବତୀ ମହିଳା ବି ଏହି ଶାଗକୁ ବେଶି ମାତ୍ରାରେ ନକାଇବା ଭଲ  । 

ବଥୁଆ ଶାଗରେ ପ୍ରଚୂର ମାତ୍ରାରେ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହ ପେଟ ସଫା କରିବାରେ ସହାୟକ ହୁଏ ।  ତେଣୁ ଶୀତରେ ଏହି ଶାଗକୁ ରାନ୍ଧି ଉଷୁମ ଉଷୁମ ଖାଆନ୍ତୁ , ଥଣ୍ଡାରୁ ଛୁ ମନ୍ତର କରନ୍ତୁ ।