କନକ ବ୍ୟୁରୋ : ଦୁଇବର୍ଷ ଗଲାନି କୋଡ଼ିଏ ଲକ୍ଷ ଅନୁଦାନରେ ନିର୍ମାଣ  ଦୁଇ ପାର୍କ । ବିଭାଗୀୟ ଅଣଦେଖା ପାଇଁ ୨ଟି ଯାକ ପାର୍କ ୨ ବର୍ଷ ମଧ୍ୟରେ ଉଜୁଡି ଯାଇଛି। ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ। ତୁରନ୍ତ ପାର୍କ ୨ଟିର ପୁନଃରୁଦ୍ଧାର ପାଇଁ ଦାବି ହୋଇଛି । ସିମେଣ୍ଟ ଚେୟାର ଗୁଡ଼ିକ ଭାଙ୍ଗିଯାଇଛି , ଚାରିଆଡ଼େ ବଣବୁଦା । ମଦ ବୋତଲ ପଡ଼ିଛି । ନିର୍ମାଣ ସରିବାର ୨ ବର୍ଷ ବି ଗଲାନି, ବିଭାଗୀୟ ଅବହେଳା ପାଇଁ ୨ଟି ପାର୍କ ଶ୍ରୀହୀନ ! ହୋଇପଡ଼ିଛି। ଅଧା ଦୋଳି ଓ ବ୍ୟାୟାମ ସାମଗ୍ରୀ ଚୋରି ହୋଇଗଲାଣି । ଗୋଟିଏ ବସ୍ତିବାସିନ୍ଦାଙ୍କ ମୁକ୍ତାକାଶ ଶୌଚାଳୟ ପାଲଟିଛି, ଅନ୍ୟଟି ମଦୁଆଙ୍କ ଆଡ୍ଡାସ୍ଥଳୀ । ସନ୍ଧ୍ୟା ହେଲା ମାତ୍ରେ ଏଠାରେ ଯାବତୀୟ ଅସାମାଜିକ କାର୍ଯ୍ୟକଳାପ ଚାଲୁଛି। ଫଳରେ ଲୋକ ଏଠାକୁ ଆସିବାକୁ ଭୟ କରୁଛନ୍ତି । 

Advertisment

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ଅଲ୍ଲୀନଗର ଠାରେ ସ୍ଥାନୀୟ ଲୋକଙ୍କ ଅବସର ବିନୋଦନ ପାଇଁ ଏହି ୨ଟି ପାର୍କ ନିର୍ମାଣ କରାଯାଇଥିଲା। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୨୦ ଲକ୍ଷ। କିନ୍ତୁ କାହା ସ୍ବାର୍ଥରେ ନିର୍ମାଣ? ହୋଇଥିଲା ତାହା ଜଣାନାହିଁ। ଚମ୍ପୁଆ ଏନ୍‌ଏସିରର ଆନ୍ତରିକ ଅଭାବ ଯୋଗୁଁ ଦୁଇଟି ଯାକ ପାର୍କ ବ୍ୟବହାରଯୋଗ୍ୟ ହୋଇରହିନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପାର୍କର ପୁନରୁଦ୍ଧାର କରାଯିବ ବୋଲି କହିଛନ୍ତି ଏନ୍‌ଏସି ନିର୍ବାହୀ ଅଧିକାରୀ । ବିଭାଗୀୟ ଅବହେଳା ଓ ଅପାରଗତା ପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଛି। ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ଅଧିକ ପଢ଼ନ୍ତୁ---ଆନ୍ଧ୍ର ନେଟ୍‌ୱର୍କ ଭରସାରେ ସୀମାନ୍ତ ଓଡ଼ିଆ ; ପାହାଡ଼ ଚଢ଼ିଲେ ଆସୁଛି ନେଟ୍‌ୱର୍କ