ମୟୂରଭଞ୍ଜରେ ଛାତ୍ରୀ ନିମିତ୍ତ ଶିକ୍ଷକଙ୍କୁ ମାଡ଼ ମାରିଲେ ଅଭିଭାବକ , ସୋସିଆଲ୍ ମିଡିଆରେ ଭିଡ଼ିଓ ଭାଇରାଲ

Advertisment

ଛାତ୍ରୀଙ୍କୁ ଖରାପ ବ୍ୟବହାର ଅଭିଯୋଗରେ ତାତିଲେ ଅଭିଭାବକ । ହିନ୍ଦୀ ଶିକ୍ଷକଙ୍କୁ ମାଡ଼ ମାରିଲେ ଉତ୍ତ୍ୟକ୍ତ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନସ୍ଥ ଏକ ହାଇସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଛାତ୍ରୀଙ୍କୁ ଖରାପ ବ୍ୟବହାର ଅଭିଯୋଗରେ ତାତିଲେ ଅଭିଭାବକ । ହିନ୍ଦୀ ଶିକ୍ଷକଙ୍କୁ ମାଡ଼ ମାରିଲେ ଉତ୍ତ୍ୟକ୍ତ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନସ୍ଥ ଏକ ହାଇସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

Mayurbhanj Case

Mayurbhanj Case Photograph: (Kanak News)

କନକ ବ୍ୟୁରୋ : ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ତାତିଲେ ଅଭିଭାବକ । ହିନ୍ଦୀ ଶିକ୍ଷକଙ୍କୁ ମାଡ଼ ମାରିଲେ ଉତ୍ତ୍ୟକ୍ତ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନସ୍ଥ ଏକ ହାଇସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ । ପୂର୍ବରୁ ମଧ୍ୟ ଏହି ଶିକ୍ଷକ ସୁବାସ ଚାନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଛାତ୍ରୀ । ଏହାପରେ ଜାନୁଆରି ୩୦ରେ ଏବଂ ଫେବୃଆରି ୨ରେ ସ୍କୁଲରେ ବୈଠକ ହୋଇଥିଲା । 

ଅଧିକ ପଢନ୍ତୁ : ସଇତାନ ସାଜିଲେ ଶିକ୍ଷକ, ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ!

ଏହାପରେ ଶିକ୍ଷକଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ନହେବାରୁ  ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଶିକ୍ଷକଙ୍କୁ ଘେରିବା ସହିତ ମାଡ଼ ମାରିଥିଲେ । ଖବର ପାଇ ରାସଗୋବିନ୍ଦପୁର ଥାନା ପୁଲିସ୍ ତାଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ବିଇଓଙ୍କ ନିର୍ଦ୍ଦେଶକ୍ରମେ ଏବିଇଓ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯିବ ଏବଂ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବିଇଓ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe