କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୀର୍ଘ ଦୁଇ ବର୍ଷ ଧରି ଚାରି ଜଣ ଶିକ୍ଷକ ଗଣଦୁଷ୍କର୍ମ କରିଥିବା ନେଇ ଏକ ଅତ୍ୟନ୍ତ ନିନ୍ଦନୀୟ ତଥା ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି । ଏହି ଘଟଣା ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକେ ଗତ ଜାନୁଆରି ମାସରେ ଜାଣିବାକୁ ପାଇଥିଲେ ଏବଂ ଏହାପରେ ସେମାନେ ଝିଅକୁ ସ୍କୁଲ ପଠାଇବା ବନ୍ଦ କରିଦେଇଥିଲେ ।
ଛାତ୍ରୀଙ୍କ ବାପା ରାଜ୍ୟ ବାହାରେ ଚାକିରି କରୁଥିବାରୁ, ସେ ଘରକୁ ଫେରିବା ପରେ ଗତ ୧୮ ତାରିଖରେ ଶିଶୁ ମଙ୍ଗଳ କମିଟି (CWC) ରେ ଅଭିଯୋଗ କରିଥିଲେ । ଏଥିସହିତ ପରିବାର ପକ୍ଷରୁ ଥାନାରେ ମଧ୍ୟ ଏତଲା ଦିଆଯାଇଛି । ଏହି ଗୁରୁତର ଅଭିଯୋଗକୁ ଭିତ୍ତି କରି ପୋଲିସ ଆଜି ସକାଳୁ ଉକ୍ତ ସ୍କୁଲର ୫ ଜଣ ଶିକ୍ଷକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି ଏବଂ ସେମାନଙ୍କୁ ପଚରାଉଚରା ଜାରି ରଖିଛି । ଜଣେ ଗୁରୁ ହୋଇ ଛାତ୍ରୀଙ୍କ ସହ ଏଭଳି ଅମାନବୀୟ କାର୍ଯ୍ୟ କରିବା ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
ଅଧିକ ପଢ଼ନ୍ତୁ---କେନ୍ଦ୍ରାପଡ଼ାରେ ଲଜ୍ଜା: ନାବାଳିକାଙ୍କୁ ଗେଷ୍ଟ ହାଉସରେ ଗଣଦୁଷ୍କର୍ମ ଅଭିଯୋଗ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/crime-2026-02-21-13-16-05.jpg)