କନକ ବ୍ୟୁରୋ : ମଠ ମନ୍ଦିରରେ ଦେବା ଦେବୀ ପୂଜା ପାଇବା କଥା ତ’ ଜାଣନ୍ତି । ହେଲେ ଏମିତି ଏକ ମନ୍ଦିର ଯେଉଁଠି ଜଣେ ଗୁରୁ ପୂଜା ପାଅନ୍ତି । ତାଙ୍କ ପାଇଁ ଲାଗେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ସେମିତି ଏକ ପୀଠ ହେଉଛି ମୟୂରଭଞ୍ଜ ତିରିଂ ବ୍ଲକ ବଡ଼ଡ଼ାଳିମାର ବାବା ଗୈବାନନ୍ଦଙ୍କ ପୀଠ । ବାବା ପୀଠରେ ଚାଲିଥିବା ପାଣ୍ଡୁ ମେଳା ଉଦଯାପିତ ହୋଇଯାଇଛି । ୩ ଦିନ ଧରି ଚାଲିଥିବା ଏହି ମେଳାକୁ ଦେଖିବାକୁ ହଜାର ହଜାର ଶିଷ୍ୟ ଓ ଭକ୍ତଙ୍କ ସମାଗମ ହୋଇଥିଲା। 

Advertisment

ଅଧିକ ପଢ଼ନ୍ତୁ :   ୩୫ ବର୍ଷ ପରେ ଘରକୁ ଫେରିଲା ପୁଅ, ବାଜା, ବାଣ, ରୋସଣୀରେ ଗାଁ ଲୋକ କଲେ ସ୍ୱାଗତ

ଉତ୍ତରପ୍ରଦେଶ ଗାଜିପୁରର ବାବା ଗୈବାନନ୍ଦ ଜଣେ ବିଜ୍ଞ ପଣ୍ଡିତ । ଲୋକଙ୍କୁ ସଠିକ ମାର୍ଗରେ ଆଣିବା ନେଇ ସେ ଦେଶବିଦେଶ ପଦଯାତ୍ରା କରିବା ସମୟରେ ତାଙ୍କ ପାଦ ପଡ଼ିଥିଲା ମୟୂରଭଞ୍ଜ ମାଟିରେ । ମାକଡ଼ି ପାହାଡ଼ ଉପରେ ୪ ମାସ ଧରି ତପସ୍ୟା କରିଥିଲେ ବାବା । ୧୯୯୬ରେ ବାବା ଗୈବାନନ୍ଦଙ୍କ ମହାପ୍ରଣୟ ଘଟିବା ପରେ ଏହିଠାରେ ହିଁ ତାଙ୍କ ବାବାଙ୍କ ପୀଠ ସ୍ଥାପିତ ହୋଇଥିଲା । ବାବାଙ୍କୁ ଦର୍ଶନ କରିବାକୁ ହେଲେ ୬୨୬ଟି ପାହାଚ ଉଠି ପାହାଡ଼ ଚଢ଼ି ଯିବାକୁ ପଡ଼େ । ଏହି ପୀଠର ଉଦ୍ଦେଶ୍ୟ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅହିଂସା, ଦୟା ଓ ସେବା ଭାବ ଲୋକଙ୍କ ମଧ୍ୟରେ ଜାଗ୍ରତ କରିବା ଏବଂ ଅନ୍ଧବିଶ୍ୱାସ ଦୂରୀକରଣ କରିବା। 

ଅଧିକ ପଢ଼ନ୍ତୁ :   ବଦଳିବ ରାଜଧାନୀରେ କଳେବର; ୯ ହଜାର ଏକର ଜମିରେ ବିଡ଼ିଏର ଟାଉନ ପ୍ଲାନିଂ

 ୧୯୭୮ରୁ ପ୍ରତ୍ୟେକ ବର୍ଷ ପୀଠରେ ପଣ୍ଡୁମେଳା ଅନୁଷ୍ଠିତ ହେଉଛି । ବିଭିନ୍ନ ରାଜ୍ୟରେ ବାବଙ୍କର ୧୪ଟି ପୀଠ ରହିଛି। ସେଥିମଧ୍ୟରୁ ଅନ୍ୟତମ ବଡ଼ଡ଼ାଳିମା ମାକଡିଘାଟି ପାହାଡ ଉପରେ ଥିବା ପୀଠ ।