ଅଧପନ୍ତରିଆ ହୋଇପଡ଼ିଛି ପାର୍କ; ଅଧାରୁ କାମ ଛାଡ଼ି ଚାଲିଗଲେ ଠିକାଦାର !

Advertisment

ଚାରିଆଡ଼େ ଅନାବାନା ଗଛ । କେଉଁଠି କିଛି ଅଧା ଗଢ଼ା । ତ’ ଆଉ କେଉଁଠି ଭାଙ୍ଗିରୁଜି ଗଲାଣି । ପୁଳା ପୁଳା ମଦ ବୋତଲ ପଡ଼ିଛି । ପଞ୍ଚାୟତବାସୀଙ୍କ ଅବସର ବିନୋଦନ ପାଇଁ ହୋଇଥିବା ଏହି ପାର୍କ ଏବେ ମଦୁଆଙ୍କ ମନ ଖୁସି କରୁଥିବା ମନେ ହେଉଛି ।

ଚାରିଆଡ଼େ ଅନାବାନା ଗଛ । କେଉଁଠି କିଛି ଅଧା ଗଢ଼ା । ତ’ ଆଉ କେଉଁଠି ଭାଙ୍ଗିରୁଜି ଗଲାଣି । ପୁଳା ପୁଳା ମଦ ବୋତଲ ପଡ଼ିଛି । ପଞ୍ଚାୟତବାସୀଙ୍କ ଅବସର ବିନୋଦନ ପାଇଁ ହୋଇଥିବା ଏହି ପାର୍କ ଏବେ ମଦୁଆଙ୍କ ମନ ଖୁସି କରୁଥିବା ମନେ ହେଉଛି ।

Panchayat Park

Panchayat Park Photograph: (Kanak News)

କନକ ବ୍ୟୁରୋ : ପଞ୍ଚାୟତ ଲୋକଙ୍କ ପାଇଁ ପାର୍କ ନିର୍ମାଣ ଆରମ୍ଭ ହୋଇଥିଲା । ଏଥିପାଇଁ ପାଖାପାଖି ଅନୁଦାନ ଆସିଲା ୨୦ ଲକ୍ଷ । ହେଲେ ବର୍ଷ ପରେ ବର୍ଷ ବିତୁଛି, ପାର୍କ କାମ ସରୁନି । ଅଧପନ୍ତରିଆ ହୋଇପଡ଼ିରହିଛି । ଅଧାରୁ କାମ ଛାଡ଼ି ଠିକାଦାର ଛୁ’ ମାରିଥିବାରୁ କାମ ଅଧାରେ ଅଟକିଥିବା ଅଭିଯୋଗ ଆସିଛି । ଆଉ ଏନେଇ ପ୍ରଶ୍ନ କରିବାକୁ କ୍ୟାମେରା ପ୍ରତିକ୍ରିୟା ଦେବାକୁ ଅରାଜି ହେଉଛନ୍ତି ସରକାରୀ ବାବୁ ।

ଚାରିଆଡ଼େ ଅନାବାନା ଗଛ । କେଉଁଠି କିଛି ଅଧା ଗଢ଼ା । ତ’ ଆଉ କେଉଁଠି ଭାଙ୍ଗିରୁଜି ଗଲାଣି । ପୁଳା ପୁଳା ମଦ ବୋତଲ ପଡ଼ିଛି । ପଞ୍ଚାୟତବାସୀଙ୍କ ଅବସର ବିନୋଦନ ପାଇଁ ହୋଇଥିବା ଏହି ପାର୍କ ଏବେ ମଦୁଆଙ୍କ ମନ ଖୁସି କରୁଥିବା ମନେ ହେଉଛି । ଚମ୍ପୁଆ ବ୍ଲକ ରଙ୍ଗମାଟିଆ ପଞ୍ଚାୟତ ବାଙ୍କିଆ ଗାଁରେ ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଏହି ପାର୍କ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ପାର୍କ ସମ୍ପୂର୍ଣ୍ଣୀକରଣ ପାଇଁ ପୁଣି ଏସ୍‌ଏଫ୍‌ସି ପାଣ୍ଠିରୁ ୫ ଲକ୍ଷ ଓ ପଞ୍ଚାୟତ ଫଣ୍ଡରୁ ୫ ଲକ୍ଷ ଯୋଗାଇ ଦିଆଗଲା । କିନ୍ତୁ ଅଧାରୁ କାମ ଛାଡ଼ି ଠିକାଦାର କେଉଁଆଡ଼େ ଚାଲିଗଲା, ସେବେଠୁ କାମ ଆଉ ଆଗଉନି । ୫ ବର୍ଷ ହେଲାଣି ଅଧପନ୍ତରିଆ ହୋଇପଡ଼ିରହିଛି ।

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ଦେଓଗାଁ ଆନ୍ଦୋଳନ; ଇଥାନଲ୍ ପ୍ଲାଣ୍ଟ ବିରୋଧରେ ମହିଳାଙ୍କ ରଣହୁଙ୍କାର, ନେତୃତ୍ୱ ନେଉଛନ୍ତି ୬୫ ବର୍ଷୀୟା ବୃଦ୍ଧା

ପାଦଚଲା ରାସ୍ତାରେ ପେଭର୍‌ ବ୍ଲକ କାମ ଆଦୌ ଆରମ୍ଭ ହୋଇନାହିଁ । ଘାସ ଗାଲିଚା ଫୁଲ ଗଛ ବି ଲଗାଯାଇନି । ଏପରିକି ପାଚେରୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାମ ବି ଅଧାରେ ପଡ଼ିଛି । ବ୍ୟବହାରରେ ନଲାଗି ପାର୍କରେ ଲାଗିଥିବା ଦୋଳି, ଅନ୍ୟାନ୍ୟ ଖେଳ ସାମଗ୍ରୀ, ସିମେଣ୍ଟ ଚେୟାର୍‌ ଭାଙ୍ଗି ନଷ୍ଟ ହୋଇଗଲାଣି । ଅବସ୍ଥା ଦେଖି ଲାଗୁଛି କାମ ସାରିବାକୁ ପଞ୍ଚାୟତ, ବ୍ଲକ କର୍ତ୍ତୃପକ୍ଷ କାହାର ଆଗ୍ରହ ନାହିଁ । ଯାହାକୁ ନେଇ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରାଶାସନିକ ବାବୁଙ୍କ ଅପାରଗତା ପାଇଁ ସରକାରଙ୍କ ୨୦ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ଆସିଛି । ଅନ୍ୟପଟେ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ନାରାଜ ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe