କନକ ବ୍ୟୁରୋ : ସମ୍ବଲପୁର ମାନେଶ୍ୱର ବ୍ଲକରେ ଇଥାନଲ ପ୍ଲାଣ୍ଟ ନିର୍ମାଣ ପାଇଁ ସବୁ ନିୟମକୁ ଫୁ କରି ଉଡ଼ାଇ ଦେଇଛି ପ୍ରଶାସନ । ନା ଜଙ୍ଗଲ ଓ ପରିବେଶ ନିୟମକୁ ମାନୁଛି, ନା ବିସ୍ଥାପନ ନିୟମ । ଅନ୍ୟପଟେ କମ୍ପାନି ବିରୋଧରେ ବଢ଼ି ଚାଲିଛି ଅସନ୍ତୋଷ ।
ଆସିଲି ସେଠ୍ । ନା କେବେ ସ୍କୁଲ ଦୁଆର ମାଡ଼ିଛନ୍ତି ନା ପାଠ ପଢ଼ିଛନ୍ତି । କିନ୍ତୁ ଏବେ ନିଜ ଗାଁ, ନିଜ ମାଟି, ଜଙ୍ଗଲ, ଜମି ଓ ଜଳ ପାଇଁ ଆନ୍ଦୋଳନ କରୁଛନ୍ତି ସମ୍ବଲପୁର ଜିଲ୍ଲା ଦେଓଗାଁର ୬୫ ବର୍ଷୀୟା ଆସିଲି । ସବୁ ନିୟମକୁ ଫୁ କରି ଦେଓଗାଁରେ ଗଢ଼ିଉଠୁଥିବା ଇଥାନଲ ପ୍ଲାଣ୍ଟ ବିରୋଧରେ ପ୍ରାୟ ୪ ବର୍ଷ ହେଲା ଆନ୍ଦୋଳନ କରୁଛନ୍ତି ଦେଓଗାଁବାସୀ । ଆଉ ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ଆସିଲି । ପାଠ ନ ପଢ଼ିଥିଲେ ମଧ୍ୟ ପର ପିଢ଼ି ପାଇଁ, ପରିବେଶ ପାଇଁ ପ୍ରଶାସନ ଓ କମ୍ପାନି ବିରୋଧରେ କରୁଛନ୍ତି ଲଢ଼େଇ ।
ଅଧିକ ପଢ଼ନ୍ତୁ : ପୁରାତତ୍ତ୍ୱ ଇତିହାସର ଗନ୍ତାଘର ମୟୂରଭଞ୍ଜ; ମାଟି ତଳୁ ମିଳିଲା ପଥର ହତିଆରର ଅବଶେଷ
ପଲ୍ଲବୀ ଦନ୍ତା, ବୟସ ପ୍ରାୟ ୩୦ବର୍ଷ । ଆସିଲିଙ୍କ ସହ ଇଥାନଲ ପ୍ଲାଣ୍ଟ ବିରୋଧରେ ଜାରି ଆନ୍ଦୋଳନର ଅନ୍ୟତମ ଅଗ୍ରଦୂତ । ମହାନଦୀରୁ ପାଣି ଶୋଷିବାକୁ ବେଆଇନ୍ ବ୍ଲାଷ୍ଟିଂ କରୁଛି କମ୍ପାନି । ଏହା ବିରୋଧରେ ଦୃଢ ପ୍ରତିବାଦ କରୁଛନ୍ତି ପଲ୍ଲବୀ ଓ ତାଙ୍କ ସାଥୀ । ମହାନଦୀ ଦେଓଗାଁବାସୀଙ୍କର ପେଟ ପୋଷୁଥିବା ବେଳେ ତାକୁ ବଞ୍ଚାଇବା ପାଇଁ ଦିନ ରାତି ଲଢ଼ୁଛନ୍ତି ଶହ ଶହ ଗୃହିଣୀ । ପୁରୁଷଙ୍କ ନେତୃତ୍ୱରେ ଦେଶରେ ଶହ ଶହ ଆନ୍ଦୋଳନ ଦେଖିଥିବେ । କିନ୍ତୁ ଦେଓଗାଁ ଆନ୍ଦୋଳନ ଏବେ ନୂଆ ଇତିହାସ ଲେଖୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/29/ethanol-plant-2025-12-29-21-00-13.jpg)