କନକବ୍ୟୁରୋ : ଆଜିଠୁ ଆରମ୍ଭ ହେବ କାର୍ତ୍ତିକ ମାସର ପଞ୍ଚକ ଓ ବଡଓଷା ଯାତ୍ରା । କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ହଜାର ହଜାର ଶ୍ରଦ୍ଧାଳୁ। ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିଵା ଲାଗି କଂକ୍ରିଟ ପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପ୍ରଯ୍ୟନ୍ତ ବ୍ୟାରିକେଡ, ୩୨ ଟି ସ୍ଥାନରେ ସିସିଟିଭି ଲଗାଯିବ ସହିତ ଓଡ୍ରାଫ, ଅଗ୍ନିଶମ ବିଭାଗ ଙ୍କୁ ନିୟୋଜିତ କରାଯାଇଛି ।
ଆଜିଠୁ ଦିଲ୍ଲୀକୁ ପ୍ରଦୂଷଣକାରୀ ବାହାର ଯାନ ମନା : ଗଠନ ହୋଇଛି ୨୩ଟି ସ୍ବତନ୍ତ୍ର ଦଳ ଗଠନ
ଅଧିକ ପଢନ୍ତୁ .....
ଚଳିତ ବର୍ଷ ୪ ଦିନ ପଞ୍ଚକ ପଡୁଥିବା ବେଳେ ଧବଳେଶ୍ୱର ଙ୍କ ପୀଠରେ ପଞ୍ଚକ ପାଞ୍ଚ ଦିନରେ ୫ଟି ବେଶ କରାଯିବା ପାଇଁ ପୂଜକ ସମିତି ପକ୍ଷରୁ ନିଷ୍ପତି କରାଯାଇଛି। ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ପୋଲିସ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ ଫୋର୍ସ ସମେତ ୨ ଜଣ ଅତିରିକ୍ତ ଏସ୍ପି, ୮ ଜଣ ଡିଏସ୍ପି, ୨୦ ଜଣ ଆଇଆଇସି ସମେତ ୨୦୦ ରୁ ଅଧିକ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।
ରକ୍ତଭଣ୍ଡାରରେ ରକ୍ତ ଅଭାବ; ବାରିପଦାରେ ଜୀବନ ସହ ଯୁଝୁଛି ରୋଗୀ
ଅଧିକ ପଢନ୍ତୁ....
ଏ ନେଇ ଗତକାଲି କଟକ ଗ୍ରାମୀଣ ପୋଲିସ ପକ୍ଷରୁ ଧବଳେଶ୍ୱର ଫାଣ୍ଡି ପରିସରରେ କଟକ ଜିଲ୍ଲା ଗ୍ରାମୀଣ ଏସ୍ପିଙ୍କ ଉପସ୍ଥିତିରେ ମକ୍ ଡ୍ରିଲ କରାଯାଇଥିଲା। ଭକ୍ତଙ୍କ ପାଇଁ ୩ଟି ସ୍ଥାନରେ ପାର୍କିଙ୍ଗ କରାଯିବା ସହ ପୀଠ ବାହାରେ ୮ ଟି ସ୍ଥାନରେ, ମନ୍ଦିର ପୀଠରେ ୬ଟି ସ୍ଥାନରେ ଟ୍ରାଫିକ ପୋଷ୍ଟ କରାଯାଇଛି ।
କଟକ ଠାରୁ ଧବଳେଶ୍ୱର ପୀଠକୁ ଦୁଇ ଚକିଆ ଗାଡି ନେଇ ଆସୁଥିବା ଭକ୍ତ ମାନେ ନୂଆପାଟଣା ଛକ ଠାରୁ ପାଇକେରାପୁର ଗାଡି ଷ୍ଟାଣ୍ଡ କୁ ଯାଇପାରିବେ । ଯେଉଁ ଭକ୍ତ ମାନେ ୪ ଚକିଆ ଯାନ ଧରି ଆସିବେ ସେମାନେ ନୂଆପାଟଣା ଛକ ଠାରୁ ୫୫ ନମ୍ବର ଜାତୀୟ ରାଜପଥ ଦେଇ ବାଳି ଛକ ଠାରୁ ସୁନିଆମୁଂହ ରାସ୍ତାରେ ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡିଆ ଦୁଇଟି ପାର୍କିଂ କୁ ଆସି ପାରିବେ ।
ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ : ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବନ୍ଦ ହେବନି ସୁବିଧା
ଅଧିକ ପଢନ୍ତୁ ......
ଏଥିସହ ଜାଣନ୍ତୁ କାର୍ତ୍ତିକର ମହିମା ବ୍ରତ
କାର୍ତ୍ତିକ କେବଳ ପୁଣ୍ୟମାସ ନୁହେଁ, ଏହା ମଧ୍ୟ ଏକ ଶ୍ରେଷ୍ଠମାସ। ଏହା ବିଭିନ୍ନ ଶାସ୍ତ୍ରପୁରାଣରେ କୁହାଯାଇଛି। କିନ୍ତୁ ‘ପଦ୍ମପୁରାଣ’ରେ ଏହି ମାସକୁ ଅନ୍ୟ ଏକ ବିଶେଷଣ ଦିଆଯାଇଛି। କୁହାଯାଇଛି–କାର୍ତ୍ତିକ ମାସ ହେଉଛି ବୈଷ୍ଣବମାସ।
‘ପଦ୍ମପୁରାଣ-ଉତ୍ତରଖଣ୍ଡ’ର ୧୧୮ ଅଧ୍ୟାୟ, ଦ୍ବିତୀୟ ଶ୍ଳୋକରେ ଏ ସଂପର୍କରେ କୁହାଯାଇଛି–
‘‘କାର୍ତ୍ତିକୋ ବୈଷ୍ଣବୋ ମାସଃ
ସର୍ବମାସେଷୁ ଚୋତ୍ତମଃ।
ଅସ୍ମିନ୍ମାସେ ତ୍ରୟସ୍ତ୍ରିଂଶତ୍-
ଦେବାସଂନିହିତାଃ କଳୌ
‘ପଦ୍ମପୁରାଣ’ର ଏହି ଅଧ୍ୟାୟ ଅନୁସାରେ–ବୃଷଧ୍ବଜ ଭଗବାନ ଶିବ ହେଉଛନ୍ତି ବକ୍ତା ଏବଂ ଭକ୍ତିଯୁକ୍ତ କାର୍ତ୍ତିକେୟ ହେଉଛନ୍ତି ଶ୍ରୋତା। କାର୍ତ୍ତିକେୟଙ୍କ ପ୍ରଶ୍ନରେ ଶିବ ତାଙ୍କୁ ଯେଉଁସବୁ କଥା କହିଛନ୍ତି, ସୂତମୁନି ଅନ୍ୟମୁନିମାନଙ୍କୁ ତାହା କହିଛନ୍ତି।
ଶିବ କହିଛନ୍ତି–ହେ ପ୍ରିୟପୁତ୍ର କାର୍ତ୍ତିକେୟ! କାର୍ତ୍ତିକମାସ ହେଉଛି ସବୁ ମାସ ମଧ୍ୟରେ ଉତ୍ତମ ଏବଂ ଏହା ବୈଷ୍ଣବ ମାସ। କଳିଯୁଗରେ ଏହି ମାସରେ ତେତିଶ ଦେବତା ଆମର ସନ୍ନିକଟରେ ରହିଥାନ୍ତି। ଏହି ମାସ ବୈଷ୍ଣବ (ବିଷ୍ଣୁ ଭକ୍ତ)ମାନଙ୍କର ପ୍ରିୟ ମାସ। ଏହି ମାସରେ ବୈଷ୍ଣବଙ୍କର ସେବା କଲେ ଉଭୟ ରାଜସୂୟ ଯଜ୍ଞ ଓ ଅଶ୍ବମେଧ ଯଜ୍ଞର ଫଳ ମିଳିଥାଏ ।
କାର୍ତ୍ତିକ ମାସରେ ବିଷ୍ଣୁଭକ୍ତମାନଙ୍କର ସେବା ପରି, ବିଷ୍ଣୁଙ୍କର ସେବାକୁ ମଧ୍ୟ ଅତ୍ୟନ୍ତ ମହତ୍ତ୍ବ ଦିଆଯାଇଛି । ଶିବ କାର୍ତ୍ତିକେୟଙ୍କୁ କହିଛନ୍ତି–ହେ ସ୍କନ୍ଦ ! କଳିଯୁଗରେ ଯେଉଁମାନେ ନିତିଦିନ ହରିଙ୍କର ସେବା କରନ୍ତି, ସେମାନେ ଧନ୍ୟ । ଯେଉଁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀହରିଙ୍କୁ ଦୁଗ୍ଧ ଆଦି ଦ୍ବାରା ସ୍ନାନ କରାନ୍ତି, ସେମାନଙ୍କର ପିତୃପୁରୁଷ କୋଟିକଳ୍ପ ପର୍ଯ୍ୟନ୍ତ ଦେବତାଙ୍କ ସହିତ ଦ୍ୟୁଲୋକରେ ବାସ କରନ୍ତି ।
କାର୍ତ୍ତିକ ମାସରେ ଯେ କମଳନୟନ କୃଷ୍ଣ ବା ବିଷ୍ଣୁଙ୍କର ପୂଜା କରନ୍ତି, ତାଙ୍କର ଗୃହରେ କୋଟିଜନ୍ମ ଯାଏ ଲକ୍ଷ୍ମୀ ନିବାସ କରନ୍ତି। ଏହି ମାସରେ ଯେ ପଦ୍ମରେ ଶ୍ରୀହରିଙ୍କୁ ପୂଜା କରନ୍ତି, ଶ୍ରୀହରି ତାଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଏହି ଅଧ୍ୟାୟରେ ପରିଶେଷରେ କୁହାଯାଇଛି– ଶ୍ରୀହରିଙ୍କ ପାଦୋଦକ, ତାଙ୍କର ନିର୍ମାଲ୍ୟ ଓ ଛଡ଼ା-ଚନ୍ଦନ ଏବଂ ତାଙ୍କ ଉଦ୍ଦେଶ୍ୟରେ ନିବେଦିତ ଧୂପର ଭସ୍ମ ବ୍ରହ୍ମହତ୍ୟା ପାପକୁ ମଧ୍ୟ ବିନାଶ କରିଥାଏ , ଏହା ସୂଚାଏ, ବୈଷ୍ଣବମାସ କାର୍ତ୍ତିକରେ ଶ୍ରୀହରିଙ୍କର ସେବାପୂଜା ଅତ୍ୟନ୍ତ ପୁଣ୍ୟପ୍ରଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/01/screenshot-2025-11-01-093531-2025-11-01-09-35-55.jpg)