ଖେଳାଳିଙ୍କୁ ଧମକାଇଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ, ୧୨ ଜଣଙ୍କର ମୃତ୍ୟୁ ପରେ ଭୟଭୀତ ଶ୍ରୀଲଙ୍କା କ୍ରିକେଟ ଦଳ

ଖେଳାଳିଙ୍କୁ ‘ଫରମାଲ୍ ରିଭ୍ୟୁ’ର ଧମକ । ନକ୍‌ଭି କହିଲେ, ସୁରକ୍ଷା ନିଶ୍ଚିତ

Sri Lanka Cricket Board

Sri Lanka Cricket Board Photograph: (KanakNews)

କନକ ବ୍ୟୁରୋ: ଆଶଙ୍କାରେ ପାକିସ୍ତାନ ଟୁର । ଖେଳାଳିଙ୍କୁ ଧମକାଇଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ଇସଲାମବାଦରେ ଆତଙ୍କୀ ହମଲାରେ ୧୨ ଜଣଙ୍କର ମୃତ୍ୟୁ ପରେ ଭୟଭୀତ ଅବସ୍ଥାରେ ଶ୍ରୀଲଙ୍କା କ୍ରିକେଟ ଦଳ । ଘଟଣା ପରେ ଶ୍ରୀଲଙ୍କାର କ୍ରିକେଟ୍ ଦଳର କିଛି ଖେଳାଳି ଏବଂ କର୍ମଚାରୀମାନେ ସୁରକ୍ଷା କାରଣରୁ ପାକିସ୍ତାନ ଛାଡ଼ିବାକୁ ଅନୁରୋଧ କରିଛନ୍ତି । ଏହାର ଉତ୍ତରରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କଡ଼ା ବାଣୀ ଶୁଣାଇଛି । ବୋର୍ଡ କହିଛି, – ଟୁର୍ ଛାଡ଼ିବାକୁ ଚେଷ୍ଟା କରିଲେ ‘ଫରମାଲ୍ ରିଭ୍ୟୁ’ର ସାମ୍ନା କରିବେ । ଏହା ଶିଷ୍ଟାଚାର ଭଙ୍ଗର କାରଣ ହୋଇପାରେ । ଗତ ୨୦୦୯ ରେ ଶ୍ରୀଲଙ୍କା ଦଳ ଉପରେ ହୋଇଥିବା ଆକ୍ରମଣ ହମଲା ପରେ ବର୍ତ୍ତମାନ ପୁଣି ସେହି ପରିସ୍ଥିତି ସୃଷ୍ଟି ହୋଇଛି ।

ଫେବ୍ରୁଆରିରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୬, ବିଶ୍ୱକପ୍‌ ପାଇଁ ଫାଇନାଲ୍‌ ହେଲା ୫ଟି ଭେନ୍ୟୁ

ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଥିବା ବେଳେ ପୁଣି ଏହି ଆକ୍ରମଣ ପାଇଁ ବିଶ୍ବ ଜରବାରରେ ନିନ୍ଦିତ ହୋଇଛି । ସୂଚନା ଯୋଗ୍ୟ, ପ୍ରଥମ ଦିନିକିଆରେ ପାକିସ୍ତାନ ୬ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଶ୍ରୀଲଙ୍କା ବୋର୍ଡ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, “ପିସିବି ଓ ସୁରକ୍ଷାକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଟୁର୍ ଚାଲୁ ରହିବ । ଖେଳାଳିମାନଙ୍କ ସୁରକ୍ଷା ନିଶ୍ଚିତ ।” ସେପଟେ ପିସିବି ଚେୟାରମ୍ୟାନ୍ ମୋହସିନ୍ ନକ୍‌ଭି ଶ୍ରୀଲଙ୍କା ଦଳକୁ ଭେଟି ସୁରକ୍ଷାର ଆଶ୍ୱାସନା ଦେଇଛନ୍ତି । ତେବେ ବଳକା ମ୍ୟାଚ୍‌ଗୁଡ଼ିକର ସମୟସୂଚୀ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି ।

ଖେଳ ନଚେତ୍ ..
ଖେଳାଳିଙ୍କୁ ଧମକାଇଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ
ଆତଙ୍କବାଦୀ ହମଲା ପରେ ସ୍ବଦେଶ ଫେରିବାକୁ ବ୍ୟଗ୍ର ଖେଳାଳି
ଖେଳାଳିଙ୍କୁ ‘ଫରମାଲ୍ ରିଭ୍ୟୁ’ର ଧମକ
ନକ୍‌ଭି କହିଲେ, ସୁରକ୍ଷା ନିଶ୍ଚିତ
ବଳକା ମ୍ୟାଚ୍‌ର ସମୟ ପରିବର୍ତ୍ତନ
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe