କନକ ବ୍ୟୁରୋ: ଆସନ୍ତା ଫେବୃଆରୀରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ୨୦୨୬ ଟି-ଟ୍ବେଣ୍ଟି ବିଶ୍ବକପ୍ ପାଇଁ ଆଜି ଆଇସିସି ସମ୍ପୂର୍ଣ୍ଣ ଖେଳସୂଚୀ ଜାରି କରିଛି । ଯେଉଁଥିରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି । ଫେବୃଆରୀ ୧୫ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ । ଫେବୃଆରୀ ୭ ତାରିଖରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ମାସେ ଧରି ଖେଳାଯିବ ଟି-ଟ୍ବେଣ୍ଟି ବିଶ୍ବକପ । କ୍ରିକେଟର ଏହି ମହାକୁମ୍ଭରେ ୨୦ଟି ଦେଶ ଭାଗ ନେବେ । ମୋଟ ୫୫ଟି ମ୍ୟାଚ ଖେଳାଯିବ । ଉଭୟ ଭାରତ ଓ ଶ୍ରୀଲଙ୍କା ଏହି ବିଶ୍ବକପ୍କୁ ମିଳିତ ଭାବେ ଆୟୋଜନ କରୁଛନ୍ତି ।
ଭାରତ-ପାକିସ୍ତାନ ମହାମୁକାବିଲା କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ୨୦ଟି ଟିମ୍କୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ୍ ‘ଏ’ରେ ଭାରତ ସହିତ ପାକିସ୍ତାନ, ଆମେରିକା, ନେଦରଲାଣ୍ଡ ଓ ନାମ୍ବିୟା ରହିଛନ୍ତି । ଏହି ବିଶ୍ବକପ୍ରେ ୨ଟି ସେମିଫାଇନାଲ ମ୍ୟାଚ ହେବ । ମାର୍ଚ୍ଚ ୪ରେ କୋଲକାତାରେ ପ୍ରଥମ ସେମି ଓ ମାର୍ଚ୍ଚ ୫ରେ ମୁମ୍ବାଇରେ ଦ୍ବିତୀୟ ସେମିଫାଇନାଲ ଏବଂ ମାର୍ଚ୍ଚ ୮ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୦୨୬ ଟି-୨୦ ବିଶ୍ବକପ୍ ପାଇଁ ରୋହିତ ଶର୍ମାଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/26/10-2025-11-26-09-08-39.jpg)