କନକ ବ୍ୟୁରୋ: ପାକିସ୍ତାନର ଗୁଇନ୍ଦା ସଂସ୍ଥା, ISIର ପୂର୍ବତନ ମୁଖ୍ୟ ଫୈଜ ହମିଦଙ୍କୁ କୋର୍ଟ ମାର୍ଶଲ କରାଯାଇଛି । ତାଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ନିଜ କାମ ଛାଡ଼ି ରାଜନୀତି କରିବା, ନିଜ କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ ନ କରିବା, ଗୁପ୍ତ ସୂଚନା ଲିକ୍ କରିବା, ସରକାରୀ ପାଓ୍ୱାରର ଦୂରୁପଯୋଗ କରିବା ଅଭିଯୋଗରେ ତାଙ୍କୁ ଏହି ଦଣ୍ଡାଦେଶ କରାଯାଇଛି ।

Advertisment

ଜାଣିରଖିବା ଉଚିତ ଯେ, ଫୈଜ ହମିଦ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜଣେ ଘନିଷ୍ଠ ସହଯୋଗୀ  ।  କୁହାଯାଉଥିଲା ଇମ୍ରାନ୍ ଯେତେବେଳେ ସତ୍ତାରେ ଥିଲେ, ସେତେବେଳେ ଫୈଜ ହମିଦଙ୍କୁ ସେନାର ମୁଖ୍ୟ ପଦ ମିଳିବାକୁ ଥିଲା । ହେଲେ ଇମ୍ରାନ୍ ସରକାରର ପତନ ପରେ ଜେନେରାଲ୍ ମୁନିର ନୂଆ ସେନା ମୁଖ୍ୟ ହୋଇଥିଲେ । ଆଉ ପରେ ପରେ ଫୈଜ ହମିଦଙ୍କୁ ମଧ୍ୟ ISI ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା।

ଆହୁରି ପଢ଼ନ୍ତୁ : ଏମ୍‌ଭି-୨୬ ଗାଁରେ ଉପମୁଖ୍ୟମନ୍ତ୍ରୀ ; କହିଲେ,ଆଇନଶୃଙ୍ଖଳା ବଜାୟ ରଖ

ଶୁଣାଣି ଚାଲିଥିଲା ୧୫ ମାସ

ଜାଣିରଖିବା ଉଚିତ ଯେ, ପୂର୍ବତନ ISI ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦଙ୍କ ବିରୋଧରେ କୋର୍ଟ ମାର୍ଶଲ ପ୍ରକ୍ରିୟା ଅଗଷ୍ଟ ୧୨, ୨୦୨୪ ମସିହାରୁ ଆରମ୍ଭ ହୋଇଥିଲା । ଯାହାକି ୧୫ ମାସ ଧରି ଚାଲିଥିଲା । ଫୈଜ ହମିଦଙ୍କୁ ସମସ୍ତ ଚାରୋଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ଗୁରୁବାର ତାଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ତାଙ୍କ ବିରୋଧରେ ଆସିଥିବା ୪ଟି ଅଭିଯୋଗ ହେଉଛି...

  1. ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ
  2. ଗୁଇନ୍ଦା ସୂଚନା ଲିକ୍
  3. କ୍ଷମତା ଏବଂ ସରକାରୀ ସମ୍ବଳର ଅପବ୍ୟବହାର
  4. କିଛି ଲୋକଙ୍କୁ ଖରାପ ଭାବରେ କ୍ଷତି ପହଞ୍ଚାଇବା 

ରିପୋର୍ଟ ଅନୁଯାୟୀ, ଫୈଜ ହମିଦଙ୍କୁ କୋର୍ଟ ମାର୍ଶଲ ପ୍ରକ୍ରିୟା ସମୟରେ ସମସ୍ତ ଆଇନଗତ ଅଧିକାର ଦିଆଯାଇଥିଲା । ତାଙ୍କୁ ତାଙ୍କ ପସନ୍ଦର ଓକିଲ ମଧ୍ୟ ଯୋଗାଇ ଦିଆଯାଇଥିଲା । ହେଲେ ତା ପରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।