କନକ ବ୍ୟୁରୋ;  ତୁରନ୍ତ ଅସ୍ତ୍ରବିରତି ନେଇ ସହମତ ହେଲେ ପାକିସ୍ତାନ-ଆଫଗାନିସ୍ତାନ । କତାରରେ ବସିଥିବା ବୈଠକ ସଫଳ ହୋଇଥିବା ସୂଚନା । ପାକିସ୍ତାନର ବିମାନ ଆକ୍ରମଣ ପରେ ଜବାବ ଦେଇଥିଲା ଆଫଗାନିସ୍ତାନ। ତାଲିବାନ ସେନାର ଆକ୍ରମଣରେ ଯାଇଥିଲା ୫୦ରୁ ଅଧିକ ପାକ୍ ସୈନିକଙ୍କ ଜୀବନ । ପ୍ରଥମେ ଉଭୟ ପକ୍ଷ ୪୮ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କରିଥିଲେ ମଧ୍ୟ ଆକ୍ରମଣ ଜାରି ରଖିଥିଲା ପାକିସ୍ତାନ । ଏସବୁ ମଧ୍ୟ କତାର ପ୍ରତିନିଧିଙ୍କ ଜରିଆରେ ଚାଲିଥିବା ଶାନ୍ତି ବୈଠକ ସଫଳ ହୋଇଥିବା ଜଣାପଡିଛି ।  କାତାରର ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନ ଦୋହାରେ ଅନୁଷ୍ଠିତ ଆଲୋଚନା ସମୟରେ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ।

Advertisment

ତାଲିବାନ ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ମହମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ କାବୁଲ ପ୍ରତିନିଧିମଣ୍ଡଳୀ ଦୋହା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସେହିପରି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ମହମ୍ମଦ ଆସିଫ ତାଲିବାନ ପ୍ରତିନିଧିମାନଙ୍କ ସହିତ ଆଲୋଚନାର ନେତୃତ୍ୱ ନେଇଥିଲେ । ତୁର୍କୀ ମଧ୍ୟସ୍ଥତାରେ ହୋଇଥିବା ଏହି ଆଲୋଚନାର ଲକ୍ଷ୍ୟ ହେଉଛି ଏକ ସପ୍ତାହ ଧରି ଚାଲିଥିବା ଭୟଙ୍କର ସୀମା ସଂଘର୍ଷର ଅନ୍ତ ଘଟାଇବା । ଗତ କିଛି ଦିନ ଧରି ଲାଗି ରହିଥିବା ଏହି ଯୁଦ୍ଧରେ ଉଭୟ ପକ୍ଷର ସେନା କର୍ମଚାରୀ ଓ ସାଧାରଣ ନାଗରିକଙ୍କ ଜୀବନ ଯାଇଛି ।

ପାକ୍-ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟିଆ ଯୁଦ୍ଧ ବିରତି ପାଇଁ ସହମତି: ସୈନ୍ୟ ଆଡ୍ଡା ଧ୍ବଂସ ପରେ କାକୁତିମିନତି ହେଲା ପାକିସ୍ତାନ

ଅସ୍ତ୍ରବିରତି ନେଇ ସହମତ ପାକିସ୍ତାନ-ଆଫଗାନିସ୍ତାନ
କତାରରେ ବସିଥିବା ବୈଠକ ସଫଳ ହୋଇଥିବା ସୂଚନା
ତୁର୍କୀ ମଧ୍ୟସ୍ଥତାରେ ହୋଇଥିବା ଏହି ଆଲୋଚନାରେ ଅସ୍ତ୍ରବିରତି ନିଷ୍ପତ୍ତି
ଆଫଗାନିସ୍ତାନରୁ ପାକିସ୍ତାନ ବିରୁଦ୍ଧରେ ସୀମାପାର ଆତଙ୍କବାଦ ବନ୍ଦ କରୁ: ପାକିସ୍ତାନ
ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେବା କଥାକୁ ଅସ୍ୱୀକାର କଲା ଆଫଗାନିସ୍ତାନ
ଆଫଗାନିସ୍ତାନକୁ ଅସ୍ଥିର କରିବା ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ