କନକ ବ୍ୟୁରୋ: ପାକିସ୍ତାନର ଦୋମୁହାଁ ନୀତି । ଗୋଟିଏ ପଟେ ଆଫଗାନିସ୍ତାନ ସହ ଯୁଦ୍ଧ ବିରାମ ପାଇଁ ରାଜି ହେଲା । ଅନ୍ୟପଟେ ନିଜେ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କଲା । ସାମ୍ନାରେ ବନ୍ଧୁତାର ହାତ ବଢ଼ାଇ ପିଠିପଛପଟେ ଛୁରି ମାରିବା ପାକିସ୍ତାନର ପ୍ରକୃତିକୁ ନେଇ ଚର୍ଚ୍ଚା ବଢିଛି । ଆଫଗାନିସ୍ତାନ ସହ ୪୮ ଘଣ୍ଟାର ଯୁଦ୍ଧ ବିରାମକୁ ବଢ଼ାଇ ପାଇଁ ସହମତିର କିଛି ଘଣ୍ଟା ପରେ ଡୁରାଣ୍ଡ ଲାଇନ ସୀମାବର୍ତ୍ତି ଅଞ୍ଚଳରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ । ଫଳରେ ସୀମାରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଛି ।
ନୂଆପଡ଼ାରେ ଆଜିଠୁ ଆରମ୍ଭ ହେବ ପ୍ରଚାର ଲଢ଼େଇ: ଦଳୀୟ ନେତା ଓ କର୍ମୀଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିବେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ
ଶୁକ୍ରବାର ଦୁଇ ଦେଶ ମଧ୍ୟରେ ୪୮ ଘଣ୍ଟା ଯୁଦ୍ଧ ବିରାମକୁ ଆପୋଷ ବୁଝାମଣାରେ ବଢାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହାର କିଛି ଘଣ୍ଟା ପରେ ଡୁରାଣ୍ଡ ଲାଇନ ସୀମାନ୍ତ ପକ୍ତିକା ପ୍ରାନ୍ତର ଅରଗୁନ ଓ ବରମଲ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାକିସ୍ତାନ ଏୟାରଷ୍ଟ୍ରାଇକ କରିଥିବା ଅଭିଯୋଗ ଆଣିଛି ତାଲିବାନ । ସୀମାରେ ସଂଘର୍ଷର ଶାନ୍ତି ସମାଧାନ ପାଇଁ ଦୋହାରେ ଶାନ୍ତି ଆଲୋଚନା ପାଇଁ ଉଭୟ ରାଷ୍ଟ୍ରର ପ୍ରସ୍ତୁତି ସମୟରେ ପାକ ସେନା ଏୟାର ଷ୍ଟ୍ରାଇକ କରିଛନ୍ତି । ତେଣୁ ଦୋହା ଶାନ୍ତି ଆଲୋଚନା ଭଣ୍ଡୁର ହେବାର ଆଶଙ୍କା ପ୍ରକାଶ ପାଇଛି । ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମାରେ ସଂଘର୍ଷ କିଛି ଦିନ ହେଲା ଚାଲିଥିବା ବେଳେ ଅକ୍ଟୋବର ୧୫ରେ ଅସ୍ଥାୟୀ ଯୁଦ୍ଧବିରାମ ପାଇଁ ସହମତ ହୋଇଥିଲେ ଦୁଇ ରାଷ୍ଟ୍ର । ସୈନ୍ୟ ସଂଘର୍ଷରେ ପାକିସ୍ତାନର ୫୮ ସୈନିକକୁ ନିହତ କରିଥିବା ତାଲିବାନ ଦାବି କରିଛି । ସେପଟେ ପାକିସ୍ତାନ ୨୦ ଜଣ ତାଲିବାନ ସେନାକୁ ନିହତ କରିଥିବା ଦାବି କରିଛି ।