କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଆସିଛି ବଡ଼ ଅପଡେଟ୍ । ଗୁଜବ ଭିତରେ ସାମ୍ନାକୁ ଆସିଛି ଜେଲ ପ୍ରଶାସନର ବୟାନ । ସବୁ ଗୁଜବକୁ ଖଣ୍ଡନ କରିଛି ଜେଲ ପ୍ରଶାସନ । ସେ ଏବେବି ଜେଲ୍ ଭିତରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ରାଓ୍ବଲପିଣ୍ଡି ଜେଲ୍ର ଜଣେ ଅଧିକାରୀ କହିଛନ୍ତି, 'ଅଡିୟାଲା ଜେଲରୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ଆସୁଥିବା ଖବରରେ କୌଣସି ସତ୍ୟତା ନାହିଁ । ଇମ୍ରାନ୍ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ସେବା ମିଳୁଛି । ଜେଲ୍ କର୍ତ୍ତୃପକ୍ଷ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ହେଉଥିବା କଳ୍ପନାଜଳ୍ପନାକୁ ଭିତ୍ତିହୀନ ବୋଲି କହିବା ସହ ଇମ୍ରାନ ଖାନଙ୍କୁ ଦେଖାଶୁଣା କରାଯାଉଥିବା ସ୍ପଷ୍ଟ କରିଛନ୍ତି ।
ସେପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ, ଇମ୍ରାନ ଖାନଙ୍କୁ ଜେଲରେ ଫାଇଭ-ଷ୍ଟାର ଭଳି ସୁବିଧା ମିଳୁଛି । ଅନ୍ୟପକ୍ଷରେ ଗତକାଲି ଜେଲ ଆଗରେ ଇମ୍ରାନଙ୍କ ସମର୍ଥକ ଓ ତାଙ୍କ ଭଉଣୀ ଧାରଣା ଦେଇଥିଲେ । ତେବେ ପୁଲିସର ବୁଝାସୁଝା ପରେ ଧାରଣାରୁ ଓହରିଛନ୍ତି । ଡିସେମ୍ବର ୨ ତାରିଖରେ ଇମ୍ରାନଙ୍କୁ ଭେଟିବା ପାଇଁ ସମୟ ଧାର୍ଯ୍ୟ କରିଛି ପୁଲିସ ।
ଅଧିକ ପଢନ୍ତୁ ; ପକ୍ଷୀଙ୍କ କଳରବରେ କମ୍ପୁଛି ପରିବେଶ : ଶୀତ ଆଗମନରୁ ଲାଗିଛି ରଙ୍ଗ ବେରଙ୍ଗ ବିଦେଶୀ ପକ୍ଷୀଙ୍କ ଭିଡ
ସୂଚନା ଅନୁସାରେ, ଏପ୍ରିଲ୍-୨୦୨୨ରେ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ତାଙ୍କୁ ପଦରୁ ହଟାଯିବା ପରେ ୨୦୨୩ ଅଗଷ୍ଟରୁ ଜେଲରେ ଅଛନ୍ତି ଇମ୍ରାନ । କିନ୍ତୁ ସୋସିଆଲ ମିଡିଆରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ଭାଇରାଲ ହେବା ପରେ ପାକିସ୍ତାନରେ ଜୋର ଧରିଥିଲା ହଲଚଲ । ଏବେ ଜେଲ ପ୍ରଶାସନର ବୟାନ ପରେ ବି ଇମ୍ରାନଙ୍କୁ ନେଇ ସସପେନ୍ସଙ୍କୁ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/27/imran-khan-2025-11-27-11-12-45.jpg)