କନକ ବ୍ୟୁରୋ : ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ଜେଲ ଦଣ୍ଡାଦେଶ । ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ହୋଇଛି । କେବଳ ସେତିକି ନୁହେଁ ତାଙ୍କ ପତ୍ନୀଙ୍କୁ ମଧ୍ୟ ୭ ବର୍ଷ ସଜ୍ଜା ଶୁଣାଯାଇଛି । ଅଲକାଦିର ଟ୍ରଷ୍ଟ ମାମଲାରେ ଶୁଣାଣି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଲାଗିଛି ଶକ୍ତ ଝଟକା ।
କ୍ଷମତାର ଦୁରୂପଯୋଗ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାକିସ୍ତାନ କୋର୍ଟ । ୨୦୨୩ରୁ ପାକିସ୍ତାନର ରାୱଲପିଣ୍ଡି ଜେଲରେ ବନ୍ଦୀ ଅଛନ୍ତି ଇମ୍ରାନ ଖାନ୍ । ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦୁଇ ଶହରୁ ଅଧିକ ମାମଲାରେ ଅଭିଯୁକ୍ତ ଦର୍ଶାଯାଇ ଗିରଫ କରାଯାଇଛି । ପୂର୍ବରୁ ଅନେକ ମାମଲାରେ ଶୁଣାଣି କରାଯାଇ ତାଙ୍କୁ ଜେଲଦଣ୍ଡା ଦେଶ ହୋଇସାରିଛି । ଏବେ ପୁଣି ଆଉ ଏକ ମାମଲାରେ ଇମ୍ରାନଙ୍କୁ ଜେଲ ଦେଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନର କୋର୍ଟ ।
ତେବେ ଇମ୍ରାନ ଖାନ ପାକିସ୍ତାନର ରାଜନୀତିକୁ ଫେରିବା ନେଇ କିଛି ଦିନ ବୟାନ ଦେଇଥିଲେ । ସେ କହିଥିଲେ, ସେହବାଦ ସରିଫଙ୍କ ଭଳି ସେ ମଧ୍ୟ ସେନାକୁ ବ୍ୟବହାର କରି କ୍ଷମତାକୁ ଫେରିପାରିବେ । ଏବେ କିନ୍ତୁ ଇମ୍ରାନଙ୍କୁ ଲାଗିଛି ଏକ ଶକ୍ତ ଝଟକା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/17/DSJSGF0FbL6wb1faWu3z.jpg)