କନକ ବ୍ୟୁରୋ : ମଣ୍ଡି କଥା ଆସିଲେ ଆଖି ଆଗକୁ ଚାଲିଆସୁଛି ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର । ଏବେ ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁ ଆଡ଼େ ମଣ୍ଡି ପାଇଁ ଚାଷୀ ହନ୍ତସନ୍ତ ହେଉଥିବା ଖବର ସାମନାକୁ ଆସୁଛି । ଚାଷୀ ବର୍ଷ ଯାକ ଝାଳ ନିଗାଡ଼ି କରିଥିବା ଫସଲ ଏବେ ବିକ୍ରି ହୋଇପାରୁନି । ସରକାରୀ ନିୟମ ଅନୁସାରେ ଲାଭ ଟିକେ ପାଇଁ ଚାଷୀ ଏବେ ଭାରି ହନ୍ତସନ୍ତ ହେଉଛି । ଅମଳ ଧାନକୁ ନା ଘରେ ରଖିପାରୁଛି, ନା ବିକ୍ରି କରିବାକୁ ସୁଯୋଗ ପାଉଛି ।

Advertisment

ଫଳରେ ମଣ୍ଡି ଆଗରେ ହଜାର ହଜାର ଅଖା ଧାନ ବିକ୍ରି ଅପେକ୍ଷାରେ । ଆଉ ଧାନକୁ ଜଗି ଶୀତ, କାକରରେ ପଡ଼ିଛି ଚାଷୀ । ସମ୍ବଲପୁର କୁଚିଣ୍ଡାରେ ଧାନ ଏବେ ଚାଷୀ ଆଖିର ନିଦ ହଜାଇଛି । କୁଚିଣ୍ଡା ଉପଖଣ୍ଡରେ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଗତ ନଭେମ୍ବର ୨୮ ତାରିଖରୁ ଖୋଲିଛି ମଣ୍ଡି । ଉପଖଣ୍ଡରେ ମୋଟ ୫୭ ଗୋଟି ଧାନ ସଂଗ୍ରହ କେନ୍ଦ୍ର କରାଯାଇଥିବା ବେଳେ ୫୧ ଗୋଟି ଧାନ ସଂଗ୍ରହ କେନ୍ଦ୍ରରେ ଲ୍ୟାମ୍ପ ଓ ୬ ଗୋଟି ଧାନ ସଂଗ୍ରହ କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଚାଷୀଙ୍କ ଧାନ ସଂଗ୍ରହ କରୁଛନ୍ତି । ହେଲେ କୁଚିଣ୍ଡା ବକ୍ସମା ଧାନମଣ୍ଡିରେ ୨୦୮ ଚାଷୀଙ୍କ ୧୮ ହଜାରରୁ ଊର୍ଦ୍ଧ୍ବ ବସ୍ତା ଧାନ ପଡ଼ି ରହିଛି । ଧାନ ଉଠୁନଥିବାରୁ ଟୋକନ ମଧ୍ୟ ଲାପ୍ସ ହୋଇପାରେ । ଏଣୁ ଧାନ ଉଠାଇବାକୁ ଦାବି କରିଛନ୍ତି ଚାଷୀ ।

ଅଧିକ ପଢ଼ନ୍ତୁ : ପଶ୍ଚିମରୁ ଦକ୍ଷିଣ ସବୁଠି ମଣ୍ଡି ତାତି ; ଚାଷଠୁ କଷ୍ଟ ହେଲାଣି ଧାନ ବିକ୍ରି

ଧାନମଣ୍ଡିରେ ଚାଷୀଙ୍କ ବିକ୍ଷୋଭ । ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ।  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଖରିଫଋତୁ ଧାନ ସଂଗ୍ରହ ପାଇଁ ଗତ ନଭେମ୍ବର ୨୮ ତାରିଖରୁ ମଣ୍ଡି ଖୋଲିଛି ।  ଉପଖଣ୍ଡରେ ମୋଟ ୫୭ ଗୋଟି ଧାନ ସଂଗ୍ରହ କେନ୍ଦ୍ର କରାଯାଇଥିବା ବେଳେ, ୫୧ଟି ଧାନ ସଂଗ୍ରହ କେନ୍ଦ୍ରରେ ଲ୍ୟାମ୍ପସ୍‌ ଓ ୬ଟି ଧାନ ସଂଗ୍ରହ କେନ୍ଦ୍ରରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀଙ୍କ ଧାନ ସଂଗ୍ରହ କରୁଛନ୍ତି ।

କିନ୍ତୁ ବର୍ତ୍ତମାନ ଧାନ ବିକ୍ରିରେ ଅଚଳ ଅବସ୍ଥା ଦେଖାଦେଇଛି ।  ଜମନକିରା ଲ୍ୟାମ୍ପସ୍‌ ଅଧୀନ ଭୋଜପୁର ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡିଛି ।  ଯାହାକୁ ନେଇ ଚାଷୀ ମଣ୍ଡିରେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା  ଦାହ କରିଛନ୍ତି। ମଣ୍ଡି ସମସ୍ୟା ନେଇ ଚାଷୀ ଅସନ୍ତୋଷ ।  ଗତ ୨୩ ତାରିଖରୁ ଗଞ୍ଜାମରେ ବିଧିବଦ୍ଧ ଭାବେ ମଣ୍ଡି ଉଦଘାଟନ ହୋଇଛି । ମଣ୍ଡିରେ ଚାଷୀ ଧାନ ଦେବା ପ୍ରକ୍ରିୟା ବି ଆରମ୍ଭ ହୋଇଛି ।