ଇ-କେୱାଇସି ପାଇଁ ଆଜି ସରୁଛି ଅବଧି: ୧୩ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ କରିନାହାନ୍ତି ଅପଡେଟ

Advertisment

ଇ-କେୱାଇସି କଲେନି ୧୩ ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ । ସରକାରୀ ଘୋଷଣା ଅନୁସାରେ ଆଜି ଇ-କେୱାଇସି କରିବାର ଶେଷ ତାରିଖ ।

ଇ-କେୱାଇସି କଲେନି ୧୩ ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ । ସରକାରୀ ଘୋଷଣା ଅନୁସାରେ ଆଜି ଇ-କେୱାଇସି କରିବାର ଶେଷ ତାରିଖ ।

e_KYC

e_KYC Photograph: (Kanak News)

କନକ ବ୍ୟୁରୋ: ସରିଲା ଅବଧି । ଇ-କେୱାଇସି କଲେନି ୧୩ ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ । ସରକାରୀ ଘୋଷଣା ଅନୁସାରେ ଆଜି ଇ-କେୱାଇସି କରିବାର ଶେଷ ତାରିଖ । ଆଗକୁ ରାଜ୍ୟ ସରକାର ଏହି ଅବଧିକୁ ବଢ଼ାଇବେ ନା ଶେଷ ହୋଇଯିବ, ସେ ସଂପର୍କରେ ଏ ଯାଏଁ କିଛି ସ୍ପଷ୍ଟ କରିନାହାନ୍ତି ।  ଇ-କେୱାଇସି କରି ନଥିବା ହିତାଧିକାରୀ ପୂର୍ବଭଳି ରାସନ ସାମଗ୍ରୀ ପାଇବା ଜାରି ରହିବ ବୋଲି ଜଣାପଡ଼ିଛି । 

ନୂଆବର୍ଷ ପୂର୍ବରୁ ରାଜନୀତିରେ ନୂଆମୋଡ଼: ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂରେ ନାହିଁ ହାତ ଚିହ୍ନ

ଯୋଗାଣ ବିଭାଗରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ୩ କୋଟି ୨୫ ଲକ୍ଷ ୫୧ ହଜାର ୭୭୩ ଜଣ ହିତାଧିକାରୀଙ୍କ ଇ-କେୱାଇସି କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଏହା ଭିତରେ ୩ କୋଟି ୧୨ ଲକ୍ଷ ଲୋକ ନିଜ ଇ-କେୱାଇସି କରିସାରିଛନ୍ତି । ଆହୁରି ୧୩ ଲକ୍ଷ ୪୨ ହଜାର ୪୫୩ ଜଣଙ୍କ ଏହି ପ୍ରକ୍ରିୟା ବାକି ରହିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧ଲକ୍ଷ ୪୨ହଜାର ୩୫୭ ଜଣ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି । ତେବେ ଇ-କେୱାଇସିକୁ ନେଇ ରାଜ୍ୟ ସରକାର ଲଗାତାର ଭାବେ ଅବଧି ବୃଦ୍ଧି କରି ଚାଲିଛନ୍ତି । ତେଣୁ ଏଥର ମଧ୍ୟ ଏହି ଅବଧି ଆଉ କିଛି ଦିନ ବଢ଼ିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ ନୂଆବର୍ଷଠାରୁ ରାଜ୍ୟ ସରକାର ୧୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିବେ । ରାଜ୍ୟ ଗଞ୍ଜାମଙ୍କ ନିକଟକୁ ୧୫.୩୩ ଲକ୍ଷ ଆବେଦନ ଆସିଥିଲା, ଏହାଭିତରେ ୬.୩୯ଲକ୍ଷ କାର୍ଡ ବଣ୍ଟାଯାଇଛି । ଏହା ଭିତରେ ରାଜ୍ୟ ସରକାର ବେଆଇନ ଭାବେ ରାସନ କାର୍ଡ ହାତେଇଥିବା ସରକାରୀ କର୍ମଚାରୀ, ମୃତକ ଓ କରଦାତାଙ୍କୁ ମିଶାଇ ୮ ଲକ୍ଷରୁ ଅଧିକ ଅଯୋଗ୍ୟ ଲୋକଙ୍କ କାର୍ଡକୁ କାଟି ଦେଇଛନ୍ତି ।

ଆଜି ସରିବ E-KYC ଅବଧି
ଇ-କେୱାଇସି କରିନାହାଁନ୍ତି ୧୩ ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ
ସରକାରୀ ଘୋଷଣା ଅନୁସାରେ ଆଜି ଇ-କେୱାଇସି କରିବାର ଶେଷ ତାରିଖ
ଅବଧି ବଢ଼ିବ ନା ନାହିଁ ସେ ସଂପର୍କରେ ଏ ଯାଏଁ କିଛି ସ୍ପଷ୍ଟ କରିନାହାନ୍ତି ସରକାର
ଇ-କେୱାଇସି କରି ନଥିଲେ ମଧ୍ୟ ରାସନ ସାମଗ୍ରୀ ପାଇବା ଜାରି ରହିବ 
୩ କୋଟି ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଇ-କେୱାଇସି କରିବାକୁ ଲକ୍ଷ୍ୟ ଥିଲା
୩ କୋଟି ୧୨ ଲକ୍ଷ ଲୋକ ନିଜର ଇ-କେୱାଇସି କରିସାରିଛନ୍ତି
ଆହୁରି ୧୩ ଲକ୍ଷ ୪୨ ହଜାର ୪୫୩ ଜଣଙ୍କ ଏହି ପ୍ରକ୍ରିୟା ବାକି ରହିଛି 
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧ଲକ୍ଷ ୪୨ହଜାର ୩୫୭ ଜଣ କରିନାହାନ୍ତି ଇ-କେୱାସି
ଅପରପକ୍ଷରେ ନୂଆବର୍ଷଠାରୁ ୧୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିବେ ସରକାର
୧୫.୩୩ ଲକ୍ଷ ଆବେଦନରୁ ୬.୩୯ଲକ୍ଷ ରାସନ କାର୍ଡ ବଣ୍ଟାଯାଇଛି
୮ ଲକ୍ଷରୁ ଅଧିକ ଅଯୋଗ୍ୟ ଲୋକଙ୍କ ରାସନ କାର୍ଡକୁ କାଟି ଦେଇଛନ୍ତି ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe