କନକ ବ୍ୟୁରୋ : ଅନୁଗୁଳ ଉପକଣ୍ଠର ନଗଡ଼ା ‘ମାରଘୁରା’। ଏଠି ଗାଁକୁ ନାହିଁ ରାସ୍ତା। ଶୁଖିଲା ନାଳର ଚୁଆ ମେଣ୍ଟାଏ ଲୋକଙ୍କ ଶୋଷ। ମୁଟୁକୁରିଆ ନାଳ ବଢ଼ିଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ଗ୍ରାମୀଣ  ଜୀବନ। ଦଉଡ଼ିରେ ନାଳ ପାର ହୁଅନ୍ତି ଲୋକେ, ପିଲାଙ୍କ ପାଠପଢ଼ାରେ ବନ୍ଧା ହୁଏ ଡୋରୀ ।

Advertisment

ଅଧିକ ପଢ଼ନ୍ତୁ :ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଅନୁଗୁଳ ସହରର ବାୟୁର ମାନ : ରାଜ୍ୟର ବିଷାକ୍ତ ସହର ତାଲିକାର ଶୀର୍ଷରେ ଅନୁଗୁଳ

ଶିଳ୍ପ ନଗରୀ ଅନୁଗୁଳ ସହରଠୁ ମାତ୍ର ୯ କିଲୋମିଟର ଦୂର ରହିଛି ବିଜନ ନାହାକଙ୍କ ଘର। ଏଇ ପଡ଼ାର ନାଁ ମାରଘୁରା। ଏଠି ରୁହନ୍ତି ମାହାର ସମ୍ପ୍ରଦାୟର ପ୍ରାୟ ୧୦୦ ଆଦିବାସୀ ପରିବାର। ଆବାସ ପକ୍କା ଘର ପାଇଥିବା ୧୫-୨୦ ପରିବାରକୁ ଛାଡ଼ିଦେଲେ ସମସ୍ତେ ଝାଟିମାଟି ଘରେ ଜୀବନ ବିତାନ୍ତି । ସହର ଉପକଣ୍ଠ ହୋଇ ବି ରାସ୍ତାଟିଏ ନାହିଁ । ବର୍ଷାଦିନେ ଏ ମୁଟୁକୁରିଆ ନାଳ ଫୁଲିଲେ, ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ମାରଘୁରା। ଆଉ ଚତୁର୍ମାସ୍ୟାରେ ବିଚ୍ଛିନ୍ନାଞ୍ଚଳ ଜୀବନ ଅତିବାହିତ କରିଥାନ୍ତି ଗ୍ରାମବାସୀ । ଦେହପା ଖରାପ ହେଲେ, କଥା ସରିଲା । ପାଣି ନଖସିବା ଯାଏଁ ପିଲାଙ୍କ ପାଠପଢ଼ାରେ ବନ୍ଧାହୁଏ ଡୋରି । 

ଅଧିକ ପଢ଼ନ୍ତୁ :ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଇସ୍ପାତ ସଂଘ ସଭାପତି ନବୀନ ଜିନ୍ଦଲ । କହିଲେ ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ବର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ।

 ଏତିକିରେ ସରିନି ମାରଘୁରାର ଦୁଃଖ। ଏହାକୁ ଆଉ ଏକ ନଗଡ଼ା କହିଲେ ବିଲକୁଲ୍‌ ଭୁଲ୍‌ ହେବନାହିଁ । ୫୦୦ରୁ ଅଧିକ ଜନବସତି ଥିବା ଏଇ ପଡ଼ାରେ ପାନୀୟ ଜଳ ଯୋଗାଇବାକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଗାଁ ଦାଣ୍ଡରେ ଘର ପାଖପେ ପାଣି ଟ୍ୟାପ୍‌ ବି ଲାଗିଛି, ହେଲେ ସେଥିରୁ ପାଣି ଟୋପେ ବାହାରୁନି। ନଳକୂଅଟିଏ ତ’ ଅଛି, କିନ୍ତୁ ବର୍ଷ ବର୍ଷ ଧରି ଅଚଳ। ତେଣୁ ପାଣି ପାଇଁ ଗାଁଠୁ ୧ କିଲୋମିଟର ଦୂର ଶୁଖିଲା ନାଳର ଚୁଆ ଭରସା। ଖରାଦିନେ ତାହା ବି ଶୁଖିଯାଏ ।

ଅଧିକ ପଢ଼ନ୍ତୁ :ସାଙ୍ଘାତିକ ସ୍ଥିତିରେ ଅନୁଗୁଳର ବାୟୁ ପ୍ରଦୂଷଣ । ବାୟୁମଣ୍ଡଳରେ ଭରିଯାଉଛି ବିଷାକ୍ତ ଧୂଳିକଣା !

ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ମାରଘୁରାବାସୀଙ୍କ ସମସ୍ୟାର ସମାଧାନ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଏପଟେ ଖୋଦ୍‌ ଅନୁଗୁଳ ଉପଜିଲ୍ଲାପାଳ ଆଶ୍ଚର୍ଯ୍ୟ  ପ୍ରକାଶ କରି କହିଛନ୍ତି, ସହରଠୁ ଏତେ ପାଖରେ ଥିବା ଗାଁରେ ଏଭଳି ଅବସ୍ଥା! କାହିଁକି ପୂରଣ ହୋଇପାରୁନି ମୌଳିକ ଆବଶ୍ୟତା? କେଉଁଠି, କ’ଣ ରହିଛି ସମସ୍ୟା? ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯିବ। ସବୁ ସୁବିଧା ସୁଯୋଗ ଯୋଗାଇ ଦେବା ଦିଗରେ ପଦକ୍ଷେପ ନିଆଯିବ।

ଅଧିକ ପଢ଼ନ୍ତୁ :ଅଭିଶପ୍ତ ପାଲଟିଛି ରାସ୍ତା । ଅନୁଗୁଳ କଣିହାଁ ବ୍ଲକ ଘଣିଆନାଳୀ ଗାଁକୁ ସଂଯୋଗ କରୁଥିବା ରାସ୍ତା ସାରା ଖାଲଖମାର, ଧାରଣା ପରେ ବି ହେଉନି ସମାଧାନ

ନିର୍ବାଚନ ଆସିଲେ ଭୋଟ ପାଇଁ ଏ ଅମଡ଼ା ବାଟରେ ପଡ଼େ ନେତାଙ୍କ ପାଦ। ଘରଠୁ ଆରମ୍ଭ କରି ପାଣି, ରାସ୍ତା ଯାଏଁ ସବୁ କରିଦେବୁ ବୋଲି ଅଜାଡ଼ି ପକାନ୍ତି ପ୍ରତିଶ୍ରୁତି । ଆଉ ଭୋଟ ସରିଗଲେ, ନେତାମନ୍ତ୍ରୀ ଭୁଲିଯାଆନ୍ତି ମାରଘୁରାକୁ । ପୁଣି ଦୀପ ତଳ ଅନ୍ଧାର ଭଳି ଆଲୋଡ଼ା ପାଲଟିଯାଏ ଅନୁଗୁଳର ଏଇ ନଗଡ଼ା।