ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଇସ୍ପାତ ସଂଘ ସଭାପତି ନବୀନ ଜିନ୍ଦଲ । କହିଲେ ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ବର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ।

2,377

କନକ ବ୍ୟୁରୋ : ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ । ଭାରତୀୟ ଇସ୍ପାତ ସଂଘ ପକ୍ଷରୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି । ଏହି ଅବସରରେ ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ବିଶ୍ବର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି ସେ କହିଛନ୍ତି । ବର୍ଷକ ମଧ୍ୟରେ ଦୁଇ ଗୁଣା ବୃଦ୍ଧି ପାଇବ ଇସ୍ପାତ ଉତ୍ପାଦନ କ୍ଷମତା । ୨୦୧୫ ସୁଦ୍ଧ ସରିବ ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟ ।

ଅନୁଗୁଳ ଜିଲ୍ଲାରୁ ବାର୍ଷିକ ୧୨ ନିୟୁତ ଟନ ଇସ୍ପାତ ଉତ୍ପାଦନ କରାଯିବ । ଆଗକୁ ଜିନ୍ଦଲ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୨୫ ନିୟୁତ ଟନକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ ।