କନକ ବ୍ୟୁରୋ : ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭା ଅଚଳ । ବଜେଟ ଅଧିବେଶନର ଦୁଇ ଦିନ ହେଲା ମଣ୍ଡି ସମସ୍ୟାକୁ ନେଇ ଗୃହ କାର୍ଯ୍ୟ ଚାଲିପାରୁ ନାହିଁ। ବିରୋଧୀ ହଟ୍ଟଗୋଳ ଓ ପ୍ରତିବାଦ ଯୋଗୁଁ ଗୃହକାର୍ଯ୍ୟ ବାରମ୍ୱାର ମୁଲତବୀ ହେଉଛି । ଆଜି ବଜେଟ ଅଧିବେଶନର ତୃତୀୟ ଦିନ । ଆଜି କେଉଁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ । ନା ଗତକାଲି ଭଳି ମଣ୍ଡି ପ୍ରସଙ୍ଗରେ ଅଚଳ ହେବ ବିଧାନସଭା । କାରଣ ବିରୋଧୀଙ୍କ ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ।
ଅଧିକ ପଢନ୍ତୁ : ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା ; ହୋହଲ୍ଲା ପରେ ୪ଟା ଯାଏଁ ଗୃହ ମୁଲତବି
ତେଣୁ ଆଜି ଗୃହ ସ୍ୱାଭାବିକ ଭାବେ ଚାଲିବ ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ବିରୋଧୀ ଧାନବସ୍ତା ମୁଣ୍ଡାଇ ଗୃହରେ ପ୍ରତିବାଦ କରିଥିଲେ । ମଧ୍ୟଭାଗରେ ଧାନବସ୍ତା ରଖି ହୋହଲ୍ଳା କରିବା ସହ ବ୍ୟାନର ଦେଖାଇ ସରକାର ବିରୋଧରେ ନାରାବାଜି କରିଛନ୍ତି । ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ପ୍ରତିଥର ହୋହଲ୍ଲା କରିଥିଲେ ବିରୋଧୀ । ହଟ୍ଟଗୋଳ ଯୋଗୁଁ ତିନି ଥର ଗୃହ ମୁଲତବୀ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଅଧିବେଶନର ଦ୍ୱିତୀୟ ଦିନରେ ମାତ୍ର ୭ ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ । ମଣ୍ଡି ସମସ୍ୟାର ସମାଧାନ ନହେବା ଯାଏଁ ଗୃହକୁ ଚଲାଇ ଦେବେ ନାହିଁ ବୋଲି ଚେତେଇ ଦେଇଛନ୍ତି ବିରୋଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/19/budget-2026-02-19-07-56-58.jpg)