କନକ ବ୍ୟୁରୋ : ଆଜି ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନ, ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା । ଚାଷୀ ପ୍ରସଙ୍ଗକୁ ନେଇ ଗର୍ଜିଲେ ବିରୋଧୀ । ଧାନ ବସ୍ତା ରଖି ବିଜେଡି ବିଧାୟକ ପ୍ରତିବାଦ କରିଛନ୍ତି । ଚାଷୀ ସମସ୍ୟାକୁ ନେଇ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଧାୟକମାନେ ଗୃହ ମଧ୍ୟରେ ଧାନ ବସ୍ତା ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ।

Advertisment

ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ବିରୋଧୀ ଦାବି କରିଛନ୍ତି। ଏହି ପ୍ରତିବାଦ ଫଳରେ ବିଧାନସଭାର ପ୍ରଶ୍ନକାଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।