କନକ ବ୍ୟୁରୋ : ମୁକୁଳା ପଡ଼ିଛି ପଶ୍ଚିମବଙ୍ଗ ସୀମା। ଭୟଭୀତ ଲୋକେ । ଅସୁରକ୍ଷିତ ମନେ କରୁଛନ୍ତି ସୀମାନ୍ତବାସୀ । ମୁକୁଳା ସୀମା ଦେଇ ସନ୍ଧ୍ୟାରୁ ସକାଳ ଯାଏ ଓଡ଼ିଶାପଟୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଶହଶହ ବାଲି ବୋଝେଇ ଡମ୍ପର । ପଶ୍ଚିମବଙ୍ଗ ଦେଇ ଓଡ଼ିଶା ସୀମାରେ ପ୍ରବେଶ କରୁଛନ୍ତି ବାଂଲାଦେଶୀ । ନାକୁ ମାତ୍ର ନାକା ପୋଷ୍ଟରେ ପଡ଼ିରହିଛି ପୁଲିସର ତାଲା ।
ଅଧିକ ପଢ଼ନ୍ତୁ : ବାଲେଶ୍ୱର ନୂଆସାହି ପୂର୍ବପଦ ଗାଁରେ ହାତୀ ଆତଙ୍କ, ୧୦ ଟି ସ୍କୁଲ ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ
ସୀମା ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଭୋଗରାଇର ସାହାବାଜିପୁରରେ ରହିଛି ନାକା ପୋଷ୍ଟ । ହେଲେ ଗ୍ରାଉଣ୍ଡ ଜିରୋର ସ୍ଥିତି କହୁଛି ନାଁକୁ ମାତ୍ର ପଡ଼ିରହିଛି ଏହି ନାକା ପୋଷ୍ଟ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକର ଅନେକ ସୀମା ପଡ଼ୋଶୀ ପଶ୍ଚିମବଙ୍ଗକୁ ଲାଗି ରହିଛି । ସାହାବାଜିପୁର ସୀମାକୁ ଛାଡ଼ି ଦେଲେ ଅନ୍ୟ କୌଣସି ସୀମାରେ ନାହିଁ ନାକା ପୋଷ୍ଟ । ଆଉ ଏହାର ଫାଇଦା ନେଇ ମନଇଚ୍ଛା କାରବାର ଚଳାଇଛନ୍ତି ବାଲି ମାଫିଆଠୁ ଆରମ୍ଭ କରି ଆନ୍ତଃରାଜ୍ୟ ଲୁଟେରା । ଅନେକ ସମୟରେ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ଭିତରକୁ ବାଂଲାଦେଶୀ ପ୍ରବେଶ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଅଧିକ ପଢ଼ନ୍ତୁ : ବିପଦସଂକୁଳ ଅବସ୍ଥାରେ ବାଲେଶ୍ୱରର ପେଜଗଳା ସେତୁ, ୪ ବର୍ଷ ତଳେ ଖର୍ଚ୍ଚ ହୋଇଥିଲା ୬୦ କୋଟି, ନିମ୍ନମାନର କାମ ଯୋଗୁଁ ଏବେ ଭୁଶୁଡ଼ିବା ଅବସ୍ଥାରେ
ସାହାବାଜିପୁର ନାକା ପୋଷ୍ଟଠୁ ତାଳସାରୀ ସାମୁଦ୍ରିକ ଥାନାର ଦୂରତା ମାତ୍ର ୧ କିଲୋମିଟର । ନାକା ପୋଷ୍ଟ ଅଛି, ନିୟୋଜିତ ହେଉନାହାନ୍ତି ପୁଲିସ । ଯାହାର ସୁଯୋଗ ନେଇ ସୀମା ଦେଇ ବ୍ରାଉନ ସୁଗାର, ଚୋରା ମଦ, ଗଂଜେଇ ଓ ଅଫିମ ଭଳି ଅନେକ ନିଶାଦ୍ରଵ୍ୟ ଚାଲାଣ ହେଉଛି । ଆଉ ନିଶା କାରବାରର ହବ୍ ପାଲଟିଛି ସୀମାନ୍ତ ସାହାବାଜିପୁର ଅଞ୍ଚଳ !
ଅଧିକ ପଢ଼ନ୍ତୁ : ବାଲେଶ୍ୱର ମେଡିକାଲରେ ବିକଳ ବ୍ୟବସ୍ଥା; ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗର୍ଭବତୀ
ବାରମ୍ବାର ଅଭିଯୋଗ ପରେ ସୀମାରେ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରାଯାଉନାହିଁ । ଗୋଟିଏ ପଟେ ପଶ୍ଚିମବଙ୍ଗ ପୁଲିସ କଡାକଡ଼ି ଯାଞ୍ଚ କରୁଛି, ଏପଟେ ମୁକୁଳ ଓଡ଼ିଶା ସୀମା । ନାକାର ଅବସ୍ଥା ଦେଖି, ସନ୍ଦେହ ସୃଷ୍ଟି ହୋଇଛି । ମାଫିଆଙ୍କ ସହ କିଛି ଅସାଧୁ ଅଧିକାରୀଙ୍କ ଭିତିରି ସମ୍ପର୍କ ରହିଛି କି ? ବାଲି ଚୋରା ଚାଲାଣ ହେଉଥିଲେ ବି ହାତ ଗୁଞ୍ଜା ନେଇ ଚୁପ୍ ରହୁଛି କି ଖଣି ବିଭାଗ ? ଭୋଗରାଇର ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ କହିଛନ୍ତି, ଭାଗ ନେଇ ନିରବ ପୁଲିସ !
ଅଧିକ ପଢ଼ନ୍ତୁ : ବାଲେଶ୍ୱର ଭୋଗରାଇରେ ସରକାରୀ ଜାଗାରେ ବେଆଇନ ଗୃହ ନିର୍ମାଣ, ବିରୋଧ କରି ଗାଁରେ ଉତ୍ତେଜନା
ଦେଶ ହେଉ ବା ରାଜ୍ୟ, ସବୁଠି ସୀମା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ଅନୁପ୍ରବେଶ ରୋକିବା ସହ ବିଭିନ୍ନ ପ୍ରକାର ଆପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ସୀମାରେ କଡ଼ା ପହରା ଦେଇଥାନ୍ତି ସୁରକ୍ଷା କର୍ମୀ । ହେଲେ ବାଲେଶ୍ୱରରେ ଏହାର ବିକଳ ଅବସ୍ଥା ଦେଖିବାକୁ ମିଳିଛି । ମୁକୁଳା ସୀମାକୁ ଦେଖି ସୁରକ୍ଷା ଲୋଡ଼ିଛନ୍ତି ସୀମାନ୍ତ ଅଧିବାସୀ ।
Follow Us