କନକ ବ୍ୟୁରୋ: ସରକାରୀ ଜାଗାରେ ବେଆଇନ ଗୃହ ନିର୍ମାଣକୁ ନେଇ ଗାଁ ଲୋକଙ୍କ ଭିତରେ  ଉତ୍ତେଜନା ।  ଖବର ପାଇ ଘଟଣାସ୍ଥଳରେ ଆରଆଇ ପହଂଚି ନିର୍ମାଣଧୀନ କାମକୁ ବନ୍ଦ କରିଛନ୍ତି । ତୁରନ୍ତ ନିର୍ମାଣ ହୋଇଥିବା ଘରକୁ ପ୍ରଶାସନ ଉଚ୍ଛେଦ କରନ୍ତୁ ବୋଲି ଦାବୀ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କାଁଥିଭଉଁରୀ ପଞ୍ଚାୟତରେ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସରକାରୀ ଜାଗାରେ ବେଆଇନ ଭାବେ ଗୃହ ନିର୍ମାଣ କରାଯାଉଥିଲା ।

Advertisment

ଅଧିକ ପଢନ୍ତୁ : ମାତିଛନ୍ତି ଲଘୁ ଖଣିଜ ମାଫିଆ; ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ୨ ଖଣି ଅଧିକାରୀଙ୍କୁ ମାଡ଼ ଅଭିଯୋଗ

ଗାଁ ଲୋକେ ଏହାକୁ ପ୍ରବଳ ବିରୋଧ କରି ଭୋଗରାଇ ତହସିଲଦାରଙ୍କୁ ଖବର ଦେଇଥିଲେ । ଏହାପରେ ଭୋଗରାଇ ତହସିଲଦାରଙ୍କ ନିର୍ଦ୍ଦେଶ ଅନୁସାରେ, ସ୍ଥାନୀୟ ଆରଆଇ ଘଟଣାସ୍ଥଳ ପହଞ୍ଚି ସେହି କାମକୁ ବନ୍ଦ କରିବା ସହ ନିର୍ମାଣ କରୁଥିବା ବ୍ୟକ୍ତିମାନଙ୍କୁ ଗୃହ ନିର୍ମାଣ ଅନୁମତି କାଗଜପତ୍ର ମାଗିଥିଲେ । ହେଲେ ସେମାନେ କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ । ଅନ୍ୟପଟେ ଏହି ଘଟଣାରେ ପଞ୍ଚାୟତର ସମସ୍ତ ଜବରଦଖଲ ହୋଇଥିବା ସରକାରୀ ଜାଗାକୁ ଉଚ୍ଛେଦ ପାଇଁ ପଞ୍ଚାୟତବାସୀ ଦାବୀ କରିଛନ୍ତି ।