କନକ ବ୍ୟୁରୋ : ଇ-କେୱାଇସି ନ କଲେ ନଭେମ୍ବରରୁ ମିଳିବନି ରାସନ । ହାତରେ ଆଉ ଗୋଟିଏ ଦିନ । ଅକ୍ଟୋବର ୩୧ କଣ୍ଟ ଥିଲା ବେଳେ ବିଭାଗର ଅକଲ ଗୁଡ଼ୁମ ହୋଇଯାଇଛି । ଗତକାଲି ଅର୍ଥାତ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୫୭ ହଜାର ୨୬୫ ଜଣ ଇ-କେୱାଇସି କରିନାହାନ୍ତି । ଏତେ ସଂଖ୍ୟକ ଲୋକଙ୍କ ଭିତରୁ କେତେ ଜଣଙ୍କ ରାସନ ବନ୍ଦ ହେବ ତାହା ସରକାରଙ୍କୁ ଅକଳରେ ପକାଇଛି ।
ଗତ ୧୪ ତାରିଖରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ଇ-କେୱାଇସି କରିନଥିଲେ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ୧୫ ଦିନରେ ମାତ୍ର ୭୩, ୧୦୬ ଜଣଙ୍କ ଇ-କେୱାସି ହୋଇଛି । ତେଣୁ ଆଉ ଦିନକରେ କେତେ ଜଣ ଇ-କେୱାଇସି କରିପାରିବେ ? ତାହା ଏବେ ଚିନ୍ତାର କାରଣ ହୋଇଛି ।
ଏବେ ନଜର ପକେଇବା କେଉଁ ଜିଲ୍ଲାରେ କେତେ ବାକି?
ଜିଲ୍ଲା ଅକ୍ଟୋବର ୧୪ ଅକ୍ଟୋବର ୨୯
ଗଞ୍ଜାମ ୧,୬୧,୧୭୨ ୧,୫୮,୦୨୨
କଟକ ୮୯,୯୯୨ ୮୭,୬୧୨
ବଲାଙ୍ଗୀର ୮୦,୩୩୨ ୭୫,୮୯୧
ମୟୁରଭଞ୍ଜ ୮୨,୭୦୬ ୭୭,୩୪୬
ବାଲେଶ୍ୱର ୭୮,୫୬୯ ୭୪,୬୭୭
କଳାହାଣ୍ଡି ୭୮,୪୮୭ ୭୬,୩୭୬
କେନ୍ଦ୍ରାପଡ଼ା ୭୪,୮୩୨ ୭୨,୧୭୨
ପୁରୀ ୭୧,୮୩୪ ୬୯,୭୪୬
ବରଗଡ଼ ୭୧,୪୨୮ ୬୬,୭୯୬
ଯାଜପୁର ୭୦,୨୩୮ ୬୭,୦୨୩
କେନ୍ଦୁଝର ୭୧,୦୨୭ ୬୬,୦୫୩
ଢେଙ୍କାନାଳ ୫୪,୦୯୩ ୫୨,୪୭୪
ଭଦ୍ରକ ୫୩,୫୪୧ ୫୨,୪୩୨
ଅନୁଗୁଳ ୩୮,୬୫୧ ୩୭,୫୨୨
ଖୋର୍ଦ୍ଧା ୬୭,୭୧୫ ୬୫,୩୪୯
କୋରାପୁଟ ୫୫,୭୯୫ ୫୩,୭୩୪
ନବରଙ୍ଗପୁର ୫୬,୯୧୨ ୫୪,୪୩୫
ରାୟଗଡ଼ା ୪୨,୦୭୫ ୩୮,୬୮୪
ସୁନ୍ଦରଗଡ଼ ୪୮,୫୯୫ ୪୬,୫୫୧
ଜଗତସିଂହପୁର ୩୮,୪୬୦ ୩୬,୬୪୪
ନୟାଗଡ଼ ୩୫,୯୯୩ ୩୫,୧୮୧
ମାଲକାନଗିରି ୩୦,୫୭୬ ୨୮,୮୮୫
ସମ୍ବଲପୁର ୩୦,୯୪୫ ୨୬,୦୮୪
କନ୍ଧମାଳ ୨୬,୩୮୮ ୨୫,୪୨୫
ନୂଆପଡ଼ା ୨୬,୭୩୦ ୨୬,୩୫୯
ସୋନପୁର ୨୪,୩୨୨ ୨୩,୬୧୭
ଗଜପତି ୨୩,୭୮୨ ୨୩,୨୧୧
ଝାରସୁଗୁଡା ୨୦,୮୧୮ ୧୫,୮୬୭
ବୌଦ୍ଧ ୧୫,୦୦୫ ୧୪,୪୨୧
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/30/e-kyc-2025-10-30-17-49-18.jpg)