କନକ ବ୍ୟୁରୋ:  ସମ୍ବଲପୁରରୁ ଆସିଛି  ପୁଣି ଏକ ଚାକିରୀ କେଳେଙ୍କାରୀର ସାଂଘାତିକ ଅଭିଯୋଗ ।  ଝାଡୁଦାର ଚାକିରୀ ନାଁରେ ଲୋକଙ୍କଠାରୁ ଟଙ୍କା ଆଦାୟ କରାଯାଉଛି । ଯାହାର ଏକ୍ସକ୍ଲୁସିଭ ଅଡିଓ କନକ ନ୍ୟୁଜ ହାତରେ ଲାଗିଛି ।   

Advertisment

ନେପାଳ ଓ ପଶ୍ଚିମବଙ୍ଗରୁ ଆସୁଛି ଧଳା ଜହର; ବ୍ରାଉନସୁଗାର ଗ୍ୟାଙ୍ଗରେ ଲେଡି ଡନ୍ ରାଜଧାନୀରୁ


ମାତିଛନ୍ତି ଦଲାଲ, ଲୁଟୁଛନ୍ତି ଟଙ୍କା । ଚାକିରି ନାଁରେ ଆଦାୟ ହେଉଛି ଟଙ୍କା। କନକ ନ୍ୟୁଜ ହାତରେ ଲାଗିଛି ଏକ୍ସକ୍ଲ୍ୟୁସିଭ୍ ଅଡିଓ।  ସମ୍ବଲପୁର ମହାନଗର ନିଗମ, ଏସଏମସି ରେ  ଚାଲିଛି ବଡ଼ଧରଣର ଚାକିରି ସ୍କାମ । ଝାଡୁଦାର ଚାକିରି ନାଁରେ ଲୋକଙ୍କଠାରୁ ନେଉଛନ୍ତି ୧୨ ହଜାର ଟଙ୍କା । କହୁଛନ୍ତି ଆମେ ଏସଏମସିଠାରୁ ଟେଣ୍ଡର ପାଇଛୁ। ୧୨ ହଜାର ଟଙ୍କା ଦେଲେ ଝାଡୁଦାର ଚାକିରି ମିଳିବ  । ଦିନକୁ ଗୋଟିଏ ଘଣ୍ଟା କାମ କରିବାକୁ ପଡ଼ିବ। ସମ୍ବଲପୁର ଉପକଣ୍ଠ କାଇଁଶିର, ଧମା, ଚିପିଲିମା ଆଦି ଅଞ୍ଚଳର ଅନେକ ଗାଁ ଓ ସହର ବାସିନ୍ଦାଙ୍କଠାରୁ ୧୨ ହଜାର ଲେଖାଏଁ ଆଦାୟ ହୋଇଛି । ଆମେରିକାର ଏକ ବଡ଼ କମ୍ପାନୀର ନାଁ ନେଇ ନୀରିହ ଲୋକଙ୍କୁ ଚୂନା ଲଗାଉଛନ୍ତି ଦଲାଲ  । 
 

ରାଉରକେଲାରେ ବାଳ ସୁଧାରଗୃହରେ ଚଢ଼ାଉ : ସ୍ବତନ୍ତ୍ର ଜେଲର ଓ ପୁଲିସ୍‌ର ରେଡ୍‌ରେ ଜବତ ହେଲା ବ୍ୟାପକ ନିଶାଦ୍ରବ୍ୟଦୁଇମାସ ପୂର୍ବରୁ ରାତି ପ୍ରାୟ ୨ଟାରେ କାଇଁଶିର ରୋଡରେ କିଛି ଲୋକ ଝାଡ଼ୁ ମାରୁଥିଲେ। ଏସଏମସି ଅଧୀନରେ ସଫେଇ ଦାୟିତ୍ବରେ ଥିବା ଠିକା ସଂସ୍ଥା ‘ପ୍ରତ୍ୟୁଷ’ର କର୍ମଚାରୀ ତାଙ୍କୁ ପଚାରିବାରୁ ସେମାନେ ଏସଏମସି ଅଧୀନରେ କାମ କରୁଥିବା କହିଥିଲେ । ଏହାସହ କେଉଁ କମ୍ପାନୀ ଅଧୀନରେ କାମ କରୁଛନ୍ତି ତାହା କହି ପାରିନଥିଲେ। ରାହୁଲ ଶର୍ମା ଓ ପଦ୍ମା ତାଣ୍ଡି ତାଙ୍କୁ କାମରେ ରଖିଥିବା ସେମାନେ କହିଥିଲେ। ତେବେ ରାହୁଲ ଓ ପଦ୍ମାଙ୍କ ଏସଏମସି ସହ କୌଣସି ସମ୍ପର୍କ ନଥିବା ବେଳେ ସେମାନେ ୧୨ ହଜାର ଲେଖାଏଁ ଟଙ୍କା ନେଇଥିବା ଜଣାପଡ଼ିଥିଲା। ଅଇଁଠାପାଲି ଥାନାରେ ପ୍ରତ୍ୟୁଷ ସଂସ୍ଥା ଲିଖିତ ଅଭିଯୋଗ ମଧ୍ୟ କରିଥିଲା। ଧମା ଓ କାଇଁଶିର ଅଞ୍ଚଳରୁ ଅନେକ ଲୋକ ଏନେଇ ଅଭିଯୋଗ କରିଥିବା କହିଛନ୍ତି ଡେପୁଟି କମିସନର।