କନକ ବ୍ୟୁରୋ: ଜିଦ୍ଦରେ ଅଟଳ ଡାକ୍ତରୀ ସଂଘ । ସରକାରଙ୍କ ଏସ୍ମାକୁ ଫୁ କରି ଉଡ଼ାଇଦେଇଛି ଓମ୍ସା । ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ଘଣ୍ଟିଆ ଓପିଡି ବନ୍ଦ ଏସ୍ମା ଲାଗିବା ପରେ ମଧ୍ୟ ଜାରି ରହିଛି । ସରକାର ମଧ୍ୟ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ଜୁଟାଇ ପାରୁନାହାନ୍ତି । ସରକାର-ଡାକ୍ତରଙ୍କ କଳି ଭିତରେ କେବଳ ରୋଗୀମାନେ ହିଁ ହନ୍ତସନ୍ତ ହେଉଛନ୍ତି । ୧୦ ଦଫା ଦାବି ନେଇ ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରଥମେ ୧ ଘଣ୍ଟା ଓପିଡି ବନ୍ଦ ହେଉଥିବା ବେଳେ ଏବେ ତାହା ୨ ଘଣ୍ଟାରେ ପହଞ୍ଚିଲାଣି । ଚିକିତ୍ସା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ଚିକିତ୍ସା ବିଳମ୍ବିତ ହେଉଥିବାରୁ ପରୀକ୍ଷାନିରୀକ୍ଷା ଆହୁରି ସମସ୍ୟା ବଢ଼ାଉଛି । ସରକାରୀ ଡାକ୍ତରଖାନାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆସନ୍ତା ୧୫ ତାରିଖ ସୁଦ୍ଧା ଯଦି କୌଣସି ପଦକ୍ଷେପ ନିଆ ନ ଯାଏ, ତା’ ହେଲେ ଅପରାହ୍ଣରେ ସରକାରୀ ଡାକ୍ତରଖାନାରେ ଆଉ ଓପିଡି ଖୋଲିବ ନାହିଁ ବୋଲି ଓଡ଼ିଶା ମେଡିକାଲ ସେବା ସଂଘ, ଓମ୍ସା ପକ୍ଷରୁ ଚେତାବନୀ ଦିଆଯାଇଛି । ଡାକ୍ତରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ଏସ୍ମା ଲାଗୁ କରିଛନ୍ତି । ହେଲେ ଡାକ୍ତରମାନେ ତାଙ୍କ ଜିଦ୍ରେ ଅଟଳ ରହିଛନ୍ତି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଓପିଡିରେ ୨ ଘଣ୍ଟା ରୋଗୀ ସେବା ବନ୍ଦ ରଖିଛନ୍ତି ଡାକ୍ତର ।
କାହିଁକି ଫେବ୍ରୁଆରି ୧ରେ ଆଗତ ହେଉଛି ବଜେଟ୍? କାରଣ ଆପଣ ଜାଣିଛନ୍ତି କି?
ଏସ୍ମାକୁ ବେଖାତିର
ରାଜ୍ୟରେ ଆଜିବି ଓପିଡି ବନ୍ଦ
ଚତୁର୍ଥ ଦିନରେ ଓପିଡି ୨ ଘଣ୍ଟିଆ ବନ୍ଦ
୬ ତାରିଖରେ ଏସ୍ମା ଲଗାଇଛନ୍ତି ରାଜ୍ୟ ସରକାର
ଡାକ୍ତର, ନର୍ସିଂ କର୍ମଚାରୀ କରିପାରିବେନି ଆନ୍ଦୋଳନ
ଏସ୍ମାକୁ ଫୁ କରି ଉଡ଼ାଇଲେ ଡାକ୍ତର
ଏସ୍ମା ଲାଗୁ ସତ୍ତ୍ବେ କାହିଁକି ନିଆଯାଉନି କାର୍ଯ୍ୟାନୁଷ୍ଠାନ?
ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ହେଉନି ସାହସ?
ସରକାର- ଡାକ୍ତର କଳିରେ ରୋଗୀ ହନ୍ତସନ୍ତ
ଆଜି ସରକାରଙ୍କ ସହ ଓମ୍ସା ଆଲୋଚନା
୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଛି ଓମ୍ସା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/08/doctor-protest-2026-01-08-11-11-43.jpg)