କନକ ବ୍ୟୁରୋ : ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ବଡ଼ବିଲ ଅଞ୍ଚଳରେ ଅବସ୍ଥିତ ନିଗମର ଲୁହା ଖଣିଗୁଡ଼ିକର ଦୁଇ ଦିନିଆ ସମୀକ୍ଷା ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ କୁମାର ପାଲ, ନିର୍ଦ୍ଦେଶକ (ଅର୍ଥ) ବନ ବିହାରୀ ପାଣି ଏବଂ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ପରିଦର୍ଶନରେ ସୁଧାଂଶୁ ମୋହନ ସାମଲ ଓଏମସିର ଲୁହା ପଥର ଖଣି ଗୁଡ଼ିକରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ପଦ୍ମପୁରରେ ଖୋଲା ରଙ୍ଗମଞ୍ଚର ଶହେ ବର୍ଷ ପୂର୍ତ୍ତି ପାଳିତ
ପ୍ରଥମ ଦିନରେ, ଗୁଆଳି, ବାଂଶପାଣି ଏବଂ ଜିଲିଙ୍ଗ-ଲାଙ୍ଗାଲୋଟା ଲୁହା ଖଣିରେ ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହା ପରେ ବଡ଼ବିଲ ଅଞ୍ଚଳରେ ଓଏମସିର ସମସ୍ତ ଖଣି ପରିଚାଳକ ମାନଙ୍କ ସହିତ ଆଲୋଚନା କରି ଚଳିତ ଆର୍ଥିକ ବର୍ଷରେ ଉତ୍ପାଦନ ବୃଦ୍ଧି ବଜାୟ ରଖି ଗତ ଆର୍ଥିକ ବର୍ଷ ତୁଳନାରେ ଲୁହା ଉତ୍ପାଦନରେ ଅଧିକ ଅଭିବୃଦ୍ଧି ସୁନିଶ୍ଚିତ କରି ନୂତନ ରେକର୍ଡ ସ୍ଥାପନ କରିବା ସହ ସ୍ୱଚ୍ଛ ପ୍ରକ୍ରିୟାରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଗୁଆଳି, ବାଂଶପାଣି, ଜିଲିଙ୍ଗ-ଲାଙ୍ଗାଲୋଟା, ଗନ୍ଧମାର୍ଦ୍ଦନ, ତିରିଂପାହାଡ, ରୋଇଡା-ସି, ଉଞ୍ଚାବାଲି, ଖଣ୍ଡବନ୍ଧ ଏବଂ ଡୁବୁନା- ସେକ୍ରାଡିହି ସମେତ ବଡ଼ବିଲ ଅଞ୍ଚଳର ଖଣି ପରିଚାଳକମାନଙ୍କ ସହିତ ଆଲୋଚନା କରିଥିଲେ ।
ଜଳପଥରେ ବେଆଇନ ପରିବହନ; ତଟ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଦ୍ୱିତୀୟ ଦିନରେ, ପରିଚାଳନା ନିର୍ଦ୍ଦେଶକ ରୋଇଡା ସି, ତିରିଂପାହାଡ, ଖଣ୍ଡବନ୍ଧ, ଉଞ୍ଚାବଲି ଏବଂ ଡୁବୁନା-ସେକ୍ରାଡିହି ଖଣିରେ କାର୍ଯ୍ୟକ୍ଷମତା ସ୍ଥିତି ସମୀକ୍ଷା କରିବା ସହିତ ଚଳିତ ଆର୍ଥିକ ବର୍ଷରେ ସଂପୃକ୍ତ ଖଣି କ୍ଷେତ୍ରକୁ ଉତ୍ପାଦନ ଲକ୍ଷ୍ୟ ଓ ବିକ୍ରୟ ଲକ୍ଷ୍ୟ ପୂରଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/11/omc-2025-11-11-18-38-55.jpg)