କନକ ବ୍ୟୁରୋ : ବାଲେଶ୍ୱରରେ ମୁକୁଳା ପଡ଼ିଛି ଜଳପଥ । ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ବେଆଇନ୍ ପରିବହନ ଚଳାଇଛନ୍ତି ବେପାରୀ । ରାଜ୍ୟ ବାହାରୁ ବୋଟ୍ ଯୋଗେ ଆସୁଛି ବିଭିନ୍ନ ପ୍ରକାର ସାମଗ୍ରୀ । ଏମିତିକି ବିଦେଶରୁ ମଧ୍ୟ ଲୁଚାଚୋରାରେ ବିଭିନ୍ନ ସାମଗ୍ରୀ ଆସୁଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ବାହାବଳପୁର ମୁହାଣରେ ଲାଗୁଛି ମାଲ ବୋଝେଇ ବୋଟ୍ । ଅନ୍ଧାର ରାତିର ସୁଯୋଗ ନେଇ ଦେଶର ବିଭିନ୍ନ ସ୍ଥାନକୁ ପଠାଇ ମୁନାଫା କମାଉଛନ୍ତି ଅସାଧୁ ବ୍ୟବସାୟୀ । ଦିନେ କି ବର୍ଷେ ନୁହେଁ, ଦୀର୍ଘ ୪୦ ବର୍ଷ ଧରି କାରବାର ଚାଲିଥିବା ବେଳେ ସାମୁଦ୍ରିକ ଥାନା ପୁଲିସର ହାତ ଖାଲିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଶନିବାର ରାତିରେ ବାଲେଶ୍ବର ବାହାବଳପୁର ମୁହାଣରୁ ଠାବ ହୋଇଥିଲା ଗୁଆ ବୋଝେଇ ବୋଟ୍ । ଗୋଟିଏ ବୋଟ୍ ସାହାଯ୍ୟରେ ପଶ୍ଚିମବଙ୍ଗରୁ ଆସି ବାହାବଳପୁର ମୁହାଣ ପାଖରେ ଲାଗିଥିଲା । ସନ୍ଦେହ ହେବାରୁ କଣ୍ଟେନରକୁ ଅଟକାଇଥିଲେ ବସ୍ତା ଓ ବାହାବଳପୁର ମେରାଇନ ଥାନା ପୁଲିସ । ୩ ଜଣ ଡ୍ରାଇଭରକୁ ଅଟକ ରଖିବା ସହ ଜଣକୁ ଗିରଫ କରାଯାଇଛି । ସେପଟେ ଉପକୂଳ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ସରପଞ୍ଚ ।
ଅଧିକ ପଢ଼ନ୍ତୁ--Pakistan Blast: ଭାରତ ପରେ ପାକିସ୍ତାନରେ ବିସ୍ଫୋରଣ ; କାର୍ ଫୁଟିଲା, ୧୨ ଜଣ ମୃତ
ବୋଟ୍ ଗୁଡ଼ିକରୁ ଗୁଆ ବାହାର କରାଇଛି ପୁଲିସ । ପୁଲିସ କହିବା ଅନୁସାରେ ପଶ୍ଚିମବଙ୍ଗରୁ ଆସିଥିବା ଗୁଆ ବୋଝେଇ ବୋଟ୍ ବାହାବଳପୁର ମୁହାଣରେ ଲାଗିବା ପରେ ଟ୍ରକ, କଣ୍ଟେନର ସାହାଯ୍ୟ ନାଗାଲାଣ୍ଡ, ନାଗପୁର ସମେତ ଦେଶର ବିଭିନ୍ନ ସ୍ଥାନକୁ ଯାଇଥାଏ । ତେବେ ଜଳପଥରେ ପରିବହନର କୌଣସି ନିୟମ ନଥିବା ଵେଳେ ରାତି ଅଧରେ ସମୁଦ୍ର ପଥରେ ଚାଲାଣ ହେଉଥିଲା କ’ଣ ପାଇଁ ? ଜିଏସ୍ଟି ଫାଙ୍କିବା ପାଇଁ ବାଟ ଖୋଜୁଛନ୍ତି କି ବ୍ୟବସାୟୀ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/11/illegal-transportation-2025-11-11-18-02-15.jpg)