କନକ ବ୍ୟୁରୋ : ମଞ୍ଚ ନାଟକ ବା ଖୋଲା ରଙ୍ଗମଞ୍ଚ ଲୋକଙ୍କର ବେଶ ପସନ୍ଦ , କାହିଁକି ନା ଏହା ଲୋକଙ୍କୁ କମ ସମୟ ମଧ୍ୟରେ ବେଶ ଆନନ୍ଦ ଦେଇଥାଏ । ଏହା କେବଳ ଆନନ୍ଦ ନୁହେଁ ସମାଜରେ ଘଟିଯାଉଥିବା ଘଟଣା ଗୁଡିକ ବିଷୟରେ ଅବଗତ କରିବା ସହ ଲୋକଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେଇଥାଏ । ଖୋଲା ରଙ୍ଗମଞ୍ଚ ନାଟକ ପରିବେଷଣର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଛି ବରଗଡ଼ ଜିଲ୍ଲା ପଦ୍ମପୁରର ଅବର୍ଣ୍ଣିଗୁଡା ନାଟ୍ୟ ସଂସଦ।
ପଦ୍ମପୁରରେ ମଞ୍ଚ ନାଟକ ବା ଖୋଲା ରଙ୍ଗମଞ୍ଚର ୧୦୦ ବର୍ଷ ପୂର୍ତ୍ତି ପାଳିତ । ତିନି ଦିବସୀୟ ଏହି ନାଟକ ମହୋତ୍ସବକୁ ଦେଖିବାକୁ ଅନେକ କଳାପ୍ରେମୀ ଏକାଠି ହୋଇଛନ୍ତି । ବିଭିନ୍ନ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ସାହିତ୍ୟର ଚର୍ଚ୍ଚିତ ଗଳ୍ପର ନାଟକ ପ୍ରଦର୍ଶନ କରାଯାଉଛି । ଶୀତୁଆ ସଂଧ୍ୟାରେ ଏହି ନାଟକର ମଜା ନେଉଛନ୍ତି ଦର୍ଶକ ।
ଆହୁରି ପଢ଼ନ୍ତୁ... Bihar Election : ବିହାରରେ ଭୋଟ୍ ଚାଲିଛି, ହଠାତ୍ ଜେଡିୟୁ ଅଫିସରେ ପହଞ୍ଚିଲେ ନୀତିଶ
୧୯୨୫ରେ ତତକାଳୀନ ରାଜବୋଡ଼ାସମ୍ବର ଜମିଦାର ଲାଲ ରାଜେନ୍ଦ୍ର ନାରାୟଣ ସିଂ ବରିହା ପଦ୍ମପୁରରେ ଏହି ଖୋଲା ରଙ୍ଗମଞ୍ଚର ଆରମ୍ଭ କରିଥିଲେ । ଏହାପରେ ଅନେକ ନାଟ୍ୟ ସଂସଦ ମାଧ୍ୟମରେ କଳାକାର ତାଙ୍କ କଳା ପ୍ରଦର୍ଶନ କରି ରାଜ୍ୟ ତଥା ରାଜ୍ୟ ବାହାରେ ପଦ୍ମପୁରକୁ ଗୌରବାନ୍ୱିତ କରଛନ୍ତି । ସେମାନଙ୍କ ମଧ୍ୟରୁ କିଛି କଳାକାର ଜୀବିତ ରହିଛନ୍ତି , ଅନେକଙ୍କର ଦେହାନ୍ତ ହୋଇଗଲାଣି । ସେହି ଦିବଂଗତ କଳାକାରଙ୍କ ସ୍ମୃତି ଚାରଣ କରି ମଞ୍ଚ ନାଟକର ୧୦୦ ବର୍ଷ ପୂର୍ତ୍ତି ପାଳନ କରିଛନ୍ତି ପଦ୍ମପୁରର ଅବର୍ଣ୍ଣିଗୁଡା ନାଟ୍ୟ ସଂସଦ। ପଦ୍ମପୁରରେ ଗୋଟିଏ ସ୍ଥାୟୀ ନାଟ୍ୟ ମଣ୍ଡପ ତିଆରି ହୋଇପାରିଲେ କଳାକାର ଓ କଳାପ୍ରେମୀଙ୍କୁ ନାଟକ ପ୍ରତି ଆହୁରୀ ଉତ୍ସାହିତ କରିହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/11/padmapur-2025-11-11-18-19-49.jpg)