କନକ ବ୍ୟୁରୋ : ଫାଇଲିନ ବାତ୍ୟା ପରଠୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା ଏମକେସିଜି ମେଡିକାଲର ପୁରୁଣା ଇଣ୍ତୋର କୋଠା । ଭୂତକୋଠି ପାଲଟିଛି ପୁରା ମେଡିକାଲ ବିଲ୍‌ଡିଂ । ବର୍ଷ ବର୍ଷ ବିତିଲା, ନାଲି ଫିତା ତଳେ ରହିଛି ନିଷ୍ପତ୍ତି । କିନ୍ତୁ କନକ ନ୍ୟୁଜ୍ ରେ ଖବର ପ୍ରସାରଣ ପରେ ଏବେ ଅସୁରକ୍ଷିତ କୋଠା ଭଙ୍ଗା ଯାଇ ନୂତନ କାମ ପାଇଁ ବାହାରିଛି ଟେଣ୍ତର ।

Advertisment

ଦକ୍ଷିଣ ଓଡିଶାର ଚିକିତ୍ସା କ୍ଷେତ୍ରର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବଡ଼ ମେଡ଼ିକାଲ । ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି, ହେଲେ ଅସୁରକ୍ଷିତ ହୋଇ ରହିଛି ପୁରୁଣା ଇଣ୍ତୋର କୋଠା । ଗତ ଫାଇଲିନ୍ ବାତ୍ୟା ପରଠୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ସରକାର ଏହାକୁ ଭଙ୍ଗି ନୂଆ କୋଠା ଓ ଆଉଟ୍‌ଡୋର ଭବନ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏଯାଏଁ ପୁରୁଣା ବିଲ୍‌ଡିଂ ଭଙ୍ଗା ଯାଇନି କି ନୂତନ କୋଠା ହୋଇପାରୁନି । ସେନେଇ ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଛି, ପୁରୁଣା କୋଠା ଭାଙ୍ଗି ନୂତନ କୋଠା ନିର୍ମାଣ ପାଇଁ ହୋଇଛି ଟେଣ୍ତର ।

ଅଧିକ ପଢ଼ନ୍ତୁ : ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ବିକଳ ଚିତ୍ର, ୩ ବର୍ଷ ହେବ ଲାଗି ରହିଛି ଡାକ୍ତର ଅଭାବ ସମସ୍ୟା, ରୋଗୀଙ୍କୁ କରାଯାଉଛି ବୁର୍ଲା ରେଫର

ହଜାର ହଜାର ଲୋକେ ଏମ୍‌କେସିଜି ମେଡିକାଲ ଉପରେ ନିର୍ଭରଶୀଳ । ମାତ୍ର କୋଠା ଅଭାବ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି । ତେବେ ନୂତନ କୋଠା ନିର୍ମାଣ ହେଲେ ରୋଗୀ ଉପକୃତ ହେବେ । ଡେରିରେ ହେଲେ ବି ଚେତା ପଶିଲା ପ୍ରଶାସନର । ତେବେ କେତେ ଶିଘ୍ର ଏହା ଉପରେ କାମ ହେଉଛି ତାକୁ ହିଁ ଦେଖିବାକୁ ବାକି ରହିଲା ।