ସରକାରୀ ନିୟମକୁ ମାନୁନାହାନ୍ତି ଅଧିକାରୀ, ରାସ୍ତା ସମ୍ପ୍ରସାରଣ ପାଇଁ କାଟି ପକାଇଲେ ଗଛ

ଅନ୍ୟପଟେ କଟକ- ପାରାଦୀପକୁ ସଂଯୋଗ କରୁଥିବା ଜଗତସିଂହପୁର ଠୁ ଜଇପୁର ୧୫ କିମି ରାସ୍ତାକୁ ୨ ଫୁଟ୍‌ ଲେଖାଏଁ ଚଉଡ଼ା କରାଯାଇଛି । ଯେଉଁଥିପାଇଁ ରାସ୍ତା ଉଭୟପାଖରେ ଥିବା ବଡ଼ ବଡ଼ ଗଛକୁ କାଟି ଦିଆଯାଇଛି । ଅନାବଶ୍ୟକ ସ୍ଥଳେ ଗଛ ଗୁଡିକୁ ମଧ୍ୟ କାଟି ଦିଆଯାଉଥିବା ଅଭିଯୋଗ ଆସିଛି। ତେବେ ରାସ୍ତା ନିର୍ମାଣ ସରିଲେ ନୂଆ ଗଛ ଲଗାଇବା ନିୟମ ରହିଛି । ହେଲେ ଏଯାବତ୍‌ ଗୋଟିଏ ବି ଗଛ ଲଗାଯାଇନାହିଁ ! ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଉପ-ଜିଲ୍ଲାପାଳ  ।

jagatsinghpur

କନକ ବ୍ୟୁରୋ : ଆଜିର ଦିନରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ିବାରେ ଲାଗିଛି। ରାସ୍ତା ନିର୍ମାଣ ଏବଂ ପ୍ରଶସ୍ତି କରଣ ପାଇଁ ବଳି ପଡିଛି ହଜାର ହଜାର ସଂଖ୍ୟାର ବଡ଼ ବଡ଼ ଗଛ । ଗଛ କାଟିବା ପରେ ପୁନଶ୍ଚ ବୃକ୍ଷ ରୋପଣର ନିୟମ ଥିଲେ ମଧ୍ୟ ଏହାକୁ ନମାନି ଗଛ ଲଗାଇବାକୁ ଭୁଲିଗଲେ କର୍ତ୍ତୃପକ୍ଷ। ଫଳରେ ଅଙ୍ଗାରକାମ୍ଳ, ଉତ୍ତାପ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦ୍ୟୁସଣ ମଧ୍ୟ ବୃଦ୍ଧି ପାଉଛି । 

ଅଧିକ ପଢ଼ନ୍ତୁ :  ଗାଁରେ ଜଳ ଯୋଗାଣ ପ୍ରକଳ୍ପ ଥାଇ ଲାଭ ନାହିଁ : ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଜଗତସିଂହପୁରରେ ମେଣ୍ଟୁନି ଶୋଷ

ଜାତୀୟ ରାଜପଥ ସଂଯୋଗୀକରଣ ଯୋଜନାରେ କଟକ ସିଆରଆରଆଇ୍‌ ଠାରୁ ଜଗତସିଂହପୁରର ନୂଆଗାଁ ପର୍ଯ୍ୟନ୍ତ  ରାସ୍ତା କାମ ଚାଲିଛି । ୯୪ କିମି ଏହି ରାସ୍ତାର କେତେକ ସ୍ଥାନରେ ବାଇପାସ ନିର୍ମାଣ କରାଯାଉଛି, ବାକି ସ୍ଥାନରେ ରାସ୍ତା ପ୍ରଶସ୍ତୀକରଣ କରାଯାଉଛି । ଦୀର୍ଘ ୮ ବର୍ଷ ଧରି ଚାଲିଥିବା ଏହି କାମ ପାଇଁ ବଳି ପଡ଼ିଛନ୍ତି ହଜାର ହଜାର ଗଛ। ଏନଏଚଏଆଇ ତଥ୍ୟ ଅନୁସାରେ, ମୋଟ୍‌ ୫୭୧୫ଟି ଗଛ କଟାଯାଇଛି। ବିକାଶ ନାଁରେ ଏପରି ଗଛ କଟାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ। 

ଅଧିକ ପଢ଼ନ୍ତୁ :  ମାଓବାଦୀ ହଟିବା ପରେ ବି ହଟିଲାନି ଅନ୍ଧାର, ଡାଇନିଚୁଆରୁ ଆସିଲା ଉପାନ୍ତ ଲୋକଙ୍କ ସଂଘର୍ଷର ଚିତ୍ର

ଅନ୍ୟପଟେ କଟକ- ପାରାଦୀପକୁ ସଂଯୋଗ କରୁଥିବା ଜଗତସିଂହପୁର ଠୁ ଜଇପୁର ୧୫ କିମି ରାସ୍ତାକୁ ୨ ଫୁଟ୍‌ ଲେଖାଏଁ ଚଉଡ଼ା କରାଯାଇଛି । ଯେଉଁଥିପାଇଁ ରାସ୍ତା ଉଭୟପାଖରେ ଥିବା ବଡ଼ ବଡ଼ ଗଛକୁ କାଟି ଦିଆଯାଇଛି । ଅନାବଶ୍ୟକ ସ୍ଥଳେ ଗଛ ଗୁଡିକୁ ମଧ୍ୟ କାଟି ଦିଆଯାଉଥିବା ଅଭିଯୋଗ ଆସିଛି। ତେବେ ରାସ୍ତା ନିର୍ମାଣ ସରିଲେ ନୂଆ ଗଛ ଲଗାଇବା ନିୟମ ରହିଛି । ହେଲେ ଏଯାବତ୍‌ ଗୋଟିଏ ବି ଗଛ ଲଗାଯାଇନାହିଁ ! ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଉପ-ଜିଲ୍ଲାପାଳ  ।

ଅଧିକ ପଢ଼ନ୍ତୁ :  ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକଙ୍କ ବିକାଶ ପାଇଁ ୧୬୭୩ କୋଟି

 ରାସ୍ତା ଚଉଡ଼ା ହେବ, ଯାତୟାତ ସୁଗମ ହେବ। ବିକାଶ ନାଁରେ ହଜାର ହଜାର ଗଛ କାଟି ଚାଲିଯିବା କେତେ ଯୁକ୍ତିଯୁକ୍ତ ତାହା ଏକ ବଡ଼ ପ୍ରଶ୍ନ । ଗଛର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାସ୍ତାର ଉଭୟ ପାଖରେ ବୃକ୍ଷରୋପଣ ଜରୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe