ପଡ଼ିଶା ଯାଉଛି ଓଡ଼ିଶା ବାଲି ! ପ୍ରଶାସନ ଆଖିରେ ଧୂଳିଦେଇ ବୋହିନେଉଛନ୍ତି ବାଲି

ଜଳେଶ୍ୱର ଠାରୁ ଭୋଗରାଇ ପର୍ଯ୍ୟନ୍ତ ଗଲା ବେଳେ ବାଟରେ ପଡ଼ିବ ୩ ଥାନା ଓ ୨ଟି ଫାଣ୍ଡି । ତଥାପି ପୁଲିସ କେମିତି ବାଲି ଚାଲାଣ ସମ୍ପର୍କରେ ଜାଣିପାରୁନି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ସୀମାରେ ଥିବା ଚେକ ପୋଷ୍ଟରେ ବି ଯାଞ୍ଚ କରାଯାଉନଥିବା ଅଭିଯୋଗ ଆସିଛି । ଯାହା ପ୍ରାଶାସନିକ ଅଧିକାରୀଙ୍କ ଭୂମିକା ଉପରେ ସନ୍ଦେହ ବଢ଼ାଉଛି ।

Sand

Sand Photograph: (Kanak News)

କନକ ବ୍ୟୁରୋ : ମୁକୁଳା ସୀମା ଦେଇ ଚାଲିଛି ପଶ୍ଚିମବଙ୍ଗକୁ ବାଲି ଚାଲାଣ । ଭଦ୍ରକରୁ ଭୋଗରାଇ ପର୍ଯ୍ୟନ୍ତ ଲମ୍ବିଛି ବାଲି ମାଫିଆଙ୍କ ଚୋରା ଜାଲ । ଭଦ୍ରକରୁ, ବାଲେଶ୍ୱର ପରେ ଜଳେଶ୍ୱର ଓ ଭୋଗରାଇ ଦେଇ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ କରାଯାଉଛି । ଯାହାର ପ୍ରମାଣ ଏକ ଭିଡିଓରୁ ଦେଖିବାକୁ ମିଳିଛି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଜଳେଶ୍ୱର ଠାରୁ ଭୋଗରାଇ ପର୍ଯ୍ୟନ୍ତ ଗଲା ବେଳେ ବାଟରେ ପଡ଼ିବ ୩ ଥାନା ଓ ୨ଟି ଫାଣ୍ଡି । ତଥାପି ପୁଲିସ କେମିତି ବାଲି ଚାଲାଣ ସମ୍ପର୍କରେ ଜାଣିପାରୁନି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ସୀମାରେ ଥିବା ଚେକ ପୋଷ୍ଟରେ ବି ଯାଞ୍ଚ କରାଯାଉନଥିବା ଅଭିଯୋଗ ଆସିଛି । ଯାହା ପ୍ରାଶାସନିକ ଅଧିକାରୀଙ୍କ ଭୂମିକା ଉପରେ ସନ୍ଦେହ ବଢ଼ାଉଛି ।

ଅଧିକ ପଢ଼ନ୍ତୁ : ଖଣି ଓ ବାଲି ମାଫିଆଙ୍କୁ ମିଳିବନି ମାଫ୍; ବଡ଼ ଆକ୍ସନ୍‌ ନେବେ ରାଜ୍ୟ ସରକାର

ସେପଟେ ଦୀଘା ଜଗନ୍ନାଥ ମନ୍ଦିରରେ ମହାପ୍ରସାଦକୁ ଅସମ୍ମାନ । ମହାପ୍ରସାଦ ନାଁରେ ଚାଲିଛି ବେପାର । ମନ୍ଦିର ପରିସରରେ ହୋଟେଲ ସଦୃଶ୍ୟ କରି ଡାଇନିଂ ପକାଇ ପ୍ରସାଦ ସେବନ ଚାଲିଛି । ୧୦୦ରୁ ଦେଢ଼ଶହ ଟଙ୍କାରେ ଏହା ବିକ୍ରି ହେଉଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ପ୍ରାୟ ୨୦ ଏକର ଜାଗାରେ ପ୍ରାୟ ୨୫୦ ଶହ କୋଟି ଟଙ୍କାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମନ୍ଦିର ଠାରେ ଜଗନ୍ନାଥ ଧାମ ଲେଖିବା ପ୍ରସଙ୍ଗକୁ ନେଇ ବିବାଦରେ ମନ୍ଦିର ଥିବା ବେଳେ ପୁଣି ମହାପ୍ରସାଦକୁ ନେଇ ମନ୍ଦିର ଭିତରେ ଡାଇନିଂ ଟେବୁଲରେ ବସି ସେବନ ଚାଲିଛି ।

ପୂର୍ବରୁ ଲଡ଼ୁ ସହିତ ଖଜା ଦେଇ କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ଗାଁ ଗାଁ ପ୍ରସାଦ ପହଞ୍ଚାଇ ଆରମ୍ଭ କରିଥିଲେ ରାଜନୀତି । ପରେ ପରେ ପ୍ରଭୁଙ୍କ ନୀତିକାନ୍ତିରେ ଦେଖା ଦେଇଥିଲା ବିଭିନ୍ନ ସମସ୍ୟା । କେବଳ ଏତିକି ନୁହେଁ ଗ୍ୟାସରେ ପ୍ରସାଦ ରାନ୍ଧି ମହାପ୍ରସାଦ କରି ବିକ୍ରି ଆରମ୍ଭ ହୋଇଥିବା ବେଳେ ଏବେ ପୁଣି ସେହି ପ୍ରସାଦକୁ ମହାପ୍ରସାଦ କରି ମନ୍ଦିର ପରିସରରେ ଆରମ୍ଭ କରିଛନ୍ତି ଚେୟାର ଟେବୁଲ ଡାଇନିଂରେ ସେବନ । ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ପୁଣି ଆଘାତ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe