କନକ ବ୍ୟୁରୋ : ବାଲି ଚୋରିକୁ ନେଇ ଆକ୍ସନ ମୋଡ୍‌ରେ ସରକାର । ବେତନଟୀରେ ତହସିଲଦାରଙ୍କୁ ଆକ୍ରମଣ ଓ ଜଗତସିଂହପୁରରେ ବେଆଇନ ବାଲି ଗାଡ଼ି ଜବତ ପରେ ବିଭାଗୀୟ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ବାଲି ମାଫିଆଙ୍କୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରିବା ଯାଏଁ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ସେପଟେ ଜଗତସିଂହପୁରରେ ଅପରେସନ୍‌ ‘ବାଲୁବଜ୍ର’ ଜରିଆରେ ବେଆଇନ ବାଲି ବୋଝେଇ ହାଇୱା ଜବତ ହୋଇଛି ।

Advertisment

ବାଲି ମାଫିଆଙ୍କୁ ଦମନ କରିବାକୁ ତହସିଲଦାର, ଉପ ଜିଲ୍ଲାପାଳ, ଜିଲ୍ଲାପାଳ ଓ ପୁଲିସ ମିଳିତ ଭାବେ କାମ କରୁଛନ୍ତି । କେହି ସରକାରଙ୍କ ନଜରରୁ ବର୍ତ୍ତି ପାରିବେ ନାହିଁ । ରାଜ୍ୟରେ ବାଲି ଚୋରି ଘଟଣା ସାମ୍ନାକୁ ଆସୁଥିବା ବେଳେ ଏପରି କଡ଼ା ଚେତାବନୀ ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, ଆଗକୁ ଆହୁରି ବଡ଼ ଧରଣର ଆକ୍ସନ ହେବ । ଲଘୁ ଖଣିଜ ଚୋର, ଖଣି ମାଫିଆ ଓ ବାଲି ମାଫିଆଙ୍କୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ଯାଏଁ କାର୍ଯ୍ୟାନୁଷ୍ଠାନ ଜାରି ରହିବ ।

ଅଧିକ ପଢ଼ନ୍ତୁ : ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ; ପ୍ରଥମଥର ପାଇଁ ଲାଗୁ ହେବ ଏମ୍‌ଏସ୍‌ପି

୫୦ରୁ ଅଧିକ ବେଆଇନ ବାଲି ବୋଝେଇ ହାଇୱା ଜବତ କରାଯିବା ସହ ୬ ଜଣ ହାଇୱା ଚାଳକଙ୍କୁ ଗିରଫ କରାଯାଇଛି । ଟେଣ୍ଡର ନେଇଥିବା ଠିକାଦାର ସରକାରୀ ନିୟମକୁ ଉଲଂଘନ କରି ବେଆଇନ ଭାବେ ନିର୍ଦ୍ଧାରିତ ସ୍ତରଠାରୁ ଅଧିକ ପରିମାଣର ବାଲି ଉଠାଉଥିଲେ । ଅଭିଯୋଗ ପାଇବା ପରେ ଚଢ଼ାଉ କରିଥିଲା ପୋଲିସ । ସେପଟେ ବେତନଟୀ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍‌ଡିପିଓଙ୍କ ନେତୃତ୍ୱରେ ଚଢାଉ କରାଯାଉଛି ।

ବାଲି ଚୋରା ଚାଲାଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ବାଲି ପାଇଁ ଏମ୍‌ଏସ୍‌ପି ମଧ୍ୟ ଲାଗୁ କରାଯିବ । ଏହା ପରେ ବି ସରକାରଙ୍କ ନିୟମକୁ ଖାତିର ନକରି ବାଲି ଚୋରି କରିବାରେ ଲାଗିଛନ୍ତି ମାଫିଆ ।