କନକ ବ୍ୟୁରୋ : ବେଆଇନ ବାଲି ଉଠାଣକୁ ନେଇ ବିବାଦ ଥମିବାର ନାଁ ନେଉନି । ସୁବର୍ଣ୍ଣରେଖା ନଦୀରୁ ବାଲି ଉଠାକୁ ନେଇ ବାଲେଶ୍ବର ବସ୍ତାରେ ହୋଇଛି ଖଣ୍ଡଯୁଦ୍ଧ । ସେପଟେ ଝାରସୁଗୁଡ଼ାରୁ ଆସିଛି ସାଂଘାତିକ ଅଭିଯୋଗ । ବାଲିଘାଟର ଲିଜ୍ ଅବଧି ଶେଷ ହେବା ପରେ ଚୁକ୍ତିନାମା ପାଇଁ ବଡ଼ ଷଡ଼ଯନ୍ତ୍ର ଚାଲିଥିବା ସାମନାକୁ ଆସିଛି ।
ସରକାରଙ୍କ ନିର୍ଦ୍ଦେଶ ପରେ ଆକ୍ସନରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ଜିଲ୍ଲାର ବାଲି ମାଫିଆଙ୍କ ଉପରେ ଚଢ଼ାଉ
ବାଲି ମାଫିଆଙ୍କୁ ସାବାଡ କରିବା ପାଇଁ ଜିଲ୍ଲାପାଳଙ୍କ ଚଢ଼ାଉକୁ ଦିନେ ପୂରିନି ବାଲେଶ୍ବର ବସ୍ତାରୁ ଦେଖିବାକୁ ମିଳିଛି ସାଂଘାତିକ ଦୃଶ୍ୟ। ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନାକୁ କେନ୍ଦ୍ର କରି ସିଂଲା ଥାନା ଅନ୍ତର୍ଗତ ଗିଲାଜୋଡି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ହୋଇଛି। ଖଣ୍ଡା , କଟୁରୀ ଚୋଟରେ ଆହତ ହୋଇଛନ୍ତି ଉଭୟ ପକ୍ଷର ୧୦ରୁ ଅଧିକ ଲୋକ। ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ଏକାଧିକ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା।
ବେଆଇନ୍ ବାଲି ଉଠାଣ ଓ ପରିବହନ ବିରୋଧରେ ଆକ୍ସନ, ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଚଢ଼ାଉ
ଗୋଟିଏ ପଟେ ବାଲି ମାଫିଆଙ୍କ ବିରୋଧରେ ସରକାର କଡା ଆଭିମୁଖ୍ୟ ଦେଖାଉଛନ୍ତି। ଏତିକିବେଳେ ଝାରସୁଗୁଡାରୁ ଆସିଛି ସାଂଘାତିକ ଅଭିଯୋଗ। ଲୋଇସିଂ ବାଲି ଶଯ୍ୟା-‘ଏ’ ର ଲିଜ୍ ଅବଧି ଶେଷ ହେବା ପରେ ପୁନଃ ଚୁକ୍ତିନାମା ପାଇଁ ଜିଲ୍ଲା ଖଣି ଅଧିକାରୀଙ୍କ ପକ୍ଷରୁ ଚିଠି କରାଯାଇଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ। ତେବେ କୌଣସି ନିୟମ ନ ଥିବା ବେଳେ କାହିଁକି ଜିଲ୍ଲା ଖଣି ଅଧିକାରୀ ଚିଠି ଲେଖିଲେ ତାକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଝାରସୁଗୁଡ଼ା ଉପ ଜିଲ୍ଲାପାଳ । ବାଲେଶ୍ବର କି ଝାରସୁଗୁଡା ନୁହେଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଚାଲିଛି ବେଆଇନ ବାଲି ଚାଲାଣ। ଯାହାକୁ ରୋକିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/28/odisha-2025-11-28-21-50-19.jpg)