ପ୍ରବଳ ଶୀତରେ ଥରୁଛି ଓଡ଼ିଶା, ସକାଳୁ ଓ ସନ୍ଧ୍ୟା ପରେ ଘରୁ ବାହାରିବା ମୁସ୍କିଲ

Advertisment

ରାଜ୍ୟର ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ । ଆହୁରୀ ୭ ଦିନ ପ୍ରବଳ ଥଣ୍ଡା ସହ ଘନ କୁକୁଡି ନେଇ ପାଣିପାଗ ବିଭାଗର ଆକଳନ

ରାଜ୍ୟର ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ । ଆହୁରୀ ୭ ଦିନ ପ୍ରବଳ ଥଣ୍ଡା ସହ ଘନ କୁକୁଡି ନେଇ ପାଣିପାଗ ବିଭାଗର ଆକଳନ

Cold wave

Cold wave Photograph: (KanakNews)

କନକ ବ୍ୟୁରୋ:  ଡିସେମ୍ବର ମାସର ସପ୍ତାହ ପୁରିଲାଣି । ଫଳରେ ଧୀରେ ଧୀରେ ରାଜ୍ୟରେ ଶୀତର ତାଉ ବଢିବାରେ ଲାଗିଛି । କାଲୁଆ ପବନ ଜନଜୀବନ କୁ କଲବଲ କରିଦଉଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଆସିଛି । ରାଉରକେଲାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିର ୭.୫ ଡିଗ୍ରି ଥିବାବେଳେ ଝାରସୁଗୁଡ଼ା ୭.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଏଭଳି ସ୍ଥିତିରେ ଶୀତ ଲହରୀ ଆଜିଠୁ ଆହୁରି ବୃଦ୍ଧି ପାଇବ ବୋଲି ଆଳକନ କରିଛି ପାଣିପାଗ ବିଭାଗ । ଆହୁରି ସପ୍ତାହେ ପ୍ରବଳ  ଥଣ୍ଡା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅଧିକ ପଢନ୍ତୁ:  ଆଗୁଆ ଆସିଲାଣି ଶୀତ; ଥଣ୍ଡାର ଥାର୍ଡ ଡିଗ୍ରିରେ ଥରିବ ଭାରତ !

ରାଜ୍ୟର ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ପାରଦ ଖସିବା ଯୋଗୁଁ ଶୀତର ପ୍ରଭାବ ବୃଦ୍ଧି ପାଇଛି । ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ଘନ କୁହୁଡ଼ି ନେଇ ୩ ଜିଲ୍ଲା ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ କିଛି ସ୍ଥାନରେ  ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ ମିଟର ରହିବ ଅନୁମାନ କରାଯାଇଛି ।  ସେହିପରି ପ୍ରବଳ ଥଣ୍ଡା ନେଇ ୪ ଜିଲ୍ଲା ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁରକୁ ୱାର୍ଣ୍ଣିଂ ଜାରି ହୋଇଛି । 

 ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ତାପମାତ୍ରା ସ୍ବାଭାବିକ୍ ଠୁ ପ୍ରାୟ ୪ରୁ ୬ ଡିଗ୍ରୀ ସେଲସିୟସ୍ କମ ରହିଛି। କିନ୍ତୁ ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ସ୍ବାଭାବିକ ରହିଛି ।

 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe