କନକ ବ୍ୟୁରୋ: ପ୍ରାୟ ଗୋଟିଏ ସପ୍ତାହର ବ୍ୟବଧାନ ପରେ ପୁଣି ଥରେ ଶୀତ ଆରମ୍ଭ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି । ଚଳିତ ମାସର ୧୬ ତାରିଖରେ ୫.୮ଡିଗ୍ରି ତାପମାତ୍ରାକୁ ଖସିଥିଲା । ପ୍ରବଳ ଶୀତ ହୋଇଥିଲା । ଗତ ୧୭ତାରିଖ ଦିନ ୫.୪ଡିଗ୍ରିକୁ ପୁଣି ଖସି ହାଡ଼ଭଙ୍ଗା ଶୀତ ଆରମ୍ଭ ହୋଇଥିବା ବେଳେ ପାଗ ବଦଳି ମେଘୁଆ ପାଗ ଆରମ୍ଭ ହେବା ଯୋଗୁଁ ୧୯ତାରିଖ ଠାରୁ ପାରଦ ପୁଣି ବଢ଼ିବାରେ ଲାଗିଥିଲା । ୨୩ତାରିଖରେ ୧୫.୬ଡିଗ୍ରିକୁ ପହଁଚି ଯାଇଥିଲା ପୁଣି ୨୪ତାରିଖ ଠାରୁ ପାରଦ ଖସି ଆଜି ୮.୬ଡିଗ୍ରି ରେକର୍ଡ ହୋଇଛି ।
ଅଧିକ ପଢନ୍ତୁ ; ଶୀତଦିନେ ଘରେ ତିଆରି କରନ୍ତୁ ଲିପ୍ ବାମ୍ ...
ଜି ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ପାରଦ ୮.୬ ଡିଗ୍ରି କୁ ଖସିଛି । ଆଗକୁ ଆହୁରି ଶୀତ ତେବେ ପାରଦ ତଳମୁଁହା ହେବା ଯୋଗୁଁ ପୁଣି ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। କିଛି ଦିନ ଧରି ପ୍ରବଳ କୁହୁଡି ସାଙ୍ଗକୁ ପବନ ବୋହିବାରେ ଲାଗିଥିଲା । ଯେମିତି ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ବିଛେଇ ହୋଇ ରହିବାର ଭ୍ରମ ସୃଷ୍ଟି କରୁଥିଲା । ଆଜି ପାଗ ଶୁଖିଲା ରହିବା ସହ ଥଣ୍ଡାର ପ୍ରକୋପ ବଢି ଜାଡ ଆରମ୍ଭ ହୋଇଯାଇଛି । ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ତା ପଛ କୁ ଦାରିଙ୍ଗବାଡି,ଫୁଲବାଣୀ, ବାଲିଗୁଡ଼ା, କ ନୂଆଗାଁ, ରାଇକିଆ, ଫିରିଙ୍ଗିଆ ଓ ଟିକାବାଲି ରହୁଛନ୍ତି।ଥଣ୍ଡାର ମଜା ନେବାକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଆଗକୁ ପାରଦ ଆହୁରି ଖସିବା ସହ ଶୀତ ବଢିବା ଅନୁମାନ କରିଛି ପାଣିପାଗ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/27/winter-2025-11-27-09-23-28.jpg)