କନକ ବ୍ୟୁରୋ: ଡିସେମ୍ବର ମାସର ସପ୍ତାହ ପୁରିଲାଣି । ଫଳରେ ଧୀରେ ଧୀରେ ରାଜ୍ୟରେ ଶୀତର ତାଉ ବଢିବାରେ ଲାଗିଛି । କାଲୁଆ ପବନ ଜନଜୀବନ କୁ କଲବଲ କରିଦଉଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଆସିଛି । ରାଉରକେଲାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିର ୭.୫ ଡିଗ୍ରି ଥିବାବେଳେ ଝାରସୁଗୁଡ଼ା ୭.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଏଭଳି ସ୍ଥିତିରେ ଶୀତ ଲହରୀ ଆଜିଠୁ ଆହୁରି ବୃଦ୍ଧି ପାଇବ ବୋଲି ଆଳକନ କରିଛି ପାଣିପାଗ ବିଭାଗ । ଆହୁରି ସପ୍ତାହେ ପ୍ରବଳ ଥଣ୍ଡା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅଧିକ ପଢନ୍ତୁ: ଆଗୁଆ ଆସିଲାଣି ଶୀତ; ଥଣ୍ଡାର ଥାର୍ଡ ଡିଗ୍ରିରେ ଥରିବ ଭାରତ !
ରାଜ୍ୟର ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ପାରଦ ଖସିବା ଯୋଗୁଁ ଶୀତର ପ୍ରଭାବ ବୃଦ୍ଧି ପାଇଛି । ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ଘନ କୁହୁଡ଼ି ନେଇ ୩ ଜିଲ୍ଲା ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ କିଛି ସ୍ଥାନରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ ମିଟର ରହିବ ଅନୁମାନ କରାଯାଇଛି । ସେହିପରି ପ୍ରବଳ ଥଣ୍ଡା ନେଇ ୪ ଜିଲ୍ଲା ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁରକୁ ୱାର୍ଣ୍ଣିଂ ଜାରି ହୋଇଛି ।
ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ତାପମାତ୍ରା ସ୍ବାଭାବିକ୍ ଠୁ ପ୍ରାୟ ୪ରୁ ୬ ଡିଗ୍ରୀ ସେଲସିୟସ୍ କମ ରହିଛି। କିନ୍ତୁ ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ସ୍ବାଭାବିକ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/07/cold-wave-2025-12-07-21-07-47.jpg)