ନିର୍ମାଣ କନ୍‌କ୍ଲେଭରେ ଜଗନ୍ନାଥଙ୍କ ଚର୍ଚ୍ଚା; ଓଡ଼ିଶା ନିର୍ମାଣ ପୂର୍ବରୁ ନକ୍ସା ପ୍ରସ୍ତୁତ କରିବାକୁ ସୌମ୍ୟଙ୍କ ଆହ୍ୱାନ

ଭାରତରେ ଭରି ରହିଛି ପ୍ରତିଭା । ପ୍ରତିଭାକୁ ଗୁରୁତ୍ୱ ନଦେଇ ଆମେ କେବଳ କୋଠା ଘରେ ବିଶ୍ୱବିଦ୍ୟାଳୟ ଖୋଜୁଛେ । ଓଡ଼ିଶା ନିର୍ମାଣ କନ୍‌କ୍ଲେଭରେ ସାମିଲ ଜାତୀୟ ମାନଚିତ୍ରରେ ଓଡ଼ିଶା ସ୍ଥିତି ନେଇ ଆଲୋଚନା କରିଥିଲେ ବରିଷ୍ଠ ସାମ୍ବାଦିକ ଆଶୁତୋଷ ।

Odisha Nirman Conclave 2025

Odisha Nirman Conclave 2025 Photograph: (Kanak News)

କନକ ବ୍ୟୁରୋ : ନିର୍ମାଣ କନ୍‌କ୍ଲେଭରେ ଜଗନ୍ନାଥଙ୍କ ଚର୍ଚ୍ଚା । ଜଗନ୍ନାଥ ସଂସ୍କୃତି ହିନ୍ଦୁ ଧର୍ମର ଏକ ମୁଖ୍ୟ ସ୍ତମ୍ଭ । ଅତୀତର ସବୁ ଆଧ୍ୟାତ୍ମିକ ଗୁରୁ ପୁରୀକୁ ହିଁ ଆସୁଥିଲେ । ଜୟଦେବଙ୍କ ଦଶବତାର ସ୍ତୋତ୍ରମରେ ଏକଥା କୁହାଯାଇଛି । ଆଧ୍ୟାତ୍ମିକ ଚିନ୍ତାଧାରାରୁ ଆରମ୍ଭ ହୋଇଥିଲା କନକ ନ୍ୟୁଜ୍‌ର ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌ । ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ସର୍ବପ୍ରିୟାନନ୍ଦଙ୍କ ଅଭିଭାଷଣରେ ଥିଲା ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶା ନିର୍ମାଣର ଗାଥା । ଆଧ୍ୟାତ୍ମକ ଦିଗରେ ରାଷ୍ଟ୍ରର ନିର୍ମାଣ ସହ ବିକାଶ ହୋଇପାରିବ ବୋଲି କହିଛନ୍ତି ସ୍ୱାମୀ ସର୍ବପ୍ରିୟାନନ୍ଦ ।

ଭାରତରେ ଭରି ରହିଛି ପ୍ରତିଭା । ପ୍ରତିଭାକୁ ଗୁରୁତ୍ୱ ନଦେଇ ଆମେ କେବଳ କୋଠା ଘରେ ବିଶ୍ୱବିଦ୍ୟାଳୟ ଖୋଜୁଛେ । ଓଡ଼ିଶା ନିର୍ମାଣ କନ୍‌କ୍ଲେଭରେ ସାମିଲ ଜାତୀୟ ମାନଚିତ୍ରରେ ଓଡ଼ିଶା ସ୍ଥିତି ନେଇ ଆଲୋଚନା କରିଥିଲେ ବରିଷ୍ଠ ସାମ୍ବାଦିକ ଆଶୁତୋଷ । ଗତ କିଛି ବର୍ଷ ଭିତରେ ବଦଳିଥିବା ଓଡ଼ିଶାର ଚିତ୍ର ସମ୍ପର୍କରେ ବର୍ଣ୍ଣନା କରିଥିଲେ । ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରି ଭାରତ କିପରି ଆଗକୁ ବଢିବା ସେ ମନ୍ତ୍ର ଦେଇଥିଲେ ।

ଅଧିକ ପଢ଼ନ୍ତୁ : Kanak-News-Odisha-Nirman-Conclave-2025 ଆମେ ହଜାରେ, ୧୨ ଶହ ବର୍ଷ ଧରି ପରାଧୀନ ରହିବା ପରେ ସ୍ୱାଧୀନତା ପାଇଛେ , ମନମୋହନ ସାମଲ, ରାଜ୍ୟ ବିଜେପି ସଭାପତି

ଓଡ଼ିଶା ନିର୍ମାଣ କନ୍‌କ୍ଲେଭରେ ସାମିଲ ହୋଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିକଶିତ ଓଡ଼ିଶାର ଭିଜନ୍ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ନିର୍ମାଣ ପୂର୍ବରୁ ତାର ନକ୍ସା ପ୍ରସ୍ତୁତ କରିବାକୁ ନିର୍ମାତାମାନଙ୍କୁ ଅନୁରୋଧ କରିଥିଲେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ।

କାର୍ଯ୍ୟକ୍ରମରେ ରୁଚି ଫୁଡ୍‌ଲାଇନ୍‌ର ପ୍ରତିଷ୍ଠାତା ସ୍ୱର୍ଗତ ଶରତ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହା ସହ ଓଡ଼ିଶା ନିର୍ମାଣରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ୧୦ ଜଣ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଛି । ନିର୍ମାଣ କନ୍‌କ୍ଲେଭରେ ବିକଶିତ ଓଡ଼ିଶାର ନକ୍ସା, ଓଡ଼ିଶା ନିର୍ମାଣରେ ମହିଳା ଉଦ୍ୟୋଗୀ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe