କନକବ୍ୟୁରୋ : ଆଜି କନକ ନ୍ୟୁଜ୍ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୫’ର ଆରମ୍ଭ ହୋଇଛି । ସକାଳ ୧୦ଟା ୩୦ରୁ କନକ ନ୍ୟୁଜରେ ଏହାର ସିଧା ପ୍ରସାରଣ ଆରମ୍ଭ ହୋଇଛି । ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହାର ଶୁଭାରମ୍ଭ ହୋଇଛି । ଓଡ଼ିଶା ନିର୍ମାଣର କଥା କହିଲାବେଳେ, ଗୋଟିଏ କଥା ସବୁବେଳେ ଆନ୍ଦୋଳିତ କରୁଛି । ଓଡ଼ିଶା ଏମିତି ଗୋଟିଏ ରାଜ୍ୟ ଯେଉଁଠି ସବୁକିଛି ଅଛି, ହେଲେ ଲୋକ ଗରିବ ଅଛନ୍ତି । ଗୋଟିଏ ଧନୀ ପ୍ରଦେଶରେ ଗରିବ ଲୋକଙ୍କୁ ନେଇ ଓଡ଼ିଶା ତିଆରି ହୋଇଛି ବୋଲି କହିବା ଫ୍ୟାସନ୍ ହୋଇଗଲାଣି । ଓଡ଼ିଶାକୁ ଶହେ ବର୍ଷ ହେବାକୁ ଆଉ ଅଳ୍ପ ବର୍ଷ ବାକି ଅଛି ।
/filters:format(webp)/kanak/media/media_files/2025/11/19/1-2025-11-19-11-05-19.jpeg)
ପ୍ରଧାନମନ୍ତ୍ରୀ କହୁଛନ୍ତି ୧୯୪୭ରେ ଆମେ ସ୍ୱାଧୀନ ହେଇଥିଲୁ, ୨୦୪୭ରେ ଆମେ ବିକଶିତ ଭାରତ କରିବୁ । ୨୦୩୬ରେ ବିକଶିତ ଓଡ଼ିଶା ହେବ, ୨୦୪୭ରେ ବିକଶିତ ଭାରତ ହେବ । ହେଲେ କେହି କେବେ ନିଜକୁ ପ୍ରଶ୍ନ କରୁନାହାଁନ୍ତି, ଏହି ବିକାଶର ନକ୍ସା ଆମ ପାଖରେ ଅଛି ତ ? ଓଡ଼ିଶା ନିର୍ମାଣ କରିବା ପୂର୍ବରୁ ଏ ନକ୍ସାର ରୂପରେଖ କଣ ରହିବ ତାହା ସ୍ଥିର କରାଯାଉ , ଏଥିସହ ସେ କହିଛନ୍ତି ସବୁ କଥାକୁ ମଞ୍ଚକୁ ନେଇ ରାଜନୀତିର ମଞ୍ଚ କରିଦେଲେ ସମସ୍ୟାର ସମାଧାନ ହେବନି । ରାଜନୀତି ଅତିରିକ୍ତ ମଞ୍ଚରେ ଅନ୍ୟ କିଛି ବିଚାର, ମାନସମନ୍ଥନର ଆବଶ୍ୟକତା ଅଛି ।
/filters:format(webp)/kanak/media/media_files/2025/11/19/odisha-2025-11-19-11-05-42.jpeg)
ଜଗନ୍ନାଥ ଆମକୁ ସବୁକିଛି ଦେଇଛନ୍ତି । ଭୂମି ତଳେ ଦେଇଛନ୍ତି ଖଣିଜ ସମ୍ପଦ , ଭୂମି ଉପରେ ଦେଇଛନ୍ତି ଜଙ୍ଗଲ ସମ୍ପଦ ଆଉ ଭୂମି କଡ଼ରେ ଦେଇଛନ୍ତି ୪୮୦ କିଲୋମିଟର ବେଳାଭୂମି । ଏ ସମ୍ପଦକୁ ଆମେ କିଭଳି ଭାବେ ବ୍ୟବହାର କରିଛେ? ସତେ ଯେପରି ଓଡ଼ିଶା ଚୋରଙ୍କ ଚରାଭୂମି ପାଲଟିଛି । ଏ ଓଡ଼ିଶାକୁ କେଉଁମାନେ ନିର୍ମାଣ କରୁଛନ୍ତି, ଯେଉଁମାନେ ବାଲି ଚୋରି କରୁଛନ୍ତି , ଯିଏ ଗୋଡ଼ି ଚୋରି କରୁଛି, ଯିଏ ଖଣି ଚୋରି କରି ବହୁତ ଟଙ୍କା ରୋଜଗାର କରୁଛନ୍ତି ।
ଆମେ ଓଡ଼ିଆମାନେ କେବଳ ତାଙ୍କ ଦୟାରେ ଅଇଁଠା ପତ୍ରରୁ କିଛି ଖାଇ ନିଜକୁ ଗୌରବାନ୍ୱିତ ମନେ କରୁଛୁ । ଆମେ ଏଭଳି ଗୋଟିଏ ଓଡ଼ିଶା ତିଆରି କରିପାରିବା କି ଯେଉଁଥିରେ ବାଲି ଚୋରି କରିବାର ଆବଶ୍ୟକତା ପଡ଼ିବ ନାହିଁ, କେହି ଭୂମିହୀନ ରହିବେ ନାହିଁ, କେହି ବାସହୀନ ରହିବେନି । ରାଜନେତାଙ୍କ ଉପରେ ସବୁକିଛି ଛାଡ଼ିଦେଲେ ଚଳିବ ନାହିଁ । ଏଭଳି ମାନସିକତାରେ ଓଡ଼ିଶା ନିର୍ମାଣ ହୋଇପାରିବ ନାହିଁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/19/somyaranjan-patnaik-2025-11-19-11-00-59.jpeg)