କନକବ୍ୟୁରୋ : ଆଜି କନକ ନ୍ୟୁଜ୍ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୫’ର ଆରମ୍ଭ ହୋଇଛି। ସକାଳ ୧୦ଟା ୩୦ରୁ କନକ ନ୍ୟୁଜରେ ଏହାର ସିଧା ପ୍ରସାରଣ ଆରମ୍ଭ ହୋଇଛି । ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହାର ଶୁଭାରମ୍ଭ ହୋଇଛି । କନକ୍ଲେଭରେ ସାମିଲ ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିକଶିତ ଓଡ଼ିଶାର ଭିଜନ୍ ନେଇ କଲେ ଆଲୋଚନା । ଏଥିସହ ସେ କହିଛନ୍ତି ଆମେ ହଜାରେ, ୧୨ ଶହ ବର୍ଷ ଧରି ପରାଧୀନ ରହିବା ପରେ ସ୍ୱାଧୀନତା ପାଇଛେ । ହେଲେ ଆଜିର ଦିନରେ ଆମେ ଆମ ଓଡ଼ିଶାକୁ, ଓଡ଼ିଶାର ସାଧାରଣ ଲୋକଙ୍କୁ ଧନୀ କରିପାରିନେ
/filters:format(webp)/kanak/media/media_files/2025/11/19/ma-2025-11-19-14-02-06.jpeg)
ଏହି କନକ୍ଲେଭରେ ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଛନ୍ତି, ଓଡ଼ିଶା ନିର୍ମାଣ କଥା ଭାବିବା ବେଳେ ଗୋଟିଏ ଧନୀ ପ୍ରଦେଶରେ ଗରିବ ଲୋକଙ୍କୁ ନେଇ ଓଡ଼ିଶା ଗଠିତ ବୋଲି ମନେ ପଡ଼ୁଛି। ଓଡ଼ିଶା ନିର୍ମାଣ ପୂର୍ବରୁ ତାର ନକ୍ସା ପ୍ରସ୍ତୁତ କରିବାକୁ ନିର୍ମାତାମାନଙ୍କୁ ଅନୁରୋଧ। ଏହି ନକ୍ସା ସଂପର୍କରେ ଚିନ୍ତା କରିବାର ସମୟ ଆସିଛି ।
୧୯୩୬ରେ ଆମେ ସ୍ବତନ୍ତ୍ର ହେଲେ, ୧୯୪୭ରେ ସ୍ବାଧୀନତା ପାଇଲୁ। ୨୦୩୬ରେ ଆମେ ନୂଆ ଓଡ଼ିଶା ନିର୍ମାଣ କଥା ଭାବୁଛି। ବାଲିଚୋରା, ଖଣିଚୋରାମାନଙ୍କୁ ଆମେ ପ୍ରଶ୍ରୟ ଦେବା ନାହିଁ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ। କେହି ବାସହୀନ ରହିବେ ନାହିଁ, କେହି ଚୋର ରହିବେ ନାହିଁ ଏଭଳି ବ୍ୟବସ୍ଥା ହେବା ଦରକାର ।
ବର୍ତ୍ତମାନ ସମସ୍ତେ ଆୟୁଷ୍ମାନ କାର୍ଡ ପାଉଛନ୍ତି । ଆମ ସ୍ବାସ୍ଥ୍ୟାବସ୍ଥା ଉପରେ ସରକାର ନଜର ରଖିଛନ୍ତି। ହେଲେ ସବୁ କଥାକୁ ଆମେ ରାଜନୀତି କରିବା ଅନୁଚିତ । ଓଡ଼ିଶାକୁ ଯାହା ଜଗନ୍ନାଥ ଦେଇଛନ୍ତି, ତାହା ଅନ୍ୟ କୌଣସି ରାଜ୍ୟକୁ ଦେଇନାହାନ୍ତି। ଏଠି ହିନ୍ଦୁ-ମୁସଲିମ୍ ଗଣ୍ଡଗୋଳ ନାହିଁ, ଜାତିଭେଦ ନାହିଁ। ସର୍ବୋପରି ନୂଆ ଓଡ଼ିଶା ନିର୍ମାଣ ପାଇଁ ସଂକଳ୍ପ ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/19/0-2025-11-19-14-01-41.jpeg)