ବିମାନ ବାତିଲ ଯୋଗୁଁ ନିଜ ରିସେପସନରେ ଯୋଗଦେଇପାରିଲେନି ଓଡ଼ିଶାର ନବ ଦମ୍ପତ୍ତି, ଅନଲାଇନରେ ଯୋଡ଼ି ହୋଇ ଅତିଥିମାନଙ୍କୁ କଲେ କ୍ଷମା ପ୍ରାର୍ଥନା

Advertisment

ଇଣ୍ଡିଗୋ ବିମାନର ବ୍ୟାପକ ବାତିଲ ଯୋଗୁଁ ଏକ ନବବିବାହିତ ଦମ୍ପତିଙ୍କୁ ନିଜର ରିସେପସନକୁ ଭିଡିଓ କଲ୍ ମାଧ୍ୟମର ଯୋଗ ଦେବାକୁ ପଡ଼ିଛି । ସୂଚନା ମୁତାବକ, ବେଙ୍ଗାଳୁରୁ ହୁବଳ୍ଳୀର ଝିଅ ମେଧା କ୍ଷୀରସାଗର ଏବଂ ଓଡ଼ିଶାର ଭୁବନେଶ୍ୱରର ସଙ୍ଗମ ଦାସ, ଦୁହେଁ ବେଙ୍ଗାଳୁରୁରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି । ସେମାନଙ୍କର ବିବାହ ନଭେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ହୋଇଥିଲା। କନ୍ୟାର ଜନ୍ମସ୍ଥାନ ହୁବଳ୍ଳୀର ଗୁଜରାଟ ଭବନରେ ଡିସେମ୍ବର ୩ ତାରିଖରେ ରିସେପସନ୍ ଆୟୋଜନ କରାଯାଇଥିଲା । କିନ୍ତୁ ଦେଶବ୍ୟାପୀ ପାଇଲଟ୍ ଅଭାବ ଯୋଗୁଁ ଇଣ୍ଡିଗୋ ଅନେକ ଫ୍ଲାଇଟ୍ ବାତିଲ କରିଦେଇଥିଲା ।

ଇଣ୍ଡିଗୋ ବିମାନର ବ୍ୟାପକ ବାତିଲ ଯୋଗୁଁ ଏକ ନବବିବାହିତ ଦମ୍ପତିଙ୍କୁ ନିଜର ରିସେପସନକୁ ଭିଡିଓ କଲ୍ ମାଧ୍ୟମର ଯୋଗ ଦେବାକୁ ପଡ଼ିଛି । ସୂଚନା ମୁତାବକ, ବେଙ୍ଗାଳୁରୁ ହୁବଳ୍ଳୀର ଝିଅ ମେଧା କ୍ଷୀରସାଗର ଏବଂ ଓଡ଼ିଶାର ଭୁବନେଶ୍ୱରର ସଙ୍ଗମ ଦାସ, ଦୁହେଁ ବେଙ୍ଗାଳୁରୁରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି । ସେମାନଙ୍କର ବିବାହ ନଭେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ହୋଇଥିଲା। କନ୍ୟାର ଜନ୍ମସ୍ଥାନ ହୁବଳ୍ଳୀର ଗୁଜରାଟ ଭବନରେ ଡିସେମ୍ବର ୩ ତାରିଖରେ ରିସେପସନ୍ ଆୟୋଜନ କରାଯାଇଥିଲା । କିନ୍ତୁ ଦେଶବ୍ୟାପୀ ପାଇଲଟ୍ ଅଭାବ ଯୋଗୁଁ ଇଣ୍ଡିଗୋ ଅନେକ ଫ୍ଲାଇଟ୍ ବାତିଲ କରିଦେଇଥିଲା ।

INDIGO

କନକ ବ୍ୟୁରୋ : ବିମାନ ବାତିଲ ଯୋଗୁ ନିଜ ବିବାହ ରିସେପସନରେ ଯୋଗଦେଇପାରିଲେନି ଓଡ଼ିଶାର ନବ ଦମ୍ପତ୍ତି । ବିବାହ ଭୋଜିରେ ଆସିନପାରିବାରୁ ଦମ୍ପତ୍ତି ଅନଲାଇନରେ ଯୋଡି ହେବା ସହ ଉପସ୍ଥିତ ଅତିଥିମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । କର୍ଣ୍ଣାଟକ ବେଙ୍ଗାଳୁରୁରେ ଅଦ୍ଭୁତ ଓ ଅପ୍ରତ୍ୟାଶିତ ଘଟଣା ଘଟିଛି । ଇଣ୍ଡିଗୋ ବିମାନର ବ୍ୟାପକ ବାତିଲ ଯୋଗୁଁ ଏକ ନବବିବାହିତ ଦମ୍ପତିଙ୍କୁ ନିଜର ରିସେପସନକୁ ଭିଡିଓ କଲ୍ ମାଧ୍ୟମର ଯୋଗ ଦେବାକୁ ପଡ଼ିଛି । ସୂଚନା ମୁତାବକ, ବେଙ୍ଗାଳୁରୁ ହୁବଳ୍ଳୀର ଝିଅ ମେଧା କ୍ଷୀରସାଗର ଏବଂ ଓଡ଼ିଶାର ଭୁବନେଶ୍ୱରର ସଙ୍ଗମ ଦାସ, ଦୁହେଁ ବେଙ୍ଗାଳୁରୁରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି । ସେମାନଙ୍କର ବିବାହ ନଭେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ହୋଇଥିଲା। କନ୍ୟାର ଜନ୍ମସ୍ଥାନ ହୁବଳ୍ଳୀର ଗୁଜରାଟ ଭବନରେ ଡିସେମ୍ବର ୩ ତାରିଖରେ ରିସେପସନ୍ ଆୟୋଜନ କରାଯାଇଥିଲା । କିନ୍ତୁ ଦେଶବ୍ୟାପୀ ପାଇଲଟ୍ ଅଭାବ ଯୋଗୁଁ ଇଣ୍ଡିଗୋ ଅନେକ ଫ୍ଲାଇଟ୍ ବାତିଲ କରିଦେଇଥିଲା । ଦମ୍ପତି ଡିସେମ୍ବର ୨ ତାରିଖରେ ଭୁବନେଶ୍ୱର-ବେଙ୍ଗାଳୁରୁ-ହୁବଳ୍ଳୀ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିଥିଲେ। ମଙ୍ଗଳବାର ସକାଳ ୯ଟାରୁ ଫ୍ଲାଇଟ୍ ବାରମ୍ବାର ଡିଲେ ହେବାରୁ ପରଦିନ ଭୋର୍ ପର୍ଯ୍ୟନ୍ତ  ଅପେକ୍ଷା କରିବାକୁ ପଡ଼ିଥିଲା । ଶେଷରେ ଡିସେମ୍ବର ୩ ତାରିଖରେ ଫ୍ଲାଇଟ୍ ବାତିଲ ହୋଇଗଲା । ଅତିଥିମାନେ ପହଞ୍ଚି ସାରିଥିବା ବେଳେ ଓ ସବୁ ପ୍ରସ୍ତୁତି ସରିଥିବାରୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ  ବାତିଲ କରିବା ଅସମ୍ଭବ ହୋଇପଡ଼ିଥିଲା। ତେଣୁ କନ୍ୟାର ପରିବାର ଏକ ଅଭିନବ ଉପାୟ ବାହାର କରିଥିଲେ । ବର ଓ କନ୍ୟାଙ୍କ ପାଇଁ ରଖାଯାଇଥିବା ଆସନରେ କନ୍ୟାର ମା’ ଓ ବାପା ବସି ରୀତିନୀତି ସମ୍ପନ୍ନ କରିଥିଲେ । ଭୁବନେଶ୍ୱରରେ ପୂରା ସାଜସଜ୍ଜା କରି ପ୍ରସ୍ତୁତ ହୋଇଥିବା ବର ଓ କନ୍ୟା ଭିଡିଓ କନଫରେନ୍ସିଂ ମାଧ୍ୟମରେ ରିସେପସନରେ ଯୋଗ ଦେଇଥିଲେ ଏବଂ ହଲରେ ବଡ଼ ସ୍କ୍ରିନରେ ସେମାନଙ୍କୁ ଦେଖାଯାଇଥିଲା। କହିରଖିୁଛୁ ନୂଆ ସରକାରୀ ନିୟମ ଲାଗୁ ଯୋଗୁ  ୫୦୦ରୁ ଅଧିକ ଫ୍ଲାଇଟ୍ ବାତିଲ ହୋଇଛି। ଯାହା କମ୍ପାନିର ୨୦ ବର୍ଷର ଇତିହାସରେ ସର୍ବାଧିକ ।

ଅଧିକ ପଢନ୍ତୁ : ଦିଲ୍ଲୀରୁ ଇଣ୍ଡିଗୋର ୨୩୫ ବିମାନ ବାତିଲ, ସାରା ଦେଶରେ ୪୦୦ରୁ ଅଧିକ ଉଡ଼ାଣ ପ୍ରଭାବିତ - ଯାତ୍ରୀ ହନ୍ତସନ୍ତ

କର୍ମଚାରୀଙ୍କ ଅଭାବ ଯୋଗୁ ଇଣ୍ଡିଗୋ ଏୟାରଲାଇନ୍ସ  ସମସ୍ୟା ଦେଇ ଗତି କରୁଛି ।  ଇଣ୍ଡିଗୋ କହିଛି ଯେ ଗତ ଦୁଇ ଦିନ ମଧ୍ୟରେ ଏହାର ନେଟୱାର୍କ ଏବଂ କାର୍ଯ୍ୟରେ  ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି ହୋଇଛି । ଏହି ଘଟଣାଗୁଡ଼ିକ ଦ୍ୱାରା ପ୍ରଭାବିତ ଆମର ସମସ୍ତ ଗ୍ରାହକ ଏବଂ ଶିଳ୍ପ ଅଂଶୀଦାରଙ୍କ ନିକଟରେ ଆମେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛୁ।। ‘ଇଣ୍ଡିଗୋ’ର ଦଳଗୁଡ଼ିକ MOCA, DGCA, BCAS, AAI  ଏବଂ ବିମାନବନ୍ଦର ଅପରେଟରଙ୍କ ସମର୍ଥନରେ ନିଷ୍ଠାର ସହିତ କାର୍ଯ୍ୟ  କରୁଛନ୍ତି । ଆମେ ଏହି ବିଳମ୍ବର ପ୍ରଭାବକୁ ହ୍ରାସ କରିବା ଏବଂ ସ୍ୱାଭାବିକତା ଫେରାଇ ଆଣିବାକୁ ଚେଷ୍ଟା କରୁଛୁ। ବିମାନ କମ୍ପାନି ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛି ।

ଅଧିକ ପଢନ୍ତୁ :  ୧୨ ଘଣ୍ଟା ପରେ ଭୁବନେଶ୍ବରରୁ ଉଡ଼ିଲା ଇଣ୍ଡିଗୋ ବିମାନ, ରିଫୁଏଲିଂ ପାଇଁ ଗତକାଲି ରାତିରେ ପହଂଚିଥିଲା

ଇଣ୍ଡିଗୋ ତା’ର ବିବୃତ୍ତିରେ ଆହୁରି କହିଛି ଯେ, ଆମେ ଗ୍ରାହକମାନଙ୍କୁ ସେମାନଙ୍କର ନିର୍ଦ୍ଧାରିତ ଉଡ଼ାଣରେ ଯେକୌଣସି ପରିବର୍ତ୍ତନ ବିଷୟରେ ଅବଗତ କରାଉଛୁ ଏବଂ ବିମାନବନ୍ଦରକୁ ଯିବା ପୂର୍ବରୁ ସର୍ବଶେଷ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛୁ। ଅଭାଭବନୀୟ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରୁଛୁ। ଯଥାଶୀଘ୍ର ପୁଣି ଥରେ ପରିସ୍ଥିତି ସ୍ବାଭାବିକ କରିବା ପାଇଁ ଉଦ୍ୟମ କରୁଛୁ ।  ଦେଶର ସର୍ବବୃହତ ବିମାନ କମ୍ପାନି ମଧ୍ୟରୁ ଅନ୍ୟତମ ‘ଇଣ୍ଡିଗୋ’ ଗତ କିଛି ଦିନ ଧରି କାର୍ଯ୍ୟକ୍ଷମ  ଅସୁବିଧାର ସମ୍ମୁଖୀନ ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe