କନକ ବ୍ୟୁରୋ : ହାଇ-ଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆୟୋଜିତ ହେବ ଓଡ଼ିଶା ମେଡିକାଲ ଡିଭାଇସ୍ ଏକ୍ସପୋ-୨୦୨୬ । ଆସନ୍ତା ୧୩ରୁ ୧୫ ତାରିଖ ଯାଏ ହେବ ଏହି ପ୍ରଦର୍ଶନୀ । ଏହି କାର୍ଯ୍ୟକ୍ରମ ଆଇଏମଏ, ଓମସା ଏବଂ ୟୁପିଏମଏ ସହଯୋଗରେ ମେକ୍ ଇନ୍ ଏକ୍ସପୋ ଦ୍ୱାରା ଆୟୋଜନ କରାଯାଉଛି । ମେଡିକାଲ ଡିଭାଇସ ଏକ୍ସପୋକୁ ହାଇ-ଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ଦ୍ୱାରା ସମର୍ଥିତ କରାଯାଉଛି ।
ଅଧିକ ପଢନ୍ତୁ : ଇରାନ ପ୍ରଦର୍ଶନୀକାରୀଙ୍କୁ ଆନ୍ଦୋଳନ ଜାରି ରଖିବାକୁ ଟ୍ରମ୍ପଙ୍କ ନିବେଦନ: ସହାୟତା ଆସୁଛି ବୋଲି ପ୍ରତିଶ୍ରୁତି
ଏହି ଏକ୍ସପୋ ନିର୍ମାତା, ହସ୍ପିଟାଲ, ଡାକ୍ତର, ବାୟୋମେଡିକାଲ୍ ଇଞ୍ଜିନିୟର, ବିତରକ, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପ ନେତାମାନଙ୍କୁ ଏକ ସାଧାରଣ ମଞ୍ଚରେ ଏକତ୍ର କରିବ । ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀଙ୍କ ସମେତ ଆଇଏମଏ, ଓମସା ଏବଂ ୟୁପିଏମଏ ସହ ଅନ୍ୟାନ୍ୟ ପ୍ରମୁଖ ଚିକିତ୍ସା ସଂଘର ବରିଷ୍ଠ ପ୍ରତିନିଧି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।
Follow Us