କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍ଲାଇନ । ଗରିବ, ଅସହାୟଙ୍କୁ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ସରକାର । ସିଧାସଳଖ ଯୁବତୀଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା । ଦିବ୍ୟାଙ୍ଗ, ବିଧବା, ଏସସି-ଏସଟିଙ୍କୁ ମିଳିବ ଅଗ୍ରାଧିକାର । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛି ମହିଳା ଓ ଶିଶୁ ବିକାଶ ବିଭାଗ ।
୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ । ଯେଉଁ ଯୁବତୀ ଓ ଯୁବକ ପ୍ରଥମଥର ପାଇଁ ବିବାହ କରିବେ ସେମାନଙ୍କୁ କେବଳ ଏହି ସୁବିଧା ମିଳିଛି । ସେହିପରି ବିଧବାଙ୍କ ପୁନଃ ବିବାହ କ୍ଷେତ୍ରରେ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ । ମୋଟ ସହାୟତା ରାଶି ୫୧ ହଜାର ଟଙ୍କାରୁ ୩୫ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଏଥିସହ ୧୦ ହଜାର ଟଙ୍କାର ଏକ ଗିଫ୍ଟ ପ୍ୟାକେଟ ସରକାରଙ୍କ ତରଫରୁ ମିଳିବ । ଏହି ଗିଫ୍ଟ ପ୍ୟାକେଟରେ ପାଉଜି, ଚୁଡି, ଟିକିଲି, ବାସନ, ଶାଢି ଇତ୍ୟାଦି ସାମଗ୍ରୀ ପ୍ରଦାନ କରାଯିବ । ବାକି ୬ ହଜାର ଟଙ୍କା ବିବାହର ସାଜସଜ୍ଜା ପାଇଁ ଦିଆଯିବ । ଏନଜିଓ ଦ୍ୱାରା ଏହି ଅର୍ଥରାଶି ପ୍ରଦାନ କରାଯିବ ।
ଅଧିକ ପଢ଼ନ୍ତୁ : ବଦଳିଯିବ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ, ଡ୍ରାଫ୍ଟ ପାଇଁ ଗଠନ ହେଲା କମିଟି
ତେବେ ଆବେଦନଗୁଡିକ ‘ପ୍ରଥମେ ଆସ, ପ୍ରଥମେ ପାଅ’ (First-come, first-serve) ଭିତ୍ତିରେ ବିଚାର କରାଯିବ । ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡିକୁ କ୍ରମରେ ଅଗ୍ରାଧିକାର ଦିଆଯିବ ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଗରିବ ଝିଅମାନଙ୍କୁ ଉପହାର ସ୍ୱରୂପ ସେମାନଙ୍କର ବିବାହ ପାଇଁ ରାଜ୍ୟ ସରକାର ଏହି ଯୋଜନା ଯୋଜନା ଆରମ୍ଭ କରିଛନ୍ତି । ଏଥିପାଇଁ ସରକାର 2025-26 ଆର୍ଥିକ ବର୍ଷ ପାଇଁ ଆଗତ ବଜେଟରେ ୧୨ କୋଟି ଟଙ୍କାର ବ୍ୟବସ୍ଥା କରିଥଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/06/new-marriage-assistance-guidelines-2025-12-06-07-54-24.jpg)