କନକ ବ୍ୟୁରୋ : ଓଡ଼ିଶାରେ ବ୍ୟାନ୍ ହେବ ବିଡ଼ି, ସିଗାରେଟ୍, ଗୁଟଖା, ତମାଖୁ, ଖଇନି ଏବଂ ଜର୍ଦ୍ଦା ସମେତ ଅନେକ ନିଶା ଦ୍ରବ୍ୟ । ଓଡ଼ିଶା ସରକାର ଏହି ସବୁ ନିଶା ଦ୍ରବ୍ୟକୁ ବନ୍ଦ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ବିଡ଼ି, ସିଗାରେଟ୍, ଗୁଟଖା, ତମାଖୁ, ଖଇନି ଏବଂ ଜର୍ଦ୍ଦା ସମେତ ଏହି ସମସ୍ତ ଉତ୍ପାଦଗୁଡ଼ିକୁ ଓଡ଼ିଶାରେ ନିଷିଦ୍ଧ କରାଯାଇଛି । ରାଜ୍ୟରେ ସେମାନଙ୍କର ଉତ୍ପାଦନ, ପ୍ୟାକେଜିଂ, ବଣ୍ଟନ ଏବଂ ବିକ୍ରୟକୁ ମଧ୍ୟ ନିଷିଦ୍ଧ କରାଯାଇଛି । ରାଜ୍ୟର ସ୍ଵାସ୍ଥ୍ୟ ବିଭାଗ ନୂତନ ନିୟମ କାର୍ୟ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି ।
ଅଧିକ ପଢ଼ନ୍ତୁ : ପୁରୀ-ଗୁଣୁପୁର ଟ୍ରେନରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍। ପଇଡରେ ନିଶା ଦ୍ରବ୍ୟ ଦେଇ ଗୋଟିଏ ପରିବାରର ୪ଜଣଙ୍କ ଠାରୁ ଲୁଟ।
ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି, ରାଜ୍ୟର ଯୁବପିଢ଼ିଙ୍କୁ ଏକ ନିଶାମୁକ୍ତ ଜୀବନ ପ୍ରଦାନ କରିବା । ବର୍ତ୍ତମାନ ସ୍ଥିତି ଉପରେ ଯଦି ନଜର ପକାଇବା ତେବେ ରାଜ୍ୟର ଯୁବପିଢ଼ିମାନେ ଦିନକୁ ଦିନ ନିଶାର ନିକଟତର ହେଉଛନ୍ତି । ନିଶାକୁ ଏକ ପ୍ରିୟ ବନ୍ଧୁ ଭାବରେ ଗ୍ରହଣ କରିନେଇଛନ୍ତି । ଖୁସିରେ ବି ନିଶା ସେବନ କରୁଛନ୍ତି ଦୁଃଖରେ ବି ନିଶା ସେବନ କରୁଛନ୍ତି । ନିଶା ପାଇଁ ଯୁବପିଢ଼ି ଭଲ ରାସ୍ତା ଛାଡ଼ି ଖରାପ ରାସ୍ତାରେ ପାଦ ଦେଉଛନ୍ତି । ନିଜର କ୍ୟାରିୟରକୁ ବରବାଦ କରିଦେଉଛନ୍ତି । ଖାଲି ଏତିକି ନୁହେଁ ନିଶା ପାଇଁ ରାଜ୍ୟରେ ଅପରାଧ ମଧ୍ୟ ଦିନକୁ ଦିନ ବଢ଼ିଚାଲିଛି । ଚୋରି, ଲୁଟ୍, ହତ୍ୟା, ଦୁଷ୍କର୍ମ ଭଳି ଅପରାଧ ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ନେଇଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ : ବିପଜ୍ଜନକ ନିଶା ଦ୍ରବ୍ୟ ତାଲିକାରୁ ହଟିଲା ଗଞ୍ଜେଇ : ମିଳିତ ଜାତିସଂଘରେ ହୋଇଥିବା ଐତିହାସିକ ମତଦାନରେ ନିଷ୍ପତ୍ତି
ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆନ୍ତର୍ଜାତୀୟ କର୍କଟ ରୋଗ ଗବେଷଣା ସଂସ୍ଥା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଅନୁଯାୟୀ, ଜର୍ଦ୍ଦା, ଖଇନି, ଗୁଟଖା ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ । ଏହା ବ୍ୟତୀତ, ପାନ ମସଲା, ପାନ, ସୁପାରୀ ଏବଂ ଧୂଆଁଯୁକ୍ତ ପତ୍ର ଭଳି ଉତ୍ପାଦ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେଣୁ ଏହି ସବୁ ନିଶା ଦ୍ରବ୍ୟକୁ ନିଷିଦ୍ଧ କରିବା ନିତ୍ୟନ୍ତ ଆବଶ୍ୟକ ରହିଛି
Follow Us